ଆମ୍ବ ଟାକୁଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ...

ଅଦ୍ୟତନ ହୋଇଛି
14ammnzxap

ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ।

ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇଭଉଣୀଙ୍କ ଚାଉଳକୁ  ନୂଆ ସରକାର ବନ୍ଦ କରିଛନ୍ତି। ସେମାନେ ଆମ୍ବ ଟାକୁଆ ଖାଉଛନ୍ତି। ଏହା ବହୁତ ଦୁଃଖର କଥା। ଦୁଇଜଣ ମୃତ୍ୟୁବରଣ କରିଛନ୍ତି। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। 

ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ମେମ୍ବର ସିପ ଡ୍ରାଇଭ ଭଲରେ ଚାଲିଛି। ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି। ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି।

ଯୁବ ଛାତ୍ରମାନେ ମୋ ଦଳର ଭବିଷ୍ୟତ। ଆପଣମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ। ବିରୋଧୀଙ୍କ ଅପ ପ୍ରଚାରର କଡା ଜବାବ ଦିଅନ୍ତୁ ବୋଲି ନବୀନ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଏକ ମଡେଲ ହୋଇଛି। ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନ ଥିଲା ।  ବିଜେପି ସରକାର ଲୋକଙ୍କ ସମସ୍ୟା କୁ ଅଣଦେଖା କରୁଛି ।  ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ।  ବିଜେଡି ଲୋକଙ୍କ ହୃଦୟରେ ରହିଛି ବୋଲି ନବୀନ କହିଛନ୍ତି।

ଅଧିକ ପଢ଼ନ୍ତୁ: ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୋହନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe