ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ୱାୟରଟେଲ୍ର ପାର୍ଟନର୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନିର ଅନେକ ସହଯୋଗୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ କମ୍ପାନିର ଭବିଷ୍ୟତ ଯୋଜନା ଓ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା। ନେଟ୍ୱର୍କ ସମ୍ପ୍ରସାରଣ, ସେବାର ଗୁଣାତ୍ମକ ମାନ ବୃଦ୍ଧି, ଗ୍ରାମୀଣ ଓ ସହରାଞ୍ଚଳ ସଂଯୋଗର ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା।ଏହି ଅବସରରେ ୱାୟରଟେଲ୍ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଅପରେଟରମାନଙ୍କ ସହ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।
Former OPSC Secretary: ହାଇକୋର୍ଟରେ ହାଜର ହେବେ ଓପିଏସ୍ସିର ପୂର୍ବତନ ସଚିବ କୁମୁଦ ଚନ୍ଦ୍ର ମଲ୍ଲିକ
ବଜାରରେ ଅନେକ ବ୍ରାଣ୍ଡ୍ ଥିବା ସତ୍ତ୍ବେ ୱାୟରଟେଲ୍ର ସେବା ଉନ୍ନତ ମାନର ଥିବାରୁ ତାହା ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ସେ କହିଥିଲେ। ସେହିପରି କମ୍ପାନିର ନିର୍ଦ୍ଦେଶକ ଅଭିଜିତ ପଣ୍ଡା କହିଥିଲେ ଯେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୱାୟରଟେଲ୍ ଭଲ ଇଣ୍ଟରନେଟ୍ ସେବା ଯୋଗାଉଛି। ଯେଉଁଠି ଅନ୍ୟ କମ୍ପାନି ପହଞ୍ଚିପାରୁନାହାନ୍ତି ସେଠାରେ କମ୍ପାନି ଶତ ପ୍ରତିଶତ ସେବା ଯୋଗାଉଥିବା ସେ କହିଥିଲେ। ସଂପ୍ରତି ୱାୟରଟେଲ୍ ୧୨୦ରୁ ଅଧିକ କର୍ପୋରେଟ୍ ସଂସ୍ଥା ସହ କାର୍ଯ୍ୟ କରୁଛି। ଭାରତୀୟ ରେଳ, ପ୍ରମୁଖ ହସ୍ପିଟାଲ୍, ପାରାଦୀପ ବନ୍ଦର, ରାଜ୍ୟ ସରକାର ଓ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ କମ୍ପାନି ସହଯୋଗିତା ସ୍ଥାପନ କରିଛି। ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣାତ୍ମକ ମାନରେ କମ୍ପାନି ପ୍ରତିଦ୍ବନ୍ଦ୍ବୀମାନଙ୍କଠାରୁ ଆଗରେ ରହିଛି।
Follow Us