ମା-ଝିଅଙ୍କୁ ପ୍ରାଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଲୁଟିଲେ ସୁନାଚେନ୍‌-ନଗଦ ଟଙ୍କା

Advertisment

ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ସ୍ଥିତି? ପୁଲସକୁ ଚୋର, ଡକାୟତ ଓ ଲୁଟେରାମାନେ ଡରୁ ନାହାନ୍ତି କି? ପ୍ରତ୍ୟେକ ଦିନ ଚୋରି, ଡକାୟତି, ହତ୍ୟା, ଲୁଟ୍‌, ଦୁଷ୍କର୍ମ ଭଳି ଅପରାଧିକ ଓ ହିଂସାତ୍ମକ ଖବର ଦେଖିବାକୁ ମିଳୁଛି।

Updated On

ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ସ୍ଥିତି? ପୁଲସକୁ ଚୋର, ଡକାୟତ ଓ ଲୁଟେରାମାନେ ଡରୁ ନାହାନ୍ତି କି? ପ୍ରତ୍ୟେକ ଦିନ ଚୋରି, ଡକାୟତି, ହତ୍ୟା, ଲୁଟ୍‌, ଦୁଷ୍କର୍ମ ଭଳି ଅପରାଧିକ ଓ ହିଂସାତ୍ମକ ଖବର ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Attack

ଭୁବନେଶ୍ବର: ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ସ୍ଥିତି? ପୁଲସକୁ ଚୋର, ଡକାୟତ ଓ ଲୁଟେରାମାନେ ଡରୁ ନାହାନ୍ତି କି? ପ୍ରତ୍ୟେକ ଦିନ ଚୋରି, ଡକାୟତି, ହତ୍ୟା, ଲୁଟ୍‌, ଦୁଷ୍କର୍ମ ଭଳି ଅପରାଧିକ ଓ ହିଂସାତ୍ମକ ଖବର ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲୋକେ ସୁରକ୍ଷିତ ନାହାନ୍ତି। ରାଜରାସ୍ତାରେ ଲୁଟ୍‌, ଆପାର୍ଟମେଣ୍ଟରେ ଲୁଟ୍‌ ଘଟଣା ସାଧାରଣ ହୋଇଛି। ବ୍ୟାପକ ପୁଲିସ ବ୍ୟବସ୍ଥା ଥାଇ ମଧ୍ୟ ଲୋକେ ସୁରକ୍ଷିତ ନାହାନ୍ତି। ଆଜି ଭୁବନେଶ୍ୱରର ସାଲିଆସାହିରେ ଘରେ ପଶି ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଛନ୍ତି ରୀନା ମହାନ୍ତି। 

ଏହି ଖବର ପଢ଼ନ୍ତୁ: ଢାବାରୁ ବାଘଛାଲ ଜବତ, ଦୁଇ ରାଜସ୍ଥାନୀ ସମେତ ୭ ଗିରଫ

ସୂଚନା ଅନୁସାରେ ସାଲିଆସାହିରେ ରୀନା ମହାନ୍ତି ରୁହନ୍ତି। ଗତକାଲି ସେ ତାଙ୍କର ୫ ବର୍ଷୀୟ ଝିଅ ସହିତ ଘରେ ଥିଲେ। ରାତି ପ୍ରାୟ ଗୋଟିଏ ଚାଳିଶରେ ‌ଚୋରମାନେ ରୀନାଙ୍କ ଘରେ ପଶିଥିଲେ। ସେମାନେ ରୀନା ମହାନ୍ତି ଓ ତାଙ୍କ ୫ବର୍ଷର ଝିଅକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। 

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ରାଜଧାନୀର ଚୋର ଓ ଲ‌ୁଟେରାମାନେ ସୁଯୋଗ ଖୋଜୁଛନ୍ତି। ପୁଲିସକୁ ଆଦୌ ଭୟ ନକରି ବନ୍ଦ ଘର-ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତି। ସେହିପରି ଅସହାୟ ମହିଳାଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରୀନା କହିଛନ୍ତି ଯେ, ୭ ଜଣ ଯୁବକ ୫ଟି ଖଣ୍ଡା ଓ ପାଇପ୍‌ରେ ତାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଓ ୧୦ହଜାର ଟଙ୍କା ନେଇଯାଇଛନ୍ତି । ଆକ୍ରମଣର କାରଣ ଏଯାଏଁ ଜଣା ପଡ଼ିନଥିବା ବେଳେ ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ସେପଟେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଛି।

ଏହି ଖବର ପଢ଼ନ୍ତୁ: ଜମ୍ମୁକାଶ୍ମୀରକୁ ନେଇ କିଛି ଏଭଳି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe