ଭୁବନେଶ୍ୱର: ବିମାନ ନିରାପତ୍ତା ଦୃଷ୍ଟିରୁ ଆମିଷଦୋକାନୀଙ୍କ ଉପରେ କଡ଼ା କଟକଣା ଲଗାଇଛି ବିଏମ୍ସି। ଆମିଷ ବର୍ଜ୍ୟ ଏଣେ ତେଣେ ଫିଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। କେମିତି ଓ କେଉଁ ଉପାୟରେ ଆମିଷ ବର୍ଜ୍ୟ ରଖିବେ ଓ ବିଏମ୍ସି ଗାଡ଼ିକୁ ଦେବେ, ତାର ମାର୍ଗଦର୍ଶିକା ଜାରି କରିଛି। ଯେଉଁମାନେ ଅମାନିଆ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ସ୍ଥଳରେ ଦୋକାନ ଲାଇସେନ୍ସ ରଦ୍ଦ କରାଯିବ। ଫ୍ରେବୁଆରି ୧ରୁ ଏହି ନିୟମ କଡ଼ାକଡ଼ି ଅନୁପାଳନ ହେବ। ଏ ନେଇ ଆଜି ସର୍ବସାଧାରଣ ନୋଟିସ୍ ଜାରି କରିଛି ବିଏମ୍ସି।
Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍
ମାଛ, ମାଂସ ଦୋକାନୀଙ୍କ ଉପରେ କଟକଣା ଲଗାଇଲା ବିଏମ୍ସି
ଏଣେତେଣେ ଫିଙ୍ଗି ପାରିବେନି ଆମିଷ ବର୍ଜ୍ୟ
ଫେବ୍ରୁଆରି ୧ରୁ କାର୍ଯ୍ୟାନୁଷ୍ଠାନ
ଜାରି ନୋଟିସ୍ରେ ବିଏମ୍ସି କହିଛି, ବିମାନ ନିରାପତ୍ତା ସହ ସ୍ବାସ୍ଥ୍ୟକର ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ପାଇଁ ଏଭଳି କଟକଣା ଲଗାଯାଇଛି। ଦେଖାଯାଉଛି, ଅନେକ ଆମିଷବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ମାଛ, ମାଂସ ବିକ୍ରି ପରେ ଆମିଷ ବର୍ଜ୍ୟ ଏଣେତେଣେ ଫିଙ୍ଗୁଛନ୍ତି। ଏହା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାକୁ ଖାଇବାକୁ ବହୁ ସଂଖ୍ୟାରେ ପକ୍ଷୀ ଏକତ୍ରିତ ହେଉଛନ୍ତି ଓ ଆକାଶମାର୍ଗରେ ଉଡ଼ୁଛନ୍ତି। ଏମାନେ ବିମାନରେ ମାଡ଼ ହେଉଛନ୍ତି ଓ ଦୁର୍ଘଟଣା ଭୟ ସୃଷ୍ଟି କରୁଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳରେ ଅସୁବିଧା ହେଉଛି। କଠିନ ବର୍ଜ୍ୟ ପରିଚାଳନା ନିୟମ-୨୦୧୬, ଖାଦ୍ୟ ନିରାପତ୍ତା ଆଇନ-୨୦୦୬, ବିଏମ୍ସିର ମ୍ୟୁନିସିପାଲ ବାଇ-ଲ ସହ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଭାରତୀୟ ବିମାନ କର୍ତ୍ତୃପକ୍ଷ ବି ପକ୍ଷୀଙ୍କୁ ଆକର୍ଷିତ କରୁଥିବା ଏଭଳି ବର୍ଜ୍ୟ ଏଣେତେଣେ ଫିଙ୍ଗିବା ଉପରେ କଡ଼ା କଟକଣା ଲଗାଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ନିର୍ବିଘ୍ନ ବିମାନ ଚଳାଚଳ ପାଇଁ ବିମାନ ପରିବେଶ ପରିଚାଳନା କମିଟି ବୈଠକରେ ବି ପକ୍ଷୀଙ୍କୁ ଆକର୍ଷିତ କରୁଥିବା ଏଭଳି ବର୍ଜ୍ୟ ପରିଚାଳନା ନିୟମକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଅଞ୍ଚଳରେ ଥିବା ସମସ୍ତ ମାଛ, ମାଂସ, ଅଣ୍ଡା, କୁକୁଡ଼ା ଦୋକାନୀଙ୍କୁ ଏହି ନିୟମ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିୟମାନୁଯାୟୀ, ସମସ୍ତ ଆମିଷ ଦୋକାନୀ ଆମିଷ ବର୍ଜ୍ୟକୁ ୧୨୦ ମାଇକ୍ରୋନ୍ର ଜୈବ ବିଘଟନ ଆବର୍ଜନା ବ୍ୟାଗ୍ରେ ରଖିବେ। ଏଥିପାଇଁ କେବଳ ମଧ୍ୟମ ଓ ବଡ଼ ଆବର୍ଜନା ବ୍ୟାଗ ବ୍ୟବହାର ହେବ। ପଲିଥିନ୍ ବ୍ୟାଗ ଅବା ଜୈବ ବିଘଟନ ହେଉ ନଥିବା ବ୍ୟାଗ୍ ବ୍ୟବହାର କରିପାରିବେ ନାହିଁ। ସମସ୍ତ ପ୍ରତିଷ୍ଠାନ ଢାଙ୍କୁଣି ଥିବା ବଡ଼ ଲିକ୍ ପ୍ରୁଫ୍ ଡଷ୍ଟବିନ୍ ରଖିବେ। ଖୋଲା ବାସ୍କେଟ୍, ପାତ୍ର, ଢାଙ୍କୁଣି ନଥିବା ଡଷ୍ଟ୍ବିନ୍ ବ୍ୟବହାରରେ କଟକଣା ଲଗାଯାଇଛି। ରାସ୍ତା, ନାଳ, ଖୋଲା ଜାଗାରେ ଏହି ବର୍ଜ୍ୟ ଫିଙ୍ଗିବାରେ କଟକଣା ଲାଗିଛି। ସବୁ ବର୍ଜ୍ୟ କେବଳ ବିଏମ୍ସି ସ୍ବଚ୍ଛ ଗାଡ଼ିକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜୋନାଲ୍ କମିସନର୍, ସ୍ବାସ୍ଥ୍ୟ ଅଧିକାରୀ, ପରିମଳ ନିରୀକ୍ଷକ, ଏନ୍ଫୋର୍ସମେଣ୍ଟ ଟିମ୍ ଏହା ଉପରେ କଡ଼ା ନଜର ରଖିବେ। ୟୁନିଟ୍-୧ ଓ ୟୁନିଟ୍-୪ ହାଟ ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି।
Follow Us