Advertisment

Transformation Fund: ସହର ଉପକଣ୍ଠ ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

Advertisment

ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ ‘ଗ୍ରାମୀଣ–ସହରୀ ରୂପାନ୍ତରଣ’ କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି।

ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ ‘ଗ୍ରାମୀଣ–ସହରୀ ରୂପାନ୍ତରଣ’ କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି।

krushna chandra mohapatra

krushna chandra mohapatra

ଭୁବନେଶ୍ୱର: ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ ‘ଗ୍ରାମୀଣ–ସହରୀ ରୂପାନ୍ତରଣ’ କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରାମ ପଞ୍ଚାୟତ ଓ ସହର ଉପକଣ୍ଠ ଅଞ୍ଚଳଗୁଡ଼ିକୁ ସୁନିୟନ୍ତ୍ରିତ, ସ୍ଥାୟୀ ଓ ଅନ୍ତର୍ଭୁକ୍ତୀମୂଳକ ସହରୀକରଣ ଦିଗକୁ ନେଇଯିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଅର୍ଥନୈତିକ ଗତିଶୀଳତା ସହିତ ଅନେକ ସହର ଉପକଣ୍ଠ ଅଞ୍ଚଳ ସ୍ୱାଭାବିକ ଭାବରେ ସହରୀ କ୍ଲଷ୍ଟରରେ ପରିଣତ ହେଉଛି। ଯଦି ଏହାକୁ ଯୋଜନାବଦ୍ଧ ଭାବେ ପରିଚାଳନା କରାଯାଇନଥାଏ, ତେବେ ଅଣପରିକଳ୍ପିତ ବସତି, ଅପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପରିବେଶ ଚାପ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏହି ପରିପ୍ରେକ୍ଷିତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୂର୍ବପ୍ରସ୍ତୁତିମୂଳକ ଓ ବୈଜ୍ଞାନିକ ଢାଞ୍ଚାରେ ଏହି କାର୍ଯ୍ୟକ୍ରମ ରୂପାୟଣ ଆରମ୍ଭ ହେବ।

ଏହି ପଦକ୍ଷେପ କେବଳ ଏକ ପ୍ରଶାସନିକ ଶ୍ରେଣୀଭୁକ୍ତିରେ ସୀମିତ ନୁହେଁ; ବରଂ ‘ପ୍ରଶାସନିକ ପ୍ରସ୍ତୁତି’ ଓ ‘ଭିତ୍ତିଭୂମି ସୁଦୃଢୀକରଣ’ ଉପରେ ଏହାର ମୁଖ୍ୟ ଗୁରୁତ୍ୱ। କୌଣସି ଅଞ୍ଚଳକୁ ଆନୁଷ୍ଠାନିକ ଭାବେ ସହର ଘୋଷଣା ପୂର୍ବରୁ ସେଠାରେ ଆବଶ୍ୟକ ସହରୀ ସୁବିଧା ଓ ସେବା ଯୋଗାଣ ସୁନିଶ୍ଚିତ କରାଯିବ। ରୂପାନ୍ତରଣ ଢାଞ୍ଚାର ମୁଖ୍ୟ ଦିଗଗୁଡ଼ିକ ସହର ଉପକଣ୍ଠ ଅଞ୍ଚଳର ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ ବିକାଶ, ଯାହା ଅଣପରିକଳ୍ପିତ ସମ୍ପ୍ରସାରଣକୁ ରୋକିବ। ପ୍ରାରମ୍ଭିକ ପର୍ଯ୍ୟାୟରୁ ସହର ଅନୁରୂପ ନାଗରିକ ସୁବିଧା—ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ଓ ଆଧାରଭୂତ ଭିତ୍ତିଭୂମି। ଜଳବାୟୁ ସହନଶୀଳତାକୁ ଗୁରୁତ୍ୱ ଦେଇ ସନ୍ତୁଳିତ ଓ ନିୟନ୍ତ୍ରିତ ଜମି ବ୍ୟବହାର ଓ ଗ୍ରାମୀଣ ପ୍ରଶାସନରୁ ସହରୀ ପ୍ରଶାସନିକ ବ୍ୟବସ୍ଥାକୁ ସୁଚାରୁ ରୂପାନ୍ତରଣ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସକ୍ଷମ କରିବା।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଓଡ଼ିଶା ଆଜି ସହରୀକରଣର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ସହରୀକରଣ ଅନିବାର୍ୟ, କିନ୍ତୁ ଅଣପରିକଳ୍ପିତ ସହରୀକରଣକୁ ନିଶ୍ଚୟ ଏଡ଼ାଯାଇପାରିବ। ୨୦୦ କୋଟି ଟଙ୍କାର ଏହି ପାଣ୍ଠି ସହିତ ଆମେ ପୂର୍ବପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଆଜିର ଯୋଜନାବଦ୍ଧ ପଦକ୍ଷେପ ଆଗାମୀ ଦିନର ସୁସଂଗଠିତ ଓ ପ୍ରଗତିଶୀଳ ଓଡ଼ିଶାର ଭିତ୍ତି ସୃଷ୍ଟି କରିବ। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି “ଆମ ଲକ୍ଷ୍ୟ ହେଉଛି ସହର ଉପକଣ୍ଠ ଅଞ୍ଚଳଗୁଡ଼ିକୁ ବୈଜ୍ଞାନିକ ଓ ଡାଟା-ଭିତ୍ତିକ ଯୋଜନା ମାଧ୍ୟମରେ ସୁନିୟନ୍ତ୍ରିତ ଭାବେ ବିକଶିତ କରିବା। ଭିତ୍ତିଭୂମିର ମାନଦଣ୍ଡ ପୂର୍ବରୁ ନିର୍ଦ୍ଧାରଣ କରି ଆମେ ସୁନିଶ୍ଚିତ କରୁଛୁ ଯେ ବିକାଶ ସ୍ଥାୟୀ, ସମନ୍ୱିତ ଓ ନାଗରିକ-କେନ୍ଦ୍ରିତ ହେବ।

ଆହୁରି ପଢ଼ନ୍ତୁ: Vigilance Raids: ଏମାନେ ହେଉଛନ୍ତି ଦେବବ୍ରତଙ୍କ ସାନଭାଇ

ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ବୈଷୟିକ ଜ୍ଞାନର ବ୍ୟବହାର ଏବଂ ଯଥାସମୟରେ ନିରୀକ୍ଷଣ ମାଧ୍ୟମରେ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଗତିଶୀଳ କରାଯିବ। ଏହା ଗ୍ରାମୀଣ ଓ ସହରୀ ସୀମାରେ ଥିବା ବ୍ୟବଧାନକୁ କମେଇବା ସହ ବିଦ୍ୟମାନ ସହରଗୁଡ଼ିକ ଉପରେ ଭିତ୍ତିଭୂମି ଚାପ ହ୍ରାସ କରିବ ଏବଂ ନୂତନ ବିକାଶ କେନ୍ଦ୍ରଗୁଡ଼ିକୁ ଭବିଷ୍ୟତ ପାଇଁ ସୁସଜ୍ଜିତ କରିବ। ଏହି ପଦକ୍ଷେପ ସହ ଓଡ଼ିଶା ନଗର ଯୋଜନା ଓ ପରିଚାଳନାରେ ଏକ ନୂଆ ମାନକ ସ୍ଥାପନ କରିବାକୁ ଅଗ୍ରସର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe