ଖଣ୍ଡଗିରି: ରାକେଶ ପାତ୍ର। ଘର ଭଦ୍ରକ ଜିଲ୍ଲା ଧୁଷୁରୀ। କାନକୁ ଶୁଭା ଯାଏନି, କି କଥା କହି ପାରନ୍ତିନି। ପେଟ ପୋଷିବାକୁ ବୁଲି ବୁଲି ପିତ୍ତଳର ପୂଜା ସାମଗ୍ରୀ, ଇମିଟେସନ୍ ଗହଣା ବିକ୍ରି କରନ୍ତି। ସେହିଭଳି ୫୦ ବର୍ଷର ବିସରତ ରେଡ୍ଡୀୀ। ଗୋଟିଏ ହାତ ଚାଲୁନି। ପୁରୀରୁ ନଡ଼ିଆ କତାରେ ତିଆରି ସାମଗ୍ରୀ ପ୍ରସ୍ତୁତ କରି ନିଜ ଭିନ୍ନକ୍ଷମ ଗାଡ଼ିରେ ବିକ୍ରି କରନ୍ତି। ଖଣ୍ଡଗିରି ମେଳାରେ ଭଲ ବେପାର ହେଉଥିବାରୁ ପ୍ରତି ବର୍ଷ ମେଳାକୁ ଆସନ୍ତି। ହେଲେ ସ୍ଥାନ ମିଳୁ ନଥିବାରୁ ହତାଶ ହୋଇଫେରନ୍ତି। ତେବେ ଚଳିତ ବର୍ଷ ଏଭଳି ୧୩ଜଣ ଭିନ୍ନକ୍ଷମଙ୍କୁ ଖଣ୍ଡଗିରି ମେଳାରେ ବିଏମ୍ସି ପକ୍ଷରୁ ମାଗଣାରେ ଦୋକାନ ପାଇଁ ପିଣ୍ଡି ଯୋଗାଇ ଦିଆଯାଇଛି। ରାକେଶ ନିଜ ପତ୍ନୀଙ୍କ ସହିତ ବେପାର କରୁଛନ୍ତି। ବିସରତ ନଡ଼ିଆକତାରେ ତିଆରି ହାତି, ଘୋଡ଼ା, ମାଛ, କଇଁଛକୁ ଦରିରେ ବିଛେଇ ବେପାର କରୁଛନ୍ତି। ଭଲ ବେପାର ହେଉଛି ବୋଲି ଉଭୟ କହିଛନ୍ତି।
ରୋମାଞ୍ଚ ଭରିଲା ‘ଛୋଟ ମୋର ଗାଁଟି’
ଖଣ୍ଡଗିରି: ଐର ଖାରବେଳ ମହୋତ୍ସବ କମିଟି ଓ ଅନୁଚିନ୍ତନମ୍ର ମିଳିତ ଆନୁକୁଲ୍ୟରେ ଖଣ୍ଡଗିରି ପାନ୍ଥିକାଠାରେ ଚାଲିଥିବା ଐର ଖାରବେଳ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଆଜି ବେଶ୍ ମନଛୁଆଁ ହୋଇଥିଲା। କବି ସଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ ନୃତ୍ୟ ଲୋକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ନୂପର ଡ୍ୟାନ୍ସ ଏକାଡେମୀର ଦେଶାତ୍ମକବୋଧକ ନୃତ୍ୟ, ଆରାଧନା ଡ୍ୟାନ୍ସ ଏକାଡେମୀର ଗୋଟିପୁଅ ନୃତ୍ୟ, ମୋଇନୁଲ୍ ହାକକ୍ୱେର ମିନି ଆଟ୍ ଗୋୱାଟି, ମୟୂରଭଞ୍ଜର ଲୋକନୃତ୍ୟ, ପଲ୍ଲୀନୃତ୍ୟ ଆଦି ମଞ୍ଚ ଦୁଲୁକାଇଥିଲା। ଅନୁଚିନ୍ତନମ୍ର ପ୍ରତିଷ୍ଠାତା ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବ କମିଟି ଅଧ୍ୟକ୍ଷ ଏକାମ୍ର ବିଧାୟକ ବାବୁ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାନସଭା ମୁଖ୍ୟ ସଚେତକ ସରୋଜ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଜେପି ନେତା ଗୋଲକ ମହାପାତ୍ର, ରାମଚନ୍ଦ୍ର ରଣସିଂ, ଅପର୍ତି ସୁନ୍ଦରାୟ, ଜିତୁ ପଟ୍ଟନାୟକ, ସୁରେନ୍ ଛୁଆଳସିଂ, ସୁମିତ୍ରା ଆଚାର୍ଯ୍ୟ, କେଦାର ରଣସିଂ, ଭଗବାନ ସାହୁ, ମନୋଜ ପାତ୍ର, ଅମ୍ବିକା ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ
‘ମେଳା ଆରମ୍ଭରୁ ପାର୍କିଂ ଶୋଷଣ’ ଘଟଣା: ଲାଗିଲା ବିଏମ୍ସି ରେଟ୍ ଚାଟ୍
ଖଣ୍ଡଗିରି, ୩୦/୧(ଇମିସ): ଖଣ୍ଡଗିରି ମେଳା ଆରମ୍ଭରୁ ପାର୍କିଂ ଲିଜ୍ଧାରୀମାନେ ମେଳା ବୁଲିବାକୁ ଆସୁଥିବା ଦର୍ଶକମାନଙ୍କୁ କରୁଥିବା ଶୋଷଣରେ ରୋକ୍ ଲାଗିଛି। ଆଜି ପାର୍କିଂସ୍ଥଳରେ ଚିରାଯାଇଥିବା ବିଏମ୍ସି ରେଟ୍ ଚାଟ୍ ପୁଣି ଲଗାଯାଇଛି ଏବଂ ବିଏମ୍ସି କର୍ମଚାରୀ ଜଗି ରହିବାରୁ ପାର୍କିଂର ନିର୍ଦ୍ଧାରିତ ଦର ଆଦାୟ ହୋଇଛି। ମେଳା ଆରମ୍ଭରୁ ବିଏମ୍ସିର ପାର୍କିଂ ଧାର୍ଯ୍ୟ ଦର ୧୦ ଟଙ୍କା ବଦଳରେ ୫୦ ଟଙ୍କା ଓ ୨୦ ଟଙ୍କା ବଦଳରେ ୧୦୦ ଟଙ୍କା ଆଦାୟ କରାଯାଉଥିଲା। ଏନେଇ ‘ସମ୍ବାଦ’ରେ ‘ମେଳା ଆରମ୍ଭରୁ ପାର୍କିଂ ଶୋଷଣ’ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ବିଏମ୍ସି ତତ୍ପରତା ପ୍ରଦର୍ଶନ କରିଥିଲା। ଭୁବନେଶ୍ବର ଦକ୍ଷିଣ ପଶ୍ଚିମ ମଣ୍ଡଳ ପକ୍ଷରୁ ଧାର୍ଯ୍ୟ ଦରଠାରୁ ଅତ୍ୟଧିକ ଦର ନେଉଥିବା ଜଣେ ଲିଜ୍ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ହେଲେ ଏହାପରେ ମଧ୍ୟ ଗତକାଲି ପାର୍କିଂ ଶୋଷଣ ହେଉଥିବା ଦେଖିବାକୁ ମିଳିଥିଲା। ଟିକେଟ୍ରେ ପାର୍କିଂ ଦର, ଗାଡ଼ିର ରହଣି ସମୟ ଓ ତାରିଖ ଲେଖାଯାଉ ନଥିଲା।
ଜଗିରହିଲେ କର୍ମଚାରୀ
ଜେଡ୍ଡିସିଙ୍କ ଅତର୍କିତ ପରିଦର୍ଶନ
ଆଜି ପୁଣି ଶତାଧିକ ଅଭିଯୋଗ ପାଇବା ପରେ ବିଏମ୍ସି କମିସନରଙ୍କ ପକ୍ଷରୁ ଫାଇନାଲ୍ ନୋଟିସ୍ ଜାରି କରାଯାଇଛି। ଖଣ୍ଡଗିରି ଥାନା ସାମ୍ନା, ଖାରବେଳ ପାର୍କ, ଜାଗମରା ହାଉସିଂ ବୋର୍ଡ ସାମ୍ନା, ଖଣ୍ଡଗିରିବାରି ଓ ଖଣ୍ଡଗିରି ଓଭର୍ବ୍ରିଜ୍ ତଳେ ଥିବା ୫ଟି ପାର୍କିଂର ଲିଜ୍ଧାରୀଙ୍କୁ ଟିକଟରେ ସମୟ, ତାରିଖ ଲେଖିବା ସହ ବିଏମ୍ସି ରେଟ୍ ଚାଟ୍ ଲଗାଇବାକୁ କୁହାଯାଇଥିଲା। ସେହିପରି ବିଏମ୍ସିର କର୍ମଚାରୀମାନେ ସବୁ ପାର୍କିଂ ସ୍ଥାନରେ ଜଗି ରହିଥିଲେ। ନିଜେ ଜେଡ୍ଡିସି ରାକେଶ ପାତ୍ର ପାର୍କିଂ ସ୍ଥାନକୁ ଅତର୍କିତ ପରିଦର୍ଶନ କରିଥିଲେ। ତେଣୁ ସଂଧ୍ୟା ପରେ ଲିଜ୍ଧାରୀମାନେ ଟିକେଟ୍ରେ ସମସ୍ତ ତଥ୍ୟ ରଖି ଗାଡ଼ି ରଖିଥିଲେ ଏବଂ ଅଧିକ ପଇସା ଦେଇଥିବା ପର୍ଯ୍ୟଟକଙ୍କୁ ଟଙ୍କା ଫେରାଇଥିଲେ।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଖାଦ୍ୟ ନିରାପତ୍ତା ଟିମ୍ ୫ ଦିନରେ ନଷ୍ଟ କଲାଣି ୧୮୫କେଜି ଖାଦ୍ୟ
ଖଣ୍ଡଗିରି: ଖଣ୍ଡଗିରି ମେଳାରେ ପରିଷ୍କାର ପରିଚ୍ଛନ୍ନତାକୁ ଜୋର୍ ଦିଆଯାଉଛି। ସଫେଇ ପାଇଁ ୧୨୦ କର୍ମଚାରୀ, ସ୍ପଟ୍ ଚେକ୍ ପାଇଁ ୭୦ ଫିଲ୍ଡ କର୍ମଚାରୀ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଛନ୍ତି। ଏକକ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ସହ ଖାଦ୍ୟର ମାନ ଠିକ୍ ରଖିବାକୁ ଘନଘନ ଡାକବାଜି ଯନ୍ତ୍ର ଘୋଷଣା କରୁଛି। ଖାଦ୍ୟ ନିରାପତ୍ତା ଟିମ୍ ବାରମ୍ବାର ଚଢ଼ାଉ କରୁଛି। କିନ୍ତୁ ଏ ସମସ୍ତ ବ୍ୟବସ୍ଥାକୁ ଖୋଳା ଚାଲେଞ୍ଜ କରୁଛନ୍ତି ମେଳାରେ ଦୋକାନ ଖୋଲିଥିବା ଖାଦ୍ୟ ଦୋକାନୀ। ସେମାନଙ୍କର କାହାକୁ ଖାତିର ନାହିଁ। ଗୋଟିଏ ପଟେ ଅତି କମ୍ ସ୍ଥାନରେ ୫୮୦ ଦୋକାନ ଓ ଅନ୍ୟପଟେ ହଜାର ହଜାର ପର୍ଯ୍ୟଟକ। ଧୂଳିବାଲି ମିଶି ଖାଦ୍ୟ ପ୍ରଦୂଷିତ ହେଉଛି। ଏହା ଛଡ଼ା ବ୍ୟବସାୟୀମାନେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ନିମ୍ନମାନର ତେଲ, କେମିକାଲ ମିଶା ସସ୍, ଖରାପ ଫୁଡ଼୍ କଲର ସାଙ୍ଗକୁ ବାସି ଖାଦ୍ୟ ଏବେ ବେଶି ଚିନ୍ତା ବଢ଼ାଇଛି। ଟଙ୍କା ଦେଇ ରୋଗ କିଣିବା ଭଳି ଅବସ୍ଥା ହୋଇଛି। ମେଳାରେ ଖୁଲମ୍ଖୁଲା ଖାଦ୍ୟ ପଦାର୍ଥକୁ ନ ଘୋଡ଼ାଇ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ରାସ୍ତାର ଧୂଳି ଉଡ଼ି ଖାଦ୍ୟରେ ମିଶୁଛି। ଖାଦ୍ୟ ଉପରେ ମାଛି ଭଣଭଣ ହେଉଛନ୍ତି। ଗତ ୫ ଦିନରେ ଚଢ଼ଉ କରାଯାଇ ୧୮୫କେଜି ଖାଦ୍ୟ ନଷ୍ଟ କରାଯାଇଛି। ଶୁକ୍ରବାର ୪୦ଖାଦ୍ୟ ଦୋକାନକଯୋଞ୍ଚ କରାଯାଇ ୨୩ ଦୋକାନୀଙ୍କର ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏଭଳି ଖାଦ୍ୟ ପଦାର୍ଥ ଖାଇଲେ କିଡ୍ନି, ଲିଭର୍ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଏହା ସହ ଜଣ୍ଡିସ, ପୋଲାଇଟିସ, ଏସିଡିଟି, ଟାଇଫଏଡ୍, ଡାଇରିଆ ମଧ୍ୟ ହୁଏ। ଏଭଳି ଖୋଲାଖୋଲି ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଜରିମାନା ଓ ଦୋକାନ ବନ୍ଦ କରିବା ପାଇଁ ଲୋକେ ଦାବି କରୁଛନ୍ତି।
Follow Us