ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ‘ସମର୍ପଣ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଭକ୍ତିରସଭରା ମୀରା ଭଜନ ଓ ମତୁଆଲା ସୁଫି ସଙ୍ଗୀତର ଝଙ୍କାର ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକମାନଙ୍କୁ ଏକ ନିଆରା ସଙ୍ଗୀତ ରାଇଜକୁ ନେଇଯାଇଥିଲା। ପ୍ରାରମ୍ଭରେ ପ୍ରିୟା କାନୁନ୍‌ଗୋଙ୍କ କଣ୍ଠରୁ ଭାସିଆସିଥିଲା ମୀରା ଭଜନ।

Advertisment

Research: ଓୟୁଟିଆର୍‌ରେ ଗବେଷଣା ସମ୍ମିଳନୀ ‘ଶୋଧଧାରା’ ଆରମ୍ଭ

The overbridge: ଯନ୍ତ୍ରଣା ଦେଉଛି ଓଭରବ୍ରିଜ୍‌

 ଦର୍ଶକମାନେ ଏହି ଭଜନ ଶୁଣି ଭାବବିହ୍ବଳ ହୋଇପଡ଼ିଥିଲେ। ଭୀମସେନ ପରିଡ଼ାଙ୍କ ତବଲା ବାଦନ ଓ ଆକାଶ ରଞ୍ଜୀବ ବିଶ୍ୱାଳଙ୍କ ହାର୍‌ମୋନିୟମ୍‌ର ତାନ ପ୍ରିୟାଙ୍କ କଣ୍ଠରୁ ନିସୃତ ମୀରା ଭଜନଗୁଡ଼ିକୁ ଅଧିକ ଜୀବନ୍ତ କରି ‌ତୋଳିଥିଲା। ଦର୍ଶକମାନେ ଭାବରେ ଭିଜି ରହିଥିବା ବେଳେ ମଞ୍ଚକୁ ଆସିଥିଲେ ‘ଚାର୍‌ ୟାର’ ଟିମ୍‌। ସେମାନଙ୍କ ସୁଫି ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ଭିନ୍ନ ଏକ ମାହୋଲରେ ପହଞ୍ଚାଇଥିଲା। କଣ୍ଠଶିଳ୍ପୀ ମଦନ ଗୋପାଳ ସିଂହଙ୍କ ସହ ବାଦ୍ୟଯନ୍ତ୍ରରେ ଦୀପକ କାଷ୍ଟେଲିନୋ, ପ୍ରିତମ୍‌ ଘୋଷାଲ ଓ ଅମଜାଦ୍‌ ଖାଁ ସୁଫି ସଙ୍ଗୀତଗୁଡ଼ିକୁ ଅଧିକ ରସସିକ୍ତ କରିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଭାପତି ଅରବିନ୍ଦ ବେହେରା, ଉପସଭାପତି ବିଧୁଭୂଷଣ ମହାନ୍ତି, ଅନନ୍ତ ମହାପାତ୍ର, ମଞ୍ଜୁଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।