ଭୁବନେଶ୍ବର: ରାଜଧାନୀରେ କନ୍ଦାଇଲାଣି ଟ୍ରାଫିକ୍‌ ଯନ୍ତ୍ରଣା। କେତେବେଳେ ଆମ୍ବୁଲାନ୍ସ ଭିଡ଼ରେ ଫସୁଛି ତ କେତେବେଳେ ଲୋକେ ଘଣ୍ଟାଘଣ୍ଟା ଧରି ସେମାନଙ୍କ ଗନ୍ତବ୍ୟପଥରେ ଯାଇପାରୁନାହାନ୍ତି। ଜୟଦେବବିହାର ଛକରେ ଲେନ୍‌ ଡ୍ରାଇଭିଂ ପାଇଁ ପରୀକ୍ଷାମୂଳକ ଭାବେ ରାସ୍ତାକୁ ଭାଗ ଭାଗ କରାଯାଇଥିଲା। କିନ୍ତୁ ଏହା ଫେଲ୍‌ ମାରିଛି।  ଜୟଦେବବିହାର ଛକରେ ଗାଡ଼ି ଚଳାଇଲା ବେଳେ ଲୋକେ ମନଇଚ୍ଛା ଲେନ୍‌ ବଦଳାଇ ଗାଡ଼ି ଚଳାଉଛନ୍ତି। ତେଣୁ ବାରମ୍ବାର ଏଠାରେ ଟ୍ରାଫିକ୍‌ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଆଜି ଅପରାହ୍ଣରେ ଏକ ଆମ୍ବୁଲାନ୍ସ ମଧ୍ୟ ଭିଡ଼ରେ ଫସିଥିଲା। ‌ସେହିଭଳି ଏକ ଅ‌‌‌ଟୋ ଲେନ୍‌ ବଦଳାଇ କଟ୍‌ରେ ୟୁ ଟର୍ଣ୍ଣ କରିବା ଫଳରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏହା ରାଜଧାନୀର ଟ୍ରାଫିକ୍‌ ଅବ୍ୟବସ୍ଥାର ଗୋଟିଏ ଗୋଟିଏ ଉଦାହରଣ।  ତେଣୁ ପୁଣି ଲେନ୍‌ ଡ୍ରାଇଭିଂକୁ କଡ଼ାକଡ଼ି କରିବା ସହିତ ଜରୁରିକାଳୀନ ଗାଡ଼ି ପାଇଁ ସ୍ବତନ୍ତ୍ର ଲେନ୍‌ କରିବାକୁ ଦାବି ହେଉଛି।

Advertisment

Weekly Horoscope 2026 Jan 25 to Jan 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଊର୍ମି କଟ୍ ଛକକୁ ଭୁଲିଯାଇଛି ଟ୍ରାଫିକ୍‌ ବିଭାଗ ଜାତୀୟ ରାଜପଥରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଛକକୁ କମିସନ‌ରେଟ ପୁଲିସ ଭୁଲି ଯାଇଛି। ସନ୍ଧ୍ୟା ସମୟର ପ୍ରବଳ ଭିଡ଼ ହେଉଥିବା ବେଳେ ଏହିି ଛକ୍‌ରେ କେହି ଟ୍ରାଫିକ୍‌ କର୍ମଚାରୀ ରହୁନାହାନ୍ତି। ଫଳରେ ଯିଏ ଯୁଆଡ଼େ ପାରିଲା ଗାଡ଼ି ଭର୍ତ୍ତି କରି ଦେଉଛନ୍ତି। ଏଣୁ ଏଠାରେ ଟ୍ରାଫିକ୍‌ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଉଛି।  ଏପରିକି ବଡ଼ ବଡ଼ ଟ୍ରକ୍‌ ଅଟକିବା ଫଳରେ ରାସ୍ତା ଜାମ୍‌ ହୋଇ ଲୋକେ ଘଣ୍ଟାଘଣ୍ଟା ଧରି ଅଟକିବାକୁ ବାଧ୍ୟ ହେଉଛନ୍ତି। 

Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ଚତୁର୍ଥ ରାଉଣ୍ଡ୍‌ରେ ସିନ୍ନର, ଜୋକୋଭିକ୍‌

ସୂଚନା ଅନୁସାରେ, ରସୁଲଗଡ଼ର ଊର୍ମି ହୋଟେଲ କଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ଛକ। ଏହି ଛକ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ସଂଯୋଗ କରୁଛି। ତେଣୁ ଭାରୀଯାନ ସହିତ ସାଧାରଣ ଲୋକଙ୍କ ଗମନାଗମନ ଅଧିକ ରହୁଛି। ସନ୍ଧ୍ୟା ସମୟରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନର ସିଫ୍ଟ ବଦଳୁଥିବାରୁ ଏହି ସମୟ‌ରେ ଗହଳି ଅଧିକ ରହୁଛି। ଗହଳି ସମ୍ଭାଳିବାକୁ ଜଣେ ଟ୍ରାଫିକ୍‌ କର୍ମଚାରୀ ରହିବା ଆବଶ୍ୟକ। କିନ୍ତୁ ସନ୍ଧ୍ୟା ଗହଳି ସମୟରେ ଟ୍ରାଫିକ୍‌ ପୁଲିସ ରହୁନାହାନ୍ତି। ଏହା ସହିତ ଶିଳ୍ପାଞ୍ଚଳ ରାସ୍ତାକଡ଼ରେ ମାଳମାଳ ଟ୍ରକ୍‌ ରହୁଛି। ବେଆଇନ ପାର୍କିଂ କରାଯାଉଛି। ତେଣୁ ଏହି ରାସ୍ତାରେ ମଧ୍ୟ ଗହଳି ରହୁଛି। ଏନେଇ ଭୁବନେଶ୍ବର ଟ୍ରାଫିକ୍‌ ଏସିପି ଉମାକାନ୍ତ ପ୍ରଧାନ କହିଛନ୍ତି ‌ଯେ ଋର୍ମି କଟ୍‌ରେ ସବୁ ସମୟରେ ଟ୍ରାଫିକ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ସନ୍ଧ୍ୟା ସମୟ‌ରେ ୧୦ ହଜାର ଲୋକ ଶିଳ୍ପାଞ୍ଚଳରୁ ବାହାରୁଛନ୍ତି। ଭାରୀଯାନ ମଧ୍ୟ ଶିଳ୍ପାଞ୍ଚଳକୁ ପ୍ରବେଶ କରୁଛି। ଏହି ଓଭର୍‌ବ୍ରିଜ୍‌ର ତଳେ ଏକାଧିକ ସ୍ଥାନରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ପଡ଼ୁଛି। ଏହାବାଦ୍‌ ମଞ୍ଚେଶ୍ବର ଥାନାର ଜବତ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାକୁ ମଡ଼ାଇ ରଖୁଛନ୍ତି। ସେହି ଛକରେ ବହୁ ଦୋକାନ ରହିଛି। ସେଠାରେ ଗାଡ଼ି ପାର୍କିଂ କରି ରାସ୍ତାକୁ ସଙ୍କୁଚିତ କରାଯାଉଛି। ଏହି ସବୁ କାରଣରୁ ଗହଳି ବଢ଼ୁଛି ବୋଲି ଏସିପି କହିଛନ୍ତି।