ଭୁବନେଶ୍ବର: ବାଜପେୟୀଙ୍କ ସୁଶାସନର ମନ୍ତ୍ର ଓ ମୋଦୀଙ୍କ ପ୍ରଶାସନିକ ସଂସ୍କାରକୁ ପାଥେୟ କରି ୧୮ ମାସର ବିଜେପି ସରକାର ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ। ଆଜି ଓୟୁଏଟି କୃଷି ଶିକ୍ଷା ସଦନରେ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏକାଧାରାରେ ଜଣେ ପ୍ରବୀଣ ରାଜନୀତିଜ୍ଞ, କବି, ଲେଖକ ଓ ଭାରତୀୟତାର ଦାର୍ଶନିକ। ରାଜନୈତିକ ନୀତି ଓ ଆଦର୍ଶର ସେ ଥିଲେ ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସଡର। ଜନସେବା ଓ ରାଷ୍ଟ୍ରସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରି ସାମାଜିକ ଜୀବନରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସ୍ୱର୍ଣ୍ଣଚତୁର୍ଭୂଜ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସର୍ବ ଶିକ୍ଷା ଅଭିଯାନ, ବିତ୍ତୀୟ ଅନୁଶାସନ ପାଇଁ ଏଫ୍ଆରବିଏମ୍ ଆଇନ ପ୍ରଣୟନ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱର୍ଗତ ବାଜପେୟୀଙ୍କ ପରିକଳ୍ପିତ। ଅଟଳଜୀଙ୍କ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱରରେ ଏମ୍ସ ଖୋଲାଯାଇଥିଲା। ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶାର ବନ୍ଧୁ ସାଜି ଉଦ୍ଧାର କାର୍ଯ୍ୟ, ରିଲିଫ୍, ପୁନର୍ବାସର ମହାନାୟକ ସାଜିଥିଲେ ଅଟଳଜୀ।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ରାଜନୈତିକ ନୀତି ଓ ଆଦର୍ଶର ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସଡର୍ ଥିଲେ ବାଜପେୟୀ: ମୁଖ୍ୟମନ୍ତ୍ରୀ
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍ ଲୋକାର୍ପିତ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଏମ୍ ଡ୍ୟାସବୋର୍ଡ, ଓସୱାସ୍ ବ୍ୟବସ୍ଥାକୁ ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ଉନ୍ନତମାନର ଚିକିତ୍ସା ସେବା ଓ ଜଳଯୋଗାଣ ତଥ୍ୟ ପାଇଁ ଜନସେବାରେ ସମର୍ପିତ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସିଏମ୍ ଡ୍ୟାସବୋର୍ଡ ଜରିଆରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାଗୁଡ଼ିକର ରିଅଲ୍ ଟାଇମ୍ ମନିଟରିଂ କରାଯାଇପାରିବ। ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ ରେ ୧୫୦ରୁ ଅଧିକ ଜରୁରୀ ସରକାରୀ ସେବା ଉପଲବ୍ଧ ହେବ। ଓସ୍ୱାସ୍ର ସଂପ୍ରସାରଣ ମାଧ୍ୟମରେ ଏଣିକି ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ସରକାରୀ କାର୍ଯ୍ୟଗୁଡ଼ିକ ପେପରଲେସ୍ ହେବ। ଏହା ମାଧ୍ୟମରେ ରାଜ୍ୟରେ ସୁଶାସନର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରି ବୁଲି ଦେଖିଥିଲେ। ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Punjab & Sind Bank: ଗ୍ରାମୀଣ ଉଦ୍ୟୋଗ ଓ କୃଷି ବିକାଶରେ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ
ବିଧାୟକ ବାବୁ ସିଂହ କହିଥିଲେ, ସ୍ୱର୍ଗତ ବାଜପେୟୀଙ୍କ କୀର୍ତ୍ତି ଓ କୃତୀକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଉନ୍ନୟନ କମିସନର ଅନୁ ଗର୍ଗ କହିଲେ, ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେଉଛି ସୁଶାସନର ପରିଭାଷା। ଅଭିବୃଦ୍ଧି ହାର ବଢ଼ାଇବା ପାଇଁ ସୁଶାସନ ନିହାତି ଆବଶ୍ୟକ। ଶକ୍ତି ବିଭାଗ ସଚିବ ବିଶାଲ ଦେବ କହିଲେ, ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସ୍ୱର୍ଗତ ବାଜପେ ଙ୍କ ବଳିଷ୍ଠ ଭୂମିକା ରହିଥିଲା। ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଓ ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/sfhfhshxbbvbv-2025-12-26-02-56-49.jpg)