ଭୁବନେଶ୍ବର: ସରିଲା ଦିନ ଛୋଟ ଓ ରାତି ବଡ଼ର ଋତୁ। ଆସନ୍ତାକାଲି (ମକର ସଂକ୍ରାନ୍ତି)ଠାରୁ ଦିନ ବଡ଼ ଓ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଓଡ଼ିଆରେ ଏକ କଥା ଅଛି, ‘ମକରଠାରୁ ଦିନ ହୁଏ ବକର’। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ,  ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ। 

Advertisment

ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ଆହ୍ବାନ: ସାହାଯ୍ୟ ପହଞ୍ଚିବ ପ୍ରତିଷ୍ଠାନ ଦଖଲ କର

ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ଏଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଓ ଗୋଲ୍‌ମରିଚ ଗୁଣ୍ଡ ଇତ୍ୟାଦି ଚକଟା ହୋଇ ଏକ ସୁମିଷ୍ଟ ଭୋଗ ପ୍ରସ୍ତୁତ କରାଯାଏ। ଏହି ଚକଟାକୁ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହା ‌ ‘ମକର ଚାଉଳ’ ଭାବେ ପରିଚିତ। ଏହି ଭୋଗ ପରସ୍ପରକୁ ଖୁଆଖୋଇ ହୋଇ ପୁଅ/ଝିଅମାନେ ‘ମକର’ ବସନ୍ତି। ପୁରୀ ଶ୍ରୀମନ୍ଦିରରେ ଏହି ଦିନଟିରେ ମା’ ଲକ୍ଷ୍ମୀ ବାପଘର ବରୁଣାଳୟରୁ ଫେରନ୍ତି। ଏହିଦିନ ଘରେ ଘରେ ଖେଚୁଡ଼ି, ରାଶିଜାଉ, ବାଦାମଜାଉ, ମଣ୍ଡା କାକରା ଓ କ୍ଷୀରି ଇତ୍ୟାଦି ସହ ମକର ଚାଉଳ ପ୍ରସ୍ତୁତ ହୁଏ। ଖେଚୁଡ଼ି ଖିଆ ଓ ଗୁଡ଼ିଉଡ଼ା ଏହି ପର୍ବର ଅନ୍ୟ ଏକ ସୁଖଦ ଅନୁଭୂତି।

Supreme Court: ବୁଲାକୁକୁର ମାମଲା: କଠୋର ହେଲେ ସର୍ବୋଚ୍ଚ ଅଦାଲତ, ପ୍ରତ୍ୟେକ କାମୁଡ଼ା, ମୃତ୍ୟୁେର ରାଜ୍ୟ ଗଣିବ ମୋଟା ଅଙ୍କ