National Conference on Handlooms & Handicrafts 2025 concludes at Bhubaneswar on Saturday. Photograph: (sambad.in)
ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଆଜି ଭୁବନେଶ୍ୱରରେ ଉଦଯାପିତ ହୋଇଯାଇଛି। ଭାରତର ହସ୍ତଶିଳ୍ପ କ୍ଷେତ୍ରକୁ ବିକଶିତ ଭାରତ 2047ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି। ବୟନ ମନ୍ତ୍ରଣାଳୟର ଉନ୍ନୟନ କମିtନର (ହସ୍ତତନ୍ତ) ଏବଂ ଉନ୍ନୟନ କମିଶନର (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନେ ଭାରତର ହସ୍ତଶିଳ୍ପ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଏକୀକୃତ ଦୃଷ୍ଟିକୋଣ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଛନ୍ତି।
ଜାତୀୟ ଯୋଜନାର ଢାଞ୍ଚା ଗଠନ
ଆଲୋଚନା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ଉପରେ କେନ୍ଦ୍ରିତ ଥିଲା: ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ବର୍ତ୍ତମାନର ଦୃଶ୍ୟପଟ ମୂଲ୍ୟାଙ୍କନ ସହିତ ରାଜ୍ୟଗୁଡ଼ିକ ବ୍ୟାପକ ଅଂଶଗ୍ରହଣ, ସମନ୍ୱିତ ପ୍ରଶାସନ ଓ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖି ଆଗାମୀ ଜାତୀୟ ଯୋଜନାର ଢାଞ୍ଚା ଗଠନ। ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ଶାମି ରାଓ ଆଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିtନର ଅନୁ ଗର୍ଗ ଏବଂ ଓଡ଼ିଶା ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ତଥା କମିଶନନ ଶ୍ରୀମତୀ ପୁନମ ଗୁହା ତାପସ କୁମାର ଉପସ୍ଥିତି ଥିଲେ।
କଞ୍ଚାମାଲର ସୁଗମ ପରିବହନ ପାଇଁ ଆହ୍ୱାନ
ଶ୍ରୀମତୀ ନୀଲମ ଶାମି ରାଓ ତାଙ୍କ ଅଭିଭାଷଣରେ, ଉତ୍ପାଦକତା ବୃଦ୍ଧି କରିବା ଏବଂ କଠିନ ପରିଶ୍ରମ କମାଇବା ପାଇଁ ପାରମ୍ପରିକ କାରିଗରୀକୁ ଆଧୁନିକ ଉପକରଣ ସହିତ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଚିବ ଜାତୀୟ ଫ୍ୟାଶନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଏଫଟି) ଏବଂ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଏଚଟି) ଭଳି ପ୍ରତିଷ୍ଠାନଗୁଡ଼ିକୁ ବଜାର ଚକ୍ର ପୂର୍ବରୁ ଡିଜାଇନ୍ ଏବଂ ରଙ୍ଗର ଧାରାକୁ ନେଇ ପୂର୍ବାନୁମାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଆନ୍ତଃରାଜ୍ୟ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସାରା କଞ୍ଚାମାଲର ସୁଗମ ପରିବହନ ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ, ଆମେ ପ୍ରୋତ୍ସାହନ ଦେଉଥିବା ପରିବେଶକୁ ସୁରକ୍ଷିତ ରଖିବାକୁ ହେବ। ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆମ ଅର୍ଥବ୍ୟବସ୍ଥାର ପାରିପାର୍ଶ୍ୱିକ ଅଂଶବିଶେଷ ନୁହେଁ ବରଂ ଭବିଷ୍ୟତର ଅଗ୍ରଣୀ ଉତ୍ପାଦ ରୂପେ ଦେଖିବାକୁ ହେବ। ଏଭଳି ସମ୍ମିଳନୀ ପ୍ରତି ଛଅମାସରେ ଥରେ ଆୟୋଜନ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନିରନ୍ତର ଆଲୋଚନା ହୋଇପାରିବ। ବିକଶିତ ଭାରତ 2047 ଲକ୍ଷ୍ୟ ସହିତ ସମନ୍ୱିତ ଏକ ସ୍ଥିର, ସମାବେଶୀ ଏବଂ ନବସୃଜନ-ଚାଳିତ ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ନିରନ୍ତର ସମନ୍ୱୟ ଓ ସାମୟିକ ସମୀକ୍ଷା ଅତ୍ୟନ୍ତ ଜରୁରୀ।
ଆହୁରି ପଢ଼ନ୍ତୁ: Venkateswara Temple Stamped: ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟାରେ ମୃତ ରୁପା କାହାର? ଓଡ଼ିଶା ନାଁ ଆନ୍ଧ୍ରର...
ଇକୋ-ଟେକ୍ସଟାଇଲ୍ସର ପ୍ରୋତ୍ସାହନ ପାଇଁ ଯୋଜନା
ଶ୍ରୀମତୀ ଅନୁ ଗର୍ଗ ହସ୍ତତନ୍ତର ସାଂସ୍କୃତିକ ଏବଂ ପରିବେଶଗତ ମୂଲ୍ୟକୁ ଦୋହରାଇବା ସହିତ କୋଟପାଡ ଏବଂ ଡୋଙ୍ଗରିଆ ଚଦରକୁ ଦୀର୍ଘସ୍ଥାୟୀ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କାରିଗରମାନଙ୍କୁ ଅଧିକ ସ୍ୱୀକୃତି (ଉତ୍ପାଦରେ ନାମ-ଟ୍ୟାଗିଂ ସମେତ), ବଜାର ଗବେଷଣା ଏବଂ ଉତ୍ପାଦ ଡିଜାଇନରେ ଯୁବ-ମୁଖୀ ତାଲିମ ପାଇଁ ଆହ୍ୱାନ କରିଥିଲେ। ଏହି ଅବସରରେ ସେ ଏକ ଦୀର୍ଘସ୍ଥାୟିତ୍ୱ ସେଲ୍ ଏବଂ କଠା ସିଲ୍କ ଭଳି ଇକୋ-ଟେକ୍ସଟାଇଲ୍ସର ପ୍ରୋତ୍ସାହନ ପାଇଁ ଯୋଜନାର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନର ଡକ୍ଟର ଏମ. ବୀଣା ସହଯୋଗୀ ସଂଘୀୟ ବ୍ୟବସ୍ଥା, ଦକ୍ଷତା ଓ ଡିଜାଇନ ଉନ୍ନତିକରଣ, ମହିଳା ନେତୃତ୍ୱାଧୀନ ବିକାଶ, କ୍ଲଷ୍ଟର ଭିତ୍ତିଭୂମି, କଳାକାରଙ୍କ ପାଇଁ ସାର୍ବଜନୀନ ଆର୍ଥିକ ସମର୍ଥନ ଏବଂ ଜିଆଇ ସଂଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ଆହୁରି ପଢ଼ନ୍ତୁ: Migrant laborers crisis: ଦରମା ବିନା ମାଗଣା କାମ: ଏହି ମୁସଲିମ ଦେଶରେ ଫସି ରହିଛନ୍ତି ୪୮ ଭାରତୀୟ ଶ୍ରମିକ
Follow Us