ଭୁବନେଶ୍ବର: ଓଡ଼ିଶା ମେଡିକାଲ୍‌ ସର୍ଭିସ୍‌ ଆସୋସିଏସନ୍‌(ଓମ୍‌ସା) ପକ୍ଷରୁ  ଘଣ୍ଟିକିଆ ଓପିଡ଼ି ବର୍ଜନ ନିଷ୍ପତ୍ତିର ପ୍ରଭାବ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓପିଡିରେ ଦେଖିବାକୁ ମିଳିଛି।  ଓମ୍‌ସା ଅଧୀନ ଡାକ୍ତମାନେ ଘଣ୍ଟାଏ ଧରି କାର୍ଯ୍ୟରେ ଯୋଗନଦେଇ ଆନ୍ଦୋଳନରେ ବସି ରହିଥବାରୁ  ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁସାରେ ଓମ୍‌ସା ପକ୍ଷରୁ ୧୦ଦଫା ଦାବିରେ ଡାକ୍ତରମାନେ ଆନ୍ଦୋଳନରେ ବସିଛନ୍ତି। ପୂର୍ବାହ୍ଣ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଆନ୍ଦୋଳନରେ ବସିରହିଥିଲେ।ଡାକ୍ତରମାନେ ଡାକ୍ତରଖାନାରେ ଥିଲେ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ବରେ ବସିଥିଲେ। ମାତ୍ର ରୋଗୀ ଦେଖି ନଥିଲେ। ସକାଳୁ ଡାକ୍ତରଖାନାକୁ ଆସି ଧାଡ଼ିରେ ଛିଡ଼ା ହୋଇ ୧୦ଟା ବେଳେ ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଥିବା ରୋଗୀମାନେ ଏଥିପାଇଁ ବଡ଼ କଲବଲ ହୋଇଥିଲେ।  ରୋଗୀଙ୍କ ଆତୁରତା ଦେଖି କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିଥିଲେ।  ଜରୁରୀକାଳୀନ ବିଭାଗରେ ଡାକ୍ତରମାନଙ୍କ ଆନ୍ଦୋଳନ ପାଇଁ ପିଜିଆଇର ରେସିଡେନ୍ସ ଡାକ୍ତର ଓ ପିଜି ଛାତ୍ରମାନେ ରୋଗୀ ଦେଖିଥିଲେ। ଏହା ସତ୍ତ୍ବେ ବିଭିନ୍ନ ବିଭାଗର ଓପିଡି ସମ୍ମୁଖରେ ରୋଗୀମାନଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା।

Advertisment

Winter: ଶୀତ ଏବେ କମିବାର ନାହିଁ: କୋରାପୁଟରେ ୪.୮ ଡିଗ୍ରି

ଯେଉଁ ଓପିଡିରେ ଦୁଇରୁ ତିନିଜଣ ଡାକ୍ତର ରହିବା କଥା ସେଠାରେ ମାତ୍ର ଜଣେ ଡାକ୍ତର ଉପସ୍ଥିତ ରହିବା ଯୋଗୁ ଏଭଳି ଘଟିଥିଲା। ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଡା. ରୁପଭାନୁ ମିଶ୍ର କହିଛନ୍ତି ଯେ ସମସ୍ତ ଓପିଡି ସୁରୁଖୁରୁରେ ଚାଲିଥିଲା। ନିର୍ଦ୍ଦେଶକ ନିଜେ ସମସ୍ତ ଓପିଡି ପରିଦର୍ଶନ କରିଥିବା କହିଛନ୍ତି। ସମସ୍ତ ଓପିଡିରେ ଡାକ୍ତରମାନେ ଉପସ୍ଥିତ ଥିଲେ। ରୋଗୀମାନେ ପୂର୍ବରୁ ଯେଉଁଭଳି ସେବା ପାଉଥିଲେ, ଅନୁରୂପ ସେବା ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ରାଜ୍ୟରେ ମଞ୍ଜୁରିପ୍ରାପ୍ତ ଡାକ୍ତରଙ୍କ ମଧ୍ୟରୁ ଅଧାରୁ ଅଧିକ ପଦ ଫାଙ୍କା ପଡ଼ିଛି। ଏହି ପଦବି ପୂର୍ଣ୍ଣ ସହିତ ଅନ୍ୟାନ୍ୟ ଦାବି ପୂରଣ ଲାଗି ଓମ୍‌ସା ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ସ୍ବାସ୍ଥ୍ୟ ସଚିବ ଓ ସ୍ବତନ୍ତ୍ର ସଚିବ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାତ୍ର ଓମ୍‌ସାର ଦାବିକୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ  ଏକ ଘଣ୍ଟା ଓଫିଡି ବନ୍ଦ ନିଷ୍ପତ୍ତି ସଂଘ ନିଷ୍ପତ୍ତି ନେଇଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏକ ଘଣ୍ଟା ଓପିଡି ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।