ଚନ୍ଦ୍ରଶେଖରପୁର: ବର୍ଷ ପରେ ବର୍ଷ ବିତୁଛି। ଜଣଙ୍କ ପରେ ଜଣେ ପୂର୍ତ୍ତ ବିଭାଗ ଅଧିକାର ବଦଳୁଛନ୍ତି। ତା’ ସତ୍ତ୍ବେ ମଧ୍ୟ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ)-୨ର ନୂଆ କୋଠାର ଭାଗ୍ୟ ଖୋଲୁନାହିଁ। ଯେଉଁଥିପାଇଁ ଏକ ଦଶନ୍ଧିରୁ ଅଧିକ ବର୍ଷ ଧରି କଳାରାହାଙ୍ଗ ନିକଟ ଏକ ଭଡ଼ାଘରେ ଚାଲୁଛି ଆର୍ଟିଓ-୨ କାର୍ଯ୍ୟାଳୟ। ଆର୍ଟିଓ ଅଧିକାରୀଙ୍କଠାରୁ ଆରମ୍ଭ କରି ସୁରକ୍ଷା କର୍ମୀଙ୍କ ଯାଏ ଖୁନ୍ଦିଖାନ୍ଦି ହୋଇ କାମ କରୁଛନ୍ତି। ପର୍ଯ୍ୟାପ୍ତ ପରିମାଣର ସ୍ଥାନ ନ ଥିବାରୁ ଗାଡ଼ି କାଗଜପତ୍ର କାମ କରିବାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଏଠାରେ ଭିଡ଼ ଲାଗିରହୁଛି ଏବଂ ଠିକ୍ଭାବେ କାମ ହୋଇପାରୁ ନ ଥିବା କର୍ମଚାରୀମାନେ କହିଛନ୍ତି। କେବେ ଆର୍ଟିଓ-୨ର ନିଜସ୍ବ କୋଠା କାମ ସରିବ ଏବଂ ସ୍ଥାୟୀ ଠିକଣାରେ କାର୍ଯ୍ୟାଳୟ ଚାଲିବ, ତାହାକୁ ସମସ୍ତେ ଦିନ ଗଣୁଛନ୍ତି।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
୨୦୧୯ ମସିହା ମାର୍ଚ୍ଚ ୬ ତାରିଖରେ ନୀଳାଦ୍ରିବିହାର ୨୦୦ ଫୁଟିଆ ରାସ୍ତା ନିକଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୯ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଏକର ପରିମିତ ଜମିରେ ନିର୍ମାଣ ହେଉଥିବା ଏହି ବିଲ୍ଡିଂ କାର୍ଯ୍ୟ ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ନିର୍ମାଣ ଦାୟିତ୍ବ ପୂର୍ତ୍ତ ବିଭାଗ ନେଇଛି। ମାତ୍ର କାମ ଠିକ୍ସମୟରେ ସାରି ପାରି ନାହିଁ। ଯୋଜନା ଅନୁଯାୟୀ ବେସ୍ମେଣ୍ଟ ପାର୍କିଂ ସହ ୪ ମହଲା ବିଶିଷ୍ଟ ଏହି କୋଠାରେ ଆର୍ଟିଓ-୨ ସହ ଏସ୍ଟିଏ କାର୍ଯ୍ୟାଳୟ ରହିବ। ତେବେ ୭ ବର୍ଷ ବିତିବାକୁ ବସିଥିଲେ ମଧ୍ୟ କାମ ସରିବାର ନାମଗନ୍ଧ ନାହିଁ। କାରଣ ବାରମ୍ବାର ଡିଜାଇନ୍ବଦଳୁଛି। ଭଙ୍ଗାଗଢ଼ାର ଖେଳ ଚାଲିଛି। ୨୦୨୨ରେ କାର୍ଯ୍ୟ ସରିବା ପରେ ହଠାତ୍କୋଠାର କାନ୍ଥକୁ ରାତାରାତି ଭଙ୍ଗା ଯାଇଥିଲା। ଝରକାର ଆକାର ବଡ଼ ହୋଇ ଯାଇଥିବାରୁ ଏହାକୁ ଭଙ୍ଗା ଯାଇଥିବା ନେଇ ସେତେବେଳେ ପୂର୍ତ୍ତ ବିଭାଗର ଅଧିକାରୀମାନେ ସଫେଇ ଦେଇଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ହେଲେ ଏବେ ସୁଦ୍ଧା ଇଣ୍ଟେରିୟର କାମ ଆରମ୍ଭ ହୋଇନାହିଁ। ଟାଇଲ ବିଛା କାର୍ଯ୍ୟ, ଲିଫ୍ଟ ବ୍ୟବସ୍ଥା ବି ଅଧାପନ୍ତରିଆ ଭାବେ ପଡ଼ିରହିଛି। କୌଣସି ଗୋଟିଏ ବି ଝରକାରେ କାଚ କି କବାଟ ଲାଗି ନାହିଁ। ବାହାର ପାର୍ଶ୍ବ ପଲସ୍ତରା ହୋଇଥିଲେ ବି ଶୌଚାଳୟ ନାହିଁ କି ପିଇବାପାଣିର ସୁବିଧା ହୋଇପାରିନି। କେବେ କୋଠାର ଇଣ୍ଟେରିୟର ନୂଆ ଡିଜାଇନ ହେଉଛି ତ ପୁଣି କେବେ ବାତିଲ ହେଉଛି। ଆଉ କେବେ କାମ ଅଧାରେ ଛାଡ଼ି ଠିକାଦାର ଚମ୍ପଟ୍ମାରିଛି।
Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ
ସୂଚନା ମିଳିଛି ଯେ କୋଠା ନିର୍ମାଣ ସମୟରେ ୯ କୋଟି ୧୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ୨୦୨୧ ସୁଦ୍ଧା ସେତିକି ଟଙ୍କାରେ କାମ ଶେଷ କରିବାକୁ କୁହାଯାଇଥିଲା। ମାତ୍ର ବଜାରରେ ନିର୍ମାଣ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ପାଇଥିବାରୁ ପୁରୁଣା ବ୍ୟୟ ଅଟକଳରେ କାମ କରିବାକୁ ଠିକାଦାର ଆଗ୍ରହ ପ୍ରକାଶ କରୁନାହାନ୍ତି। କୋଠାର ଭିତର ଡିଜାଇନ୍କ’ଣ ହେବ ତାହାକୁ ନେଇ ସମସ୍ୟା ଲାଗିରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଗୋଟିଏ ଡିଜାଇନ୍ହୋଇଥିବା ବେଳେ ପରିବହନ ବିଭାଗ ପକ୍ଷରୁ ଆଉ ଗୋଟିଏ ପ୍ରସ୍ତୁତ ହେଉଛି। ଏଭଳି ଟଣାଓଟରା ଲାଗିରହିବାରୁ କୋଠାର ଭାଗ୍ୟ ଖୋଲି ପାରୁ ନାହିଁ। ତେବେ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କୋଠା ନିର୍ମାଣରେ ଯେଉଁ ସବୁ ସମସ୍ୟା ରହିଥିଲା ତାହାର ସମାଧାନ ହୋଇଯାଇଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ। ବର୍ତ୍ତମାନର ବଜାର ସ୍ଥିତିକୁ ନଜରରେ ରଖି ପ୍ରକଳ୍ପ ବଜେଟ୍ ପରିମାଣ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/rto2-2026-02-01-02-14-43.jpg)