ଭୁବ‌‌ନେଶ୍ବର: ଡ୍ରେନ୍‌ ନିର୍ମାଣ ବେଳେ ରାଜଧାନୀରେ ପାଚେରି ଭୁଶୁଡ଼ି ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ଦୁଇ ମହିଳା ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ଗଞ୍ଜାମଜିଲ୍ଲା ଗଙ୍ଗାପୁରର ୫୦ ବର୍ଷୀୟ ସନ୍ୟାସୀ ମହାରଣା। ସେ ୫ ବର୍ଷରୁ ଅଧିକ ସମୟ ହେଲା ରାଜଧାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସନ୍ୟାସୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ବଡ଼ଗଡ଼ ଥାନା ପୁଲିସ ହସ୍ତାନ୍ତର କରିଛି। ଅନ୍ୟ ମୃତ ଶ୍ରମିକଙ୍କ ପରିଚୟ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

Advertisment

Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଭୋଇସାହି ଅଞ୍ଚଳରେ କିଛି ଶ୍ରମିକ ଡ୍ରେନେଜ୍ କାମ କରୁଥିଲେ। କାମ ଚାଲିଥିବା 
ସମୟରେ ଡ୍ରେନ୍‌ ନିକଟକୁ ଲାଗିଥିବା ଏକ ଘରକାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ପ୍ରାୟ ୫ ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଏହା ଦେଖି ପାଖରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ପାଟି କରି ସ୍ଥାନୀୟ ବାସିନ୍ଦାଙ୍କୁ ଡାକିବା ସହିତ ପ୍ରାୟ ଅଧ ଘଣ୍ଟା ପରିଶ୍ରମ ପରେ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଶ୍ରମିକମାନେ ଅଭିଯୋଗ କରିଛନ୍ତି, ମାଟିଖୋଳା‌ ବେଳେ କୌଣସି ସୁରକ୍ଷା ସରଞ୍ଜାମ ସେମାନଙ୍କୁ ଦିଆଯାଇ ନଥିଲା। ମାଟି ଓଦା‌ ରହିଥିଲା। କାନ୍ଥକଡ଼ରୁ ମାଟି ଖୋଳା ଚାଲିଥିବା ବେଳେ କାନ୍ଥଟି ଶ୍ରମିକମାନଙ୍କ ଉପରେ ମାଡ଼ିବସିଥିଲା। ୩ ଜଣ ପୁରୁଷ ଓ ଦୁଇଜଣ ମହିଳା ଶ୍ରମିକ କାନ୍ଥ ତଳେ ରହି ଯାଇଥିଲେ। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରିଛି। ବିଏମ୍‌ସି ପକ୍ଷରୁ ଠିକାରେ ଏହି କାମ ଚାଲିଥିବା ଜଣାପଡ଼ିଛି। ତେବେ ଠିକାକାମ ବେଳେ କ’ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ହୋର୍ଡିଂ ପଡ଼ି ୨ ଆଖି ବୁଜିଲେ, ମହିଳାଙ୍କ ସହ ୬ ଗୁରୁତର

ଭୁବନେଶ୍ବର: ମଙ୍ଗଳବାର ଅପରାହ୍ଣ ସମୟ। ହଠାତ୍‌ ଆକାଶରେ ଘୋଟିଆସିଥିଲା କଳାବାଦଲ। ସୁ ସୁ ହୋଇ ପବନ ବହିଥିଲା। କ୍ଷଣିକ ମଧ୍ୟରେ ପବନ, ବର୍ଷା ସାଙ୍ଗକୁ କୁଆପଥର ମାଡ଼। ରାସ୍ତାରେ ଯାଉଥିବା ଲୋକେ ଜୀବନ ବିକଳରେ କିଏ ରାସ୍ତାରେ ବାଇକ୍‌ ରଖି ଗଛ ତଳେ ତ କିଏ କ୍ୟାବିନ୍‌ ତଳେ ଆଶ୍ରୟ ନେଇଥିଲେ। ହେଲେ କିଏ ଜାଣିଥିଲା କ୍ୟାବିନ୍‌ ନିକଟରେ ଯେ ଯମ ଜଗିଛି। ପବନ ମାଡ଼ରେ ହୋର୍ଡିଂ ଭାଙ୍ଗି ସିଧା କ୍ୟାବିନ୍‌ ଉପରେ ପଡ଼ିଥିଲା। 

ଏଥିରେ ଗଞ୍ଜାମ ଅଞ୍ଚଳର ସୁରେନ୍ଦ୍ର ଗୌଡ଼ା ଓରଫ ଟୁନା, ଡୁମୁଡୁମା ଞ୍ଚଳର ସଚ୍ଚିଦାନନ୍ଦ ପ୍ରଧାନ(୧୯)ଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ଅଧିକ ଅଧିକ ଆହତ ହୋଇଛନ୍ତି। ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ତମାଣ୍ଡୋ ଥାନା ଆଇଗିଣିଆ ଅଞ୍ଚଳରେ। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌ସ ପଠାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ଓ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିରହିଛନ୍ତି। ହୋର୍ଡିଂକୁ ହଟାଇବା ପରେ ସେଠାରେ ଯାତାୟାତ ସ୍ଥିତି ସ୍ବାଭାବିକ ହୋଇଥିଲା। 

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

ସୂଚନା ମୁତାବକ, ମଙ୍ଗଳବାର ଅପରାହ୍‌ଣ ପାଖାପାଖି ୫ଟା ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ଆଇଗିଣିଆ ଜାତୀୟ ରାଜପଥ କଡ଼ରେ ଥିବା କ୍ୟାବିନ୍‌ ନିକଟରେ ଆଶ୍ରୟ ନେଇଥିଲେ। ଏହି ସମୟରେ ପଛପଟେ ଥିବା ଏକ ହୋଡିଂ ଭାଙ୍ଗି ୩ରୁ ୪ କ୍ୟାବିନ୍‌ ଉପରେ ପଡ଼ିିଥିଲା। ଆଉ ସେଠାରେ ଆଶ୍ରୟ ନେଇଥିବା ଲୋକ ହୋର୍ଡିଂ  ତଳେ ଚାପି ହୋଇଯାଇଥିଲେ। ହୋର୍ଡିଂ  ଭାଙ୍ଗି କ୍ୟାବିନ୍‌ ଉପରେ ପଡ଼ିବା ଦେଖି ଲୋକେ ଭୟରେ ପାଟିକରି ଡାକିଥିଲେ। ପାଟିଶୁଣି ଅନ୍ୟମାନେ ସେଠାକୁ ଧାଇଁ ଆସି ତଳେ ଚାପିହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ଟିମ୍‌ ବି ସେଠାରେ ପହଞ୍ଚିଥିଲା। ୬ ଘଣ୍ଟା କାଳ ଉଦ୍ଧାର କାର୍ଯ୍ୟ ପରେ ଗଞ୍ଜାମ ଟୁନା ଓ ଡ଼ୁମୁଡ଼ୁମା ଅଞ୍ଚଳର ମୌସୁମୀ ନାୟକ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମିତି ଚାପି ହୋଇ ଆହତ ହୋଇଥିବା ୫ରୁ ଅଧିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।  ଚିକିତ୍ସା ପାଇଁ ଏମ୍‌ସ ପଠାଯାଇଥିଲା। ହେଲେ ସେଠାରେ ଡାକ୍ତର ଟୁନାଙ୍କୁ ମୃତ‌ ଘୋଷଣା କରିଥିଲେ। ମୌସୁମୀଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ଯୋଗୁ ତାଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା ପାଇଁ କ୍ୟାବିନ୍‌କୁ ପଠାଯାଇଥିଲା।  ପରେ ରାତି ପ୍ରାୟ ସାଢ଼େ ୯ଟା ସମୟରେ ସଚ୍ଚିଦାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।