କଟକ: ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ଅଡ଼ୁଆ ବଢିଛି। ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ହାଇକୋର୍ଟ ଆଜି ଉଠାଇ ଦେଇଛନ୍ତି। ଏଥି ସହିତ ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପରାସ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠି ଜାଲ।

ଏହି ଖବର ପଢ଼ନ୍ତୁ: ରାଗିଂ ମାମଲା: ଅନାଥାଶ୍ରମରେ ଏକ ସପ୍ତାହ ପାଠ ପଢ଼ାଇବେ ଆଇନ ଛାତ୍ର

Advertisment

ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସେମ୍ବର ୨୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜାନୁଆରି ୨ରେ ସରକାରଙ୍କ ତରଫରୁ ଏହି ମର୍ମରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏପରି କୌଣସି ଚିଠି ଜାରି କରାଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏହି ସତ୍ୟପାଠର କପି ଆବେଦନକାରୀ ଓ ବିଏମସିକୁ ପ୍ରଦାନ କରିବାକୁ ହାଇକୋର୍ଟ ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ପ୍ରବାସୀଙ୍କ ପ୍ରସ୍ତାବକୁ ଗୁରୁତ୍ଵ ଦେବା ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ: ମୋହନ

ଆଜି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ  ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ଆବେଦନର ଶୁଣାଣି ସମୟରେ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସଂକ୍ରାନ୍ତରେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଏଠାରେ ସୂଚନା ଯୋଗ୍ୟ ଯେ ଉଚ୍ଛେଦ ପ୍ରକ୍ରିୟାକୁ ଚାଲେଞ୍ଜ କରି ଆବେଦନକାରୀ ଦାୟର କରିଥିବା ଆବେଦନର ନଭେମ୍ବର ୨୧ରେ ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିଥିଲେ। ଏଥି ସହିତ ଆବେଦନକାରୀ ଟ୍ରଷ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀ ଦର୍ଶାଇଥିଲେ ‌ଯେ ଟ୍ରଷ୍ଟ ଯୋଗ ଶିକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଏ ବିଭାଗକୁ ସୁପାରିସ କରାଯାଇଥିଲା।

ଏହି ଖବର ପଢ଼ନ୍ତୁ: ହୁସ୍ ମନି ମାମଲାରେ ଦୋଷମୁକ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ