ଭୁବନେଶ୍ୱର: କର୍ଣ୍ଣ ଆଉ ମହାଭାରତର ଚରିତ୍ର ଭିତରେ ସୀମାବଦ୍ଧ ହୋଇ ରହିନାହିଁ। ଆଜି ବି କର୍ଣ୍ଣ ବଞ୍ଚିଛି ଓ ସମାଜରେ ପ୍ରତିଷ୍ଠା ଅର୍ଜନ କରିବାକୁ ସଂଘର୍ଷ କରୁଛି। ଚକ୍ରୀର ଚକ୍ରାନ୍ତ ହେଉ କି ପାର୍ଥର ଶରାଘାତ, ତା’କୁ ମାରି ପାରିନି। ସେ ଯୁଗଯୁଗ ଧରି ବଞ୍ଚି ରହିଛି। ସଂଘର୍ଷର କାହାଣୀ ତା’ର ଜୟଯାତ୍ରା ବଖାଣିବାରେ ଲାଗିଛି। ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ ଇତିହାସ ବାଟ ଦେଇ ଆଧୁନିକ ସମାଜକୁ କର୍ଣ୍ଣମାନେ ଆସୁଛନ୍ତି। ଆଉ ଉପେକ୍ଷିତ ହୋଇ ବଞ୍ଚିବା ଭିତରେ ନିଜର ପ୍ରତିଷ୍ଠା ଖୋଜିଚାଲିଛନ୍ତି। ପୌରାଣିକ ଚରିତ୍ର ଓ ସାମ୍ପ୍ରତିକ ଘଟଣାବଳୀର ସମାହାରରେ ଏଭଳି ଏକ ନାଟକ ‘କର୍ଣ୍ଣ’ ଉତ୍ତର ପୁରୁଷ ନାଟ୍ୟ ସଂସ୍ଥା ପକ୍ଷରୁ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଛି। ‘ଶତାବ୍ଦୀର କଳାକାର’ ଆନୁକୂଲ୍ୟରେ ଆୟୋଜିତ ୨୮ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବରେ ଏହି ନାଟକ ବିଜୟ ଶତପଥୀଙ୍କ ପରିକଳ୍ପନା ଓ ନାଟ୍ୟଶିଳ୍ପୀ ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ଏଥିରେ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଦେବଦତ୍ତ ପତି, ରାଣେଶ, ରୂପେଶ, ଗୌରବ, ଶତାବ୍ଦୀ, ସୌମ୍ୟ, ଅନୀଲ, ମାମା ଓ ପ୍ରଣତି ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ।
Rain: ପଶ୍ଚିମା ଝଡ଼ ପ୍ରଭାବ, ଅଧା ଓଡ଼ିଶାରେ ବର୍ଷା
ଆଜିର ସନ୍ଧ୍ୟାରେ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ, ମୁଁ ନାଟକର ମଞ୍ଚରୁ ସୃଷ୍ଟି ହୋଇଛି। ଭାଇଚାରା ନାଟକରେ ଅଛି। ସିନେମା ଏହାର ଅଭାବ କେବେ ପୂରଣ କରିପାରି ନାହିଁ ବୋଲି କହିଥିଲେ। ଏକାମ୍ର ବିଧାୟକ ବାବୁୁ ସିଂ କହିଥିଲେ, ଏବେ ଯାତ୍ରାକୁ ପରିବାର ସହ ଆଉ ଦେଖି ହେଉନାହିଁ। କିନ୍ତୁ ନାଟକ ସମାଜର ପ୍ରତିଛବି ହୋଇ ମାର୍ଗଦର୍ଶନ ଦେଉଛି। ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ, ସମାଜସେବୀ ଜଗନ୍ନାଥ ପ୍ରଧାନ, ନିର୍ଦ୍ଦେଶକ ବିଜୟ ଦାସ, ନାଟ୍ୟକାର ଶଙ୍କର ତ୍ରିପାଠୀ, ‘ଶତାବ୍ଦୀର କଳାକାର’ର ସଭାପତି ଗୌରହରି ଦାସ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ଅନେକ ଯୁଗାନ୍ତକାରୀ ନାଟକର ଅବତାରଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତି ପଟ୍ଟନାୟକଙ୍କୁ ‘ସୁମିତ୍ରା ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ, ସୁମିତ୍ରାରାଣୀ ମହାନ୍ତିଙ୍କୁ ‘ଗୟାଧର ସମ୍ମାନ’, ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ‘ନାଟ୍ୟକାର ରବୀନ୍ଦ୍ର ଦାସ ସମ୍ମାନ’, ସାମ୍ବାଦିକ ଶୁଭ୍ରାଂଶୁ ସୁତାରଙ୍କୁ ‘ଶତାବ୍ଦୀର କଳାକାର’ ସମ୍ମାନ, ପାର୍ଥବୀର ଭୂୟାଁଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/25/adgdagzcvcvcv-2026-02-25-03-43-28.jpg)