Photograph: (SAMBAD.IN)
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏଥିରେ ମୋହର ବାଜିଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ଜାଗର ନୀତି ଉପରେ ବ୍ୟାପକ ଆଲୋଚନା କରାଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ନିଅଂଶ ପାଳି ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ନିଷ୍ପତ୍ତି ନେବେ।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
ସେହିପରି ମନ୍ଦିର ପରିସରରେ ବିଭିନ୍ନ ଦେବୀ ପ୍ରତିମା ଓ ନାଗ ଆଦି ବାହାରକୁ ବାହର କରାଯିବ। ଏହି ମୂର୍ତ୍ତିସବୁର ମନ୍ଦିରର ଐତିହ୍ୟ ସହ ସମ୍ପର୍କ ନଥିବାରୁ ସେଗୁଡ଼ିକୁ ବାହାର କରାଯିବ। ଏଥିପାଇଁ ଏକ ସବ୍ କମିଟି ଗଠନ କରାଯିବ ଏବଂ କେଉଁ ମୂର୍ତ୍ତି କିଏ ଆଣି ରଖିଛି, ଏହାର ଅନୁଧ୍ୟାନ ହେବ। ସେହିପରି ଓଟିଡିସି ଦ୍ବାରା ନିର୍ମିତ ଐତିହ୍ୟ ଲିଙ୍ଗରାଜ ମାର୍କେଟ୍ରେ ଖାଲି ଥିବା ଉପର ମହଲା ନିଲାମ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଠିକଣା ସମୟରେ ମହାଦୀପ ଉଠିବା ପାଇଁ ସେବାୟତମାନେ ନିଜ ନିଜ ଦାୟିତ୍ବ ଶୃଙ୍ଖଳିତ ଭାବେ କରିବେ ବୋଲି ଜିଲ୍ଲାପାଳ ଅନୁରୋଧ କରିଥିଲେ ଏବଂ ବିଭିନ୍ନ ନିଯୋଗ ପ୍ରତିନିଧିମାନେ ଠିକଣା ଭାବେ ନୀତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
Follow Us