Mayur Valley in the Mahanadi: ମହାନଦୀ ଅବବାହିକାରେ ମୟୂର ଉପତ୍ୟକା: ଜେଜେଙ୍କ ଡାକର କୁହୁକ, ନାତି କଣ୍ଠରେ

Advertisment

ସେତେବେଳେ ଜେଜେଙ୍କ ଯାଦୁକରୀ ଡାକରେ ମୟୂରମାନେ ଉଚ୍ଚାଟ ହୋଇଉଠୁଥିଲେ। ବ୍ୟଗ୍ରତାର ସହ ବଣ ଭିତରୁ ଦଳଦଳ ହୋଇ ଉଡ଼ିଆସୁଥିଲେ। ଜେଜେ ବୁଣି ଦେଉଥିଲେ ଗହମ, ଚାଉଳ, ମୁଗ ଓ ବିରି ଭଳି ଖାଦ୍ୟଶସ୍ୟ।

ସେତେବେଳେ ଜେଜେଙ୍କ ଯାଦୁକରୀ ଡାକରେ ମୟୂରମାନେ ଉଚ୍ଚାଟ ହୋଇଉଠୁଥିଲେ। ବ୍ୟଗ୍ରତାର ସହ ବଣ ଭିତରୁ ଦଳଦଳ ହୋଇ ଉଡ଼ିଆସୁଥିଲେ। ଜେଜେ ବୁଣି ଦେଉଥିଲେ ଗହମ, ଚାଉଳ, ମୁଗ ଓ ବିରି ଭଳି ଖାଦ୍ୟଶସ୍ୟ।

hfshfsfhhf

ସନ୍ତୋଷ ପାଣି

ତ୍ରିଶୂଳିଆ: ସେତେବେଳେ ଜେଜେଙ୍କ ଯାଦୁକରୀ ଡାକରେ ମୟୂରମାନେ ଉଚ୍ଚାଟ ହୋଇଉଠୁଥିଲେ। ବ୍ୟଗ୍ରତାର ସହ ବଣ ଭିତରୁ ଦଳଦଳ ହୋଇ ଉଡ଼ିଆସୁଥିଲେ। ଜେଜେ ବୁଣି ଦେଉଥିଲେ ଗହମ, ଚାଉଳ, ମୁଗ ଓ ବିରି ଭଳି ଖାଦ୍ୟଶସ୍ୟ। ଖୁସିରେ କୁହାଟ ଛାଡ଼ି ମୟୂରମାନେ ଜେଜେଙ୍କ ଚାରିପ‌ଟେ ଘୂରିଘୂରି ଭୂଇଁରୁ ଖୁଣ୍ଟି ପକାଉଥିଲେ ଖାଦ୍ୟ କଣିକା। ଖାଇସାରିବା ପରେ ଜେଜେ ଖାଲି ଥଳିକୁ ଧରି ଘରକୁ ଫେରୁଥିଲେ ଏବଂ ମୟୂରମାନେ ବଣ ଭିତରକୁ ଉଡ଼ିଯାଉଥିଲେ। ବଣ ଜଙ୍ଗଲ ଘେରା ଛୋଟ ପାହାଡ଼ର ପାଦଦେଶରେ ଏହା ଥିଲା ଜେଜେଙ୍କର ନିତିଦିନିଆ କାମ। ମୟୂର ଓ ଜେଜେଙ୍କ ଭିତରେ ଥିବା ଏଭଳି ବିରଳ ବନ୍ଧନର କାହାଣୀ ଦିନକୁ ଦିନ ବ୍ୟାପିବାରେ ଲାଗିଥିଲା। କାହିଁ କେଉଁଆଡ଼ୁ ଶହଶହ ଲୋକଙ୍କ ସୁଅ ଛୁଟିଲା ଏବଂ ଜାଗାଟି ମୟୂର ଉପତ୍ୟକା ବୋଲି ପରିଚିତି ଲାଭ କଲା। ଦିନେ କାହାରି ନଜରରେ ନଥିବା ଅପନ୍ତରା ଜାଗାଟି କାଳକ୍ରମେ ଏକ ଅଘୋଷିତ ପର୍ଯ୍ୟଟନସ୍ଥଳୀ ପାଲଟିଗଲା। ଆଜି ଜେଜେ ନାହାନ୍ତି। ତାଙ୍କର ପରଲୋକ ଘଟିଛି। କିନ୍ତୁ ମୟୂର ଉପତ୍ୟକା ପୂର୍ବଭଳି ତା’ର ଅସ୍ତିତ୍ବ ବଜାୟ ରଖିଛି। ଜେଜେଙ୍କ କାମ ନାତି କରୁଛି। ଜେଜେଙ୍କ ଡାକର କୁହୁକ ଏବେ ନାତି କଣ୍ଠରୁ ଶୁଣିବାକୁ ମିଳୁଛି। ରାଜଧାନୀଠାରୁ ମାତ୍ର ୨୦/୨୫ କିଲୋମିଟର ଦୂରରେ ବାରଙ୍ଗ ନରାଜ ନିକଟ ମହାନଦୀ ଅବବାହିକାରେ ରହିଛି ଏହି ମୟୂର ଉପତ୍ୟକା। ଜେଜେ ପାଣୁ ବେହେରାଙ୍କ ଦେହାନ୍ତ ପରେ ନାତି କାହ୍ନା ମୟୂରମାନଙ୍କ ପାଇଁ ଧର୍ମପଦ ସାଜିଛନ୍ତି।   ମହାନଦୀ ତଟବର୍ତ୍ତୀ ନରାଜ ଓ ତଳଗଡ଼ ଗାଁ ମଝିଆମଝିରେ ରହିଛି ଏହି ଛୋଟ ମୁଣ୍ଡିଆ। 

Trump: ସମଗ୍ର ୟୁରୋପକୁ ଧମକାଇଲେ ଟ୍ରମ୍ପ: ଡେନମାର୍କକୁ ଅକୃତଜ୍ଞ କହି ବର୍ଷିଲେ

ଏକଦା ଏଠାରେ ପୁଲିସ କର୍ମଚାରୀମାନଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯାଉଥିଲା। ତେଣୁ ଏଠାକୁ ସାଧାରଣ ଲୋକଙ୍କ ଚଳପ୍ରଚଳ ନଥିଲା। ଏମିତିକି ଏଠାରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ବନ୍ଦ ହେବା ପରେ ବି ଆଖପାଖର ଲୋକେ ଏହି ବଣକୁ ଯା’ଆସ କରୁନଥିଲେ। ୧୯୯୯ ମସିହାର ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ବସ୍ତବିଧ୍ବସ୍ତ କରିଦେଲା। ମାତ୍ର କିଏ ଜାଣିଥିଲା ଯେ ସେଦିନର ସେହି ପ୍ରକୃତିର କରାଳ ରୂପ ଏହି ମୁଣ୍ଡିଆ ପାଇଁ ଏକ ନୂଆ ସକାଳ ଆଣିଥିଲା! ହଠାତ୍ ଏହି ବଣ ଜଙ୍ଗଲ ଘେରା ଛୋଟ ପାହାଡ଼ଟି‌ରେ ମାଳମାଳ ମୟୂର ଦେଖିବାକୁ ମିଳିଲେ। ନରାଜ ଓ ତଳଗଡ଼ ଗାଁର ଅନେକ ଲୋକଙ୍କ ଆଖି ମୟୂରମାନଙ୍କ ଉପରେ ପଡ଼ିଲା। କିନ୍ତୁ ସେମାନଙ୍କ ଭିତରେ ପାଣୁ ବେହେରା ଥିଲେ ଭିନ୍ନ। ନରାଜ ଗାଁର ପାଣୁ ମୟୂରମାନଙ୍କ ଚିନ୍ତାରେ ନିମଗ୍ନ ରହିଲେ। ମୟୂରମାନେ କ’ଣ ଖାଇ ବଞ୍ଚିବେ, ସେହି ଚିନ୍ତା ପାଣୁଙ୍କୁ ବିଚଳିତ କଲା। ଭବିଷ୍ୟତ କଥା ଚିନ୍ତା ନକରି ପାଣୁ ନିଜ ଘରୁ ଖୁଦ, ଚାଉଳ ଧରି ଧାଇଁଗଲେ ପାହାଡ଼ ପାଦଦେଶକୁ। ବଡ଼ପାଟିରେ ଡାକ ପକାଇଲେ ଆ... ଆ...। ଅପୂର୍ବ ସଂଯୋଗ ନୂହେଁ ତ ଆଉ କ’ଣ! ସତେ ଯେମିତି ମୟୂରମାନେ ଅପେକ୍ଷା କରିଥିଲେ ପାଣୁଙ୍କ ଡାକକୁ। ବଣ ଭିତରୁ କୁହାଟ ଛାଡ଼ି ଉଡ଼ିଆସିଲେ ମାଳମାଳ ମୟୂର। ପାଣୁ ବିଞ୍ଚିଦେଇଗଲେ ଖୁଦ ଓ ଚାଉଳ। ଏହାପରେ ମୟୂରମାନଙ୍କୁ ଖାଦ୍ୟଶସ୍ୟ ଦେବା ପାଣୁଙ୍କ ନିୟମିତ ଦାୟିତ୍ବ ପାଲଟିଗଲା। ଘରେ ଖାଇବାକୁ ଥାଉ କି ନଥାଉ, ମୟୂରମାନଙ୍କ ଖାଦ୍ୟ ପାଇଁ ପାଣୁ ଧାନ, ଚାଉଳ, ମୁଗ, ବିରି ଆଦି ଯୋଗାଡ଼ରେ ଲାଗିପଡ଼ିଲେ।

Chief Minister's warning: ଗୋ-ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: ସୁଧୁରିଯାଅ, ନ ହେଲେ ଭୋଗିବ

କି ବର୍ଷା, କି ଖରା, କି ଶୀତ ସବୁଦିନ ପାଣୁ ଖାଦ୍ୟ ପୁଡ଼ିଆ ଧରି ପାହାଡ଼ ପାଦଦେଶରେ ହାଜର ହୋଇଯାଉଥିଲେ ଏବଂ ମୟୂରମାନେ ତାଙ୍କ ପାଖକୁ ଉଡ଼ିଆସୁଥିଲେ। ଏହାପରେ ପାହାଡ଼ ପାଦଦେଶ ପାଲଟିଗଲା ମହାନଦୀ ଅବବାହିକରେ ମୟୂର ଉପତ୍ୟକା। କଥା ବାରଙ୍ଗ, ନରାଜ ଡେଇଁ ବ୍ୟାପିଗଲା ସାରା ଓଡ଼ିଶାକୁ। ମୟୂରପ୍ରେମୀମାନେ ଛୁଟି ଆସିଲେ ମହାନଦୀର ଏହି ଅପୂର୍ବ ଉପତ୍ୟକାକୁ। ନିକଟସ୍ଥ ନରାଜ ବ୍ୟାରେଜ୍‌ରେ ମହାନଦୀର ଘନ ନୀଳ ଜଳରାଶିର ନୈସର୍ଗିକ ‌ସୌନ୍ଦର୍ଯ୍ୟ ସାଙ୍ଗକୁ ମୟୂର ଉପତ୍ୟକାରେ ମୟୂରମାନଙ୍କ ନୃତ୍ୟ ପର୍ଯ୍ୟଟକମାନଙ୍କୁ ଏଠାକୁ ଆସିବାକୁ ବାଧ୍ୟକଲା। ସମସ୍ତେ ପାଣୁଙ୍କ ଉଦ୍ୟମକୁ ପ୍ରଶଂସା କଲେ ଏବଂ ବହୁ ମୟୂରପ୍ରେମୀ ପାଣୁଙ୍କୁ ସହଯୋଗର ହାତ ବଢ଼ାଇଲେ।  ଏା ଭିତରେ ବୃଦ୍ଧ ପାଣୁଙ୍କ ପରଲୋକ ଘଟିଲା। ଅନେକଙ୍କ ମନରେ ମୟୂର ଉପତ୍ୟକାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲା। ମାତ୍ର ପାଣୁଙ୍କ ନାତି କାହ୍ନା ଆଗକୁ ଆଗେଇ ଆସିଲେ। ଜେଜେଙ୍କ ଭଳି କାହ୍ନା ପ୍ରତିଦିନ ମୟୂର ଉପତ୍ୟକାରେ ଖାଦ୍ୟଶସ୍ୟ ବୁଣିଚାଲିଲେ। ମୟୂରମାନେ ବି କାହ୍ନାଙ୍କ ଡାକକୁ କାନଡେରି ଅପେକ୍ଷା କରିରହିଲେ। କାହ୍ନାଙ୍କ କହିବା କଥା ଜେଜେଙ୍କ ଆତ୍ମା ମୟୂରମାନଙ୍କ ସହ ରହିଛି। ତେଣୁ ତାଙ୍କ ଆତ୍ମାକୁ ଶାନ୍ତିଦେବାକୁ ସେ ଏହି ଦାୟିତ୍ବ ବହନ କରିଛନ୍ତି। ଏହି ଅବସରରେ ସେ ଅଧ୍ୟାପକ ଦୀପକ ରାଜ୍‌, ସୁଶୀଲ ଅଗ୍ରୱାଲ୍‌ ଓ ସୌମ୍ୟ ଭାଇଙ୍କ ଅବଦାନ କଥା କହିବାକୁ ଭୁଲି ନାହାନ୍ତି। ମାତ୍ର ପରିତାପର କଥା ଏତେ ସୁନ୍ଦର ଜାଗାଟି ଆଜି ବି ରାଜ୍ୟ ସରକାରଙ୍କ ନଜରକୁ ଆସି ପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe