ଭୁବନେଶ୍ୱର: ଆରମ୍ଭ ହୋଇଛି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଜାନ୍। ମୁସଲିମ୍ ସମ୍ପ୍ରଦାୟ ପାଇଁ ଅନ୍ୟତମ ପବିତ୍ର ମାସ ଭାବେ ବିବେଚିତ ହେଉଥିବା ଏହି ମାସ ସାରା ଶ୍ରଦ୍ଧାଳୁମାନେ ଉପବାସ ବ୍ରତ(ରୋଜା) ପାଳନ କରନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପୂରା ଉପାସେ ରହନ୍ତି ଏବଂ ରାତିରେ ଥରକ ପାଇଁ କିଛି ଖାଦ୍ୟ ଗ୍ରହଣ କରନ୍ତି। ରୋଜା ପାଳନ ଅବସରରେ ଉପବାସ ରହିବା ଛଡ଼ା ବହୁ ମୁସଲମାନ ଶ୍ରଦ୍ଧାଳୁ ବିଭିନ୍ନ ଖରାପ ଅଭ୍ୟାସ ବି ପରିତ୍ୟାଗ କରିବା ପ୍ରଥା ରହିଛି। ବଡ଼କଥା ହେଉଛି ଏହି ମାସ ସାରା ବହୁ ଶ୍ରଦ୍ଧାଳୁ ନମାଜ ପଢ଼ିବାରେ ଅଧିକ ସମୟ ବିତାଇବା ଦେଖାଯାଏ। ମନରେ ପବିତ୍ରତା ବୃଦ୍ଧି କରିବାକୁ ଏହି ବ୍ରତ ପାଳନ କରାଯାଏ ବୋଲି ବିଶ୍ବାସ ରହିଛି। ତେଣୁ ଆଜିଠୁ ମସଜିଦ୍ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।
Incident in the capital: ରାଜଧାନୀରେ ଅଘଟଣ: ଚାପିହୋଇ ୪ ପ୍ରାଣ ହରାଇଲେ, ପାଚେରି ଭୁଶୁଡ଼ି ୨ ଶ୍ରମିକ ମୃତ
ଏହା ମୁସଲମାନମାନଙ୍କର ଏକ ବଡ଼ ପର୍ବ ହୋଇଥିବାରୁ ସେମାନେ ଏହି ଅବସରରେ କିଛି ସ୍ୱତନ୍ତ୍ର ଖାଦ୍ୟ, ପୋଷାକ, ଅତର, ଟୋପି ଆଦି ବ୍ୟବହାର କରନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାସ ସାରା ସେମାନେ କେୱଡ଼ା ଦାନ୍ତକାଠିରେ ଦାନ୍ତ ସଫା କରନ୍ତି। ନମାଜ ପଢ଼ିବା ପୂର୍ବରୁ ଏହି ଦାନ୍ତକାଠିରେ ଦାନ୍ତସଫା କଲେ ବହୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ଦାନ୍ତକାଠିର ବ୍ୟବହାର କଫଜନିତ ଅସୁସ୍ଥତା ଓ ହୃଦ୍ରୋଗ ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ରୋଜା ଅବସରରେ ଏହାର ଚାହିଦା ବହୁତ। ତେଣୁ ରମଜାନ୍ ଆରମ୍ଭ ହେବା ପୂର୍ବରୁ ହାଇଦ୍ରାବାଦ, ଉତ୍ତରପ୍ରଦେଶ, କୋଲକାତା ଆଦି ସ୍ଥାନରୁ ଏହାକୁ ମଗାଇବାକୁ ପଡ଼େ ବୋଲି ମସଜିଦ୍ ନିକଟରେ ବେପାର କରୁଥିବା ବ୍ୟବସାୟୀମାନେ କହିଛନ୍ତି। ତେଣୁ ରମଜାନ୍ ପାଇଁ ରାଜଧାନୀର ବିଭିନ୍ନ ମସଜିଦ୍ ନିକଟରେ ଅସ୍ଥାୟୀ ବଜାର ଖୋଲିଗଲାଣି।
University: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଦାବି ପ୍ରସଙ୍ଗ: ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ଜମି ଆଳ ଦେଖାଇଲେ
ଏହି ମାସରେ ଖଜୁରୀ, ଅମୃତଭଣ୍ଡା, ଫାଲୁଦା, ଲଚ୍ଛା ଭଳି ଖାଦ୍ୟର ଆଦର ବେଶି। ତେଣୁ ବ୍ୟବସାୟୀମାନେ ଭାରତର କାଶ୍ମୀର ଓ କୋଲକାତା ସହିତ ଇଣ୍ଡୋନେସିଆ ଓ ଆରବ ଭଳି ବିଦେଶରୁ ଖଜୁରୀ ଆମଦାନୀ କରନ୍ତି। ଏବେ ବିଭିନ୍ନ ରଙ୍ଗର ଲଚ୍ଛା ବିକ୍ରି ହେଉଛି। କେଜି ପିଛା ୧୫୦ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ବ୍ୟବସାୟୀ ସାଫିକ୍ ଅହମ୍ମଦ ଖାଁ କହିଛନ୍ତି। ଏହି ମାସର ଅନ୍ୟ ଏକ ଆକର୍ଷଣ ହେଉଛି ଲଚ୍ଛା, ଡ୍ରାଏ ଫ୍ରୁଟସ୍, ଖଜୁରି ଆଦି ଥିବା ସ୍ୱତନ୍ତ୍ର ଗିଫ୍ଟ ବକ୍ସ। ବହୁ ଶ୍ରଦ୍ଧାଳୁ ଏଭଳି ଉପହାର ଦିଆନିଆ ହେବା ପରମ୍ପରା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/25/dghsfhfsxb-2026-02-25-03-40-00.jpg)