ଖଣ୍ଡଗିରି: ଖଣ୍ତଗିରି-ଉଦୟଗିରି ପାହାଡ଼କୁ ନୂଆ ରୂପ ଦେବା ଯୋଜନା ଆଉ ପାଦେ ଆଗକୁ ବଢ଼ିଛି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ପାହାଡ଼ର ଉନ୍ନତି ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଖଣ୍ଡଗିରି- ଉଦୟଗିରି କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ାଙ୍କ ସମୀକ୍ଷା ପରେ ଖଣ୍ଡଗିରି-ଉଦୟଗିରିର ବିକାଶ ନେଇ ଆଶା ଜାଗିଛି। ଦୁଇ ପାହାଡ଼ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉଦୟଗିରି ଓ ଖଣ୍ତଗିରି ଗୁମ୍ଫା ଅଞ୍ଚଳକୁ ଅଧିକ ପର୍ଯ୍ୟଟକ ଅନୁକୂଳ ଓ ସୁଗମ ସ୍ଥାନ ଭାବେ ବିକଶିତ କରାଯିବ।
Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ
କ୍ଷେତ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଗୁରୁତ୍ବ
ଖୁବ୍ଶୀଘ୍ର ଶେଷ ହେବ ସମସ୍ତ କାମ
ପର୍ଯ୍ୟଟକ ଅଞ୍ଚଳ, ଐତିହ୍ୟ ସ୍ମାରକୀଗୁଡ଼ିକୁ ସଂଯୋଗ କରୁଥିବା ଉନ୍ନତ ରାସ୍ତା, ଜୈନ ମନ୍ଦିରକୁ ପ୍ରବେଶ ପାଇଁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦିଆଯିବ। ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ ହେବ। ପରିଦର୍ଶକ କେନ୍ଦ୍ର ସ୍ଥାପନ ହେବ। ସୂଚନାକେନ୍ଦ୍ର ସହ ପର୍ଯ୍ୟଟକଙ୍କ ଖାଦ୍ୟ, ପାନୀୟ ବ୍ୟବସ୍ଥା ଲାଗି ଏହା ପରିସରରେ ଏକ କାଫେଟେରିଆ ଖୋଲାଯିବ। ସେହିପରି ଏକ ଆମ୍ଫିଥିଏଟର ସହ ବ୍ୟବସାୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦୁଇ ପାହାଡ଼କୁ ଉନ୍ନତ ସଂଯୋଗୀକରଣ ବ୍ୟବସ୍ଥା ହେବ। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ତିଆରି ହେବ। ଐତିହ୍ୟ ସ୍ଥାନକୁ ଇ-ଯାନ ପ୍ରବେଶକୁ ସହଜ କରିବା ପାଇଁ ବ୍ୟବସ୍ଥା ହେବ। ପଞ୍ଚତୀର୍ଥ ଭାବେ ବିବେଚିତ ହେଉଥିବା ପାଞ୍ଚଟି କୁଣ୍ଡର ପୁନରୁଦ୍ଧାର କରାଯିବା ନେଇ ସମସ୍ତ ନୀଳ ନକ୍ସା ପ୍ରସ୍ତୁତ ହୋଇଛି ବୋଲି ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କିତ ସମୀକ୍ଷା କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। । ଏହି ସ୍ଥାନର ଐତିହ୍ୟ ସଂରକ୍ଷଣ ଏବଂ ଭିତ୍ତଭୂମି ବିକାଶ ପ୍ରତି ଆମ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜି ଶ୍ରୀମତୀ ପରିଡ଼ାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂ, ଓଟିଡିସି ସଚିବ ବଲୱନ୍ତ ସିଂ, ରାମ ରଣସିଂହ, ଇଦିସ୍ ଭୂୟାଁ, ଅନ୍ୟ ସ୍ଥାନୀୟ ନେତୃବୃନ୍ଦ, ସାଧୁସନ୍ଥ ଉପସ୍ଥିତ ଥିଲେ।
Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ
ଜାନୁଆରି ୧୬ ସୁଦ୍ଧା ପ୍ରସ୍ତୁତ ହେବ ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’
ବହୁ ପ୍ରତୀକ୍ଷିତ ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ୨୦୨୩ ଡିସେମ୍ବରରୁ ପ୍ରସ୍ତୁତ ହୋଇ ରହିଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପ୍ରକଳ୍ପରେ ଗଛଲତା ମାଡ଼ି ଯାଇଥିଲା। ବିଜୁଳି ସଂଯୋଗ ଭଳି ଛୋଟିଆ କାମ ପାଇଁ ତତ୍ପରତା ପ୍ରକାଶ ପାଉ ନଥିଲା। ହେଲେ ଏବେ ଉଦୟଗିରି ପାହାଡ଼ର ରାଣୀଗୁମ୍ଫା ସମ୍ମୁଖରେ ଏହି ସୋ’ ଚାଲିବ। ଆସନ୍ତା ମାସ ୧୬ ତାରିଖ ସୁଦ୍ଧା ଏହାର ସମସ୍ତ କାମ ସାରିବାକୁ ଆଜି ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୫ଟି ମାଇକ୍ରେ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। ବସିବା ପାଇଁ ଚଉକି ବ୍ୟବସ୍ଥା ଖୁବ୍ଶୀଘ୍ର ହେବ ବୋଲି କୁହାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ସର୍ତ୍ତ ଅନୁସାରେ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ଯେମିତି କୌଣସି କ୍ଷତି ନ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।
ଏଏସ୍ଆଇ ଗେଟ୍ ହଟିଲା
ପ୍ରଭୁ ଅନନ୍ତକେଶରୀ ଉଦୟଗିରି ପାହାଡ଼ ଉପରେ ପବିତ୍ର ମାଘ ସପ୍ତମୀରେ ରାଣୀଗୁମ୍ଫାକୁ ଯାତ୍ରା କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଖଣ୍ଡଗିରି ପାହାଡ଼ ଉପର ବଉଳକୋଳି ଗଛ ମୂଳେ ଥିବା ଅନନ୍ତ ଗୁମ୍ଫାରେ ହେଉଥିବା ମହାଯଜ୍ଞକୁ ଯିବେ। କିନ୍ତୁ ଏହା ପୂର୍ବରୁ ଖଣ୍ଡଗିରି ପାହାଡ଼ ଉପରକୁ ଯିବା ମୁଖ୍ୟ ବାଟ(ପାହାଚ)ରେ ଏଏସ୍ଆଇ ପକ୍ଷରୁ ନିର୍ମାଣ କରାଯାଇଥିବା ଗେଟ୍କୁ ନେଇ ବିବାଦ ଉପୁଜିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ କୌଣସି ଛାମୁଣ୍ଡିଆ ତଳେ ଯିବା ବିଧି ନଥିବାରୁ ଗେଟ୍ ତଳେ କିଭଳି ଯିବେ, ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଥିଲେ। ତେଣୁ ଆଜି ଶ୍ରୀମତୀ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/17/sdfhfshfsxvbbvbv-2025-12-17-03-18-35.jpg)