ଭୁବନେଶ୍ବର: ଦୁଇ ଦିନ ଧରି ଗୃହରେ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ ଉପରେ ସାଧାରଣ ଆଲୋଚନା ହୋଇଥିଲେ ବି ଏଥିରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଭାଗ ନେଇନଥିଲେ। କେବଳ ଶାସକ ଦଳର ବିଧାୟକମାନେ ବଜେଟ୍‌ ସପକ୍ଷରେ ମତ ରଖିଥିଲେ। ଆଜି ବଜେଟ୍‌ ଆଲୋଚନାର ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। 

Advertisment

Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଚାଷୀଙ୍କ ନାଁରେ ରାଜନୀତି କରୁଛନ୍ତି। ଗୃହକୁ ବାରମ୍ବାର ଯେମିତି ଅଚଳ କରି ଦିଆଗଲା, ତାହା ଓଡ଼ିଶାବାସୀ ଦେଖିଛନ୍ତି। ବିରୋଧୀ ଦଳ ତାଙ୍କ ଭୂମିକା ଉପସ୍ଥାପିତ ନ କରି ହୋହଲ୍ଲା କରିବା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି। ଏହାର ଜବାବ ନିଶ୍ଚିତ ଦେବେ। କଂଗ୍ରେସକୁ ତ ସବୁଦିନ ପାଇଁ ବିଦା କରିଦେଲେ। ୨୪ ବର୍ଷର ସରକାରକୁ ବିଦା କରିଛନ୍ତି, ଗୃହରେ ଏମିତି ଆଚରଣ କଲେ ଆସନ୍ତା ୨୪ ବର୍ଷ ଯାଏଁ ବିଜେଡି ସରକାରକୁ ଆସିପାରିବନି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡିକୁ ଟାର୍ଗେଟ୍ କରି କହିଥିଲେ, ମୁଁ ତଥା ସାରା ଓଡ଼ିଶାବାସୀ ଶୁଣିଛନ୍ତି, ଖୋଦ୍‌ ବିରୋଧୀ ଦଳ ନେତା ଏବଂ ତାଙ୍କର ମୁଖପାତ୍ର ସବୁ ଟେଲିଭିଜନ୍‌ରେ ୨୦୨୪ ପୂର୍ବରୁ କହୁଥିଲେ, ‘ଆମେ ଗର୍ବିତ’। ଗର୍ବିତ ଏଇଥିପାଇଁ ଯେ, ଆମେ ଗତ ୨୬ ବର୍ଷରେ କେବେହେଲେ ସଂସଦରେ ବିରୋଧ ପାଇଁ ନିଜ ଆସନ ଛାଡ଼ି ଗୃହର ମଧ୍ୟଭାଗକୁ ଯାଇ ନାହୁଁ। କିନ୍ତୁ ବୋଧେ ସେଇ ନୀତି ଓ ଆଦର୍ଶ ଥିଲା କେବଳ ଶାସନ କ୍ଷମତାରେ ଥିବା ପର୍ଯ୍ୟନ୍ତ। ଆଜି ଯେତେବେଳେ ରାଜ୍ୟବାସୀ ତାଙ୍କୁ ଶାସନ ଭାରରୁ ହଟାଇ ଦେଇଛନ୍ତି, ଏବେ ସେ ନୀତି ଆଦର୍ଶ ବି ବଦଳି ଯାଇଛି। ତେଣୁ ଆଉ ନୈତିକତା, ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧ କରିବାର ଅଧିକାର ବିଷୟରେ ଉପଦେଶ ନ ଦେବା ଭଲ। 

ବଜେଟ୍‌ ଆଲୋଚନାରେ ଭାଗ ନେଲେନି ବିରୋଧୀ
ଜନସାଧାରଣ ବିରୋଧୀ 
ଦଳଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଏମିତି ଆଚରଣ କଲେ 
ବିଜେଡି ୨୪ ବର୍ଷ ଯାଏଁ ସରକାରକୁ ଆସିପାରିବନି

ସାରା କୃଷକ ସମାଜ ଏହି ଆଲୋଚନା ପାଇଁ ଅପେକ୍ଷା କରିଥିଲା। ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ଦୁଇ ଦୁଇ ଥର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ନିର୍ଯାସ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ମୁଖ୍ୟ ବିରୋଧୀଦଳ ଚାଷୀଙ୍କ ନାଁରେ ନିଚ୍ଛକ ରାଜନୀତି କଲେ। ଆଲୋଚନା ନକରି ଗୃହ କାର୍ଯ୍ୟ ବନ୍ଦ କଲେ। ବଜେଟ୍‌ ଆଲୋଚନାରେ କ’ଣ ଭଲ କରିହେବ, କେଉଁଠି ତ୍ରୁଟି ଅଛି, ଚାଷୀଙ୍କ ପାଇଁ କ’ଣ ହେବା ଦରକାର କହିଥିଲେ; ଆମେ ତାକୁ ଗ୍ରହଣ କରିଥାନ୍ତୁ, ନିଶ୍ଚିତ ପଦକ୍ଷେପ ନେଇଥାନ୍ତୁ। କିନ୍ତୁ ସେମାନଙ୍କର ବିରୋଧ କରିବା ପାଇଁ ବୋଧେ କିଛି ମୁଦ୍ଦା ନାହିଁ। ତେଣୁ ଗୃହକୁ ଅଚଳ କରିବା ଉପାୟକୁ ସେମାନେ ବାଛିଛନ୍ତି।  ଯଦି ସରକାର ଓ ବିରୋଧୀଙ୍କ ଭିତରେ ଠିକ୍‌ ଆଲୋଚନା ହେଉଥାନ୍ତା ତେବେ ଚାଷୀଙ୍କ ବିକାଶ ପାଇଁ ଆହୁରି ବହୁତ କିଛି ବାହାରିପାରନ୍ତା । 

Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର

ମୁଖ୍ୟମନ୍ତ୍ରୀ କହିଥି‌େଲ, ଏହି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ। ଏହି ବଜେଟ୍‌ ଓଡ଼ିଶାବାସୀଙ୍କ ଭବିଷ୍ୟତର ବଜେଟ୍‌। ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ବିକାଶର ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ବଜେଟ୍‌ ପ୍ରସ୍ତୁତ ହୋଇଛି। ଚଳିତ ବଜେଟ୍‌ରେ ଆକଳନ କରାଯାଇଥିବା ୭୨,୧୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର  ୬.୫% ଅଟେ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। ଏହାସହ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କୁ ସମ୍ବୋଧନ କରି କହିଥିଲେ, ଆପଣଙ୍କ ମାଧ୍ୟମରେ ବିରୋଧୀଦଳ ନେତାଙ୍କୁ ନିବେଦନ କରିବି ଯେ ଓଡ଼ିଶାର ବିକାଶ ଯାତ୍ରାରେ ସେ ସାମିଲ ହୁଅନ୍ତୁ। ବିଧାନସଭା ଗୃହକୁ ଆସି ଓଡ଼ିଶାର ବିକାଶ ମଡେଲକୁ ଆଗକୁ ନେବାର ପରାମର୍ଶ ଦିଅନ୍ତୁ। ଜନସାଧାରଣଙ୍କୁ ମୋର ଅନୁରୋଧ, ବିରୋଧୀ ଦଳଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସେମାନେ ଗୃହକୁ ଆସି ଗୃହକାର୍ଯ୍ୟରେ ଯୋଗ ଦେଇ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ।  

ଏହାସହ ଚଳିତ ବଜେଟ୍‌ରେ କେଉଁ କେଉଁ କ୍ଷେତ୍ରରେ କେତେ ଅର୍ଥ ଅଟକଳ ହୋଇଛି, କି କି ନୂଆ ଯୋଜନା ହୋଇଛି, ସରକାର କିପରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେ ସଂପର୍କରେ ସୂଚନା ଦେଇଥି‌େଲ। ବଜେଟ୍‌ ଆଲୋଚନାରେ କଂଗ୍ରେସ ଦଳ ଭାଗ ନେଇନଥିବାବେଳେ ଗୃହରେ ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ଆଲୋଚନାର ଉତ୍ତର ରଖିବାବେଳେ ଗୃହତ୍ୟାଗ କରିଥିଲେ। କିନ୍ତୁ ଶାସକ ଦଳ ପକ୍ଷରୁ ବିଧାୟକ ସୀତାଂଶୁ ‌େ‌ଶଖର ମହାପାତ୍ର, ଅମର କୁମାର ନାୟକ ଓ ସିଦ୍ଧାନ୍ତ ମହାପାତ୍ର ବଜେଟ୍‌ ସପକ୍ଷରେ ମତ ରଖିଥିଲେ।