ଭୁବନେଶ୍ବର: ଲୋକଙ୍କ ଘରେ ପହଞ୍ଚିନି ପାଇପ୍‌୍‌ ପାଣି। ଏବେ କି ନଳକୂଅ ଭରସାରେ ଲୋକେ। ତା’ପୁଣି ଅଧ କି ଏକ କିଲୋମିଟର ଗଲେ। ନଳକୂଅ ଖରାପ ‌ହେଲେ କଥା ସରିଲା। ମରାମତିକୁ  ସପ୍ତାହେ ଲାଗିଯାଉଛି। ରାଜଧାନୀ ଉପକଣ୍ଠରେ ଏଭଳି ପାନୀୟ ଜଳ ସ୍ଥିତି ରହିଛି। ଭୁବନେଶ୍ବର ବ୍ଲକ୍‌ର ୧୨ଟି ଗ୍ରାମକୁ ଏପର୍ଯ୍ୟନ୍ତ ପାଇପ୍‌୍‌ ଯୋଗେ ପାନୀୟ ଜଳ ସୁବିଧା‌ ଉପଲବ୍ଧ ହୋଇନାହିଁ। ଜଟଣୀ ଓ ଖୋର୍ଦ୍ଧା ବ୍ଲକ୍‌ ଅଞ୍ଚଳରେ ମଧ୍ୟ ସମାନ ଚିତ୍ର। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ପାଇପ୍‌୍‌ ପାଣି ବ୍ୟବସ୍ଥା କରାଯାଇପାରି ନାହିଁ। ଯେତେବେଳେ କି ପୂର୍ବ ସରକାର କହିଥିଲେ ଯେ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବ। ଇତିମଧ୍ୟରେ ରାଜ୍ୟରେ ସରକାର ବଦଳିଛନ୍ତି। ଗୋଟିଏ ବର୍ଷ ମଧ୍ୟ ବିତିଗଲାଣି। ତା’ସତ୍ତ୍ବେ ଗ୍ରାମରେ ପାଇପ୍‌ ପାଣି ପହଞ୍ଚିପାରି ନାହିଁ।

Advertisment

Pragyan Mission's: ପ୍ରଜ୍ଞାନ ମିସନ୍‌ର ଗୀତା ଆବୃତ୍ତି ପ୍ରତିଯୋଗିତା


ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥ୍ୟ କହୁଛି, ଭୁବନେଶ୍ବର ବ୍ଲକ୍‌ର ୧୦୫ଟି ଗ୍ରାମରୁ ୯୩ଟି ଗ୍ରାମରେ ପାଇପ୍‌‌ ପାଣି ପହଞ୍ଚିଛି। ଅର୍ଥାତ୍‌ ୧୨ଟି ଗ୍ରାମ ଏବେ ବି ପାଣି ଅପେକ୍ଷାରେ। ଅନୁରୂପ ଭାବେ ଜଟଣୀ ବ୍ଲକ୍‌ର ୮୮ଟି ଗ୍ରାମରୁ ୭୫ଟି ଓ ଖୋର୍ଦ୍ଧା ବ୍ଲକ୍‌ର ୧୧୭ଟିରୁ ୧୦୬ଟି ଗ୍ରାମକୁ ପାଇପ୍‌‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବାକି ଗ୍ରାମଗୁଡ଼ିକୁ ପାଇପ୍‌‌ ଯୋଗେ ଜଳ ଯୋଗାଣ ହୋଇପାରି ନାହିଁ। ଭୁବନେଶ୍ବର ବ୍ଲକ୍‌ର ଦାରୁଠେଙ୍ଗ ପଞ୍ଚାୟତର ଭାଲୁଙ୍କା, ଭୁଆସୁଣି, ଚୁଡ଼ଙ୍ଗ, ତୁଳସୀଦେଇପୁର ଓ କୃଷ୍ଣନଗର ଗ୍ରାମ ସମେତ ଧଉଳି ପଞ୍ଚାୟତର କୌଶଲ୍ୟାଗଙ୍ଗ, କଣ୍ଟାବାଡ଼ର ଭୋଳା, ମେଣ୍ଢାଶାଳର ବାରପିଟା, ରଣସିଂହପୁର ପଞ୍ଚାୟତର ଛୋତ୍ରାୟାପୁର, ଦାମୋଦରପୁର, ଟିକରପଡ଼ା ଗ୍ରାମ ପଞ୍ଚାୟତର ଗଣେଶ୍ବରପୁରଶାସନ, କଲ୍ୟାଣପୁରଶାସନ ଗ୍ରାମକୁ ପାଇପ୍‌‌ ପାଣି ପହଞ୍ଚି ନାହିଁ। ଜଟଣୀ ବ୍ଲକ୍‌ ଅଙ୍ଗରପଡ଼ା ପଞ୍ଚାୟତର ମଧୁପୁର, ବେଣାପଞ୍ଜରୀର ବୁଦ୍ଧାନଗଡ଼ ଓ ପାଣ୍ଡିଆବିଲି, ଛତାବର ପଞ୍ଚାୟତର ବିଞ୍ଝଗିରି ଓ ହରପୁର, ହରିପୁର ପଞ୍ଚାୟତର ଦେଉଳବସ୍ତ, କଂସାପଡ଼ା, ପୋଡ଼ପଡ଼ା, କଣ୍ଟିଆ ପଞ୍ଚାୟତର ବୁଦ୍ଧପଡ଼ା, ମଦନପୁର ପଞ୍ଚାୟତର ଜଗସରପାଟଣା, ପ୍ରଧାନସାହି ପଞ୍ଚାୟତର ମାଧିପୁର, ତରାବୋଇ ପଞ୍ଚାୟତର ହରିଧାମାଡ଼ ଓ ମଣିପୁର ଗ୍ରାମରେ ପାଇପ୍‌‌ ପାଣି ପହଞ୍ଚି ନାହିଁ। ଏଠାକାର ଲୋକେ ମୁଖ୍ୟତଃ ନଳକୂଅ ଉପରେ ନିର୍ଭରଶୀଳ। କିଛି ଜଣ ନିଜର ବୋରିଂ ଖୋଳି ପାନୀୟ ଜଳ ଅଭାବ ଦୂର କରୁଛନ୍ତି। ବଳକା ରାଜସ୍ବ ଗ୍ରାମ, ପଡ଼ା ଗ୍ରାମ ଓ ସାହିଗୁଡ଼ିକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Retired Employee: ରାସ୍ତାରେ ଥାଳି ଧରି ବସିଲେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ ନିୟମିତ ସେବାନିବୃତ୍ତ କର୍ମଚାରୀ

ଭୁବନେଶ୍ବର ବ୍ଲକ୍‌ ଉପରେ ନଜର ପକାଇଲେ  ଅନ୍ଧାରୁଆ ପଞ୍ଚାୟତର ୩ଟି ଗ୍ରାମ ଯଥା ଅନ୍ଧାରୁଆ, ଦାଶପୁର ଓ ଜଗନ୍ନାଥପ୍ରସାଦକୁ ପାଇପ୍‌‌ ପାଣି ସଂଯୋଗ ହୋଇଛି। ସେହିପରି ବରିମୁଣ୍ଡ ପଞ୍ଚାୟତର ବରିମୁଣ୍ଡ, କୃଷ୍ଣସରଣପୁର, ରୋକଟ, ସିଙ୍ଗଡ଼ା, ଟାଙ୍ଗିବନ୍ତ, ବାସୁଆଘାଇ ପଞ୍ଚାୟତର ବାଙ୍କୁଆଳ, ବାସୁଆଘାଇ, ଦୁର୍ଗାପୁରପାଟଣା, କେଶୁରା, କୋରଡ଼କଣ୍ଟା, ଦାଢ଼ାର ବାଲିପଡ଼ା, ଦାଢ଼ା, ଝିଙ୍କରଡିହ, କଣ୍ଟୁଣିଆ, ମରିଚିଆ, ପଦାସାହି, ଦାରୁଠେଙ୍ଗ ପଞ୍ଚାୟତର ଦାରୁଠେଙ୍ଗ, ଜୁଝଗଡ଼, ଶ୍ୟାମସୁନ୍ଦରପୁର, କଳାରାହାଙ୍ଗ ପଞ୍ଚାୟତର ଇଞ୍ଜଣା ଓ କଳାରାହାଙ୍ଗ ଗ୍ରାମରେ ପାଇପ୍‌‌ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ଧଉଳି ଗ୍ରାମ ପଞ୍ଚାୟତ ୧୦ଟି ଗ୍ରାମ, ଇଟିପୁର ପଞ୍ଚାୟତର ୮ଟି, ତମାଣ୍ଡୋର ୭ଟି, ରଣସିଂହପୁର, କଲ୍ୟାଣପୁର ଓ ନଁପୁଟ ପଞ୍ଚାୟତର ୬ଟି ଲେଖାଏ, ମଳିପଡ଼ା ପଞ୍ଚା‌ୟତର ୫ଟି, ମେଣ୍ଢାଶାଳର ୪ଟି, ଟିକରପଡ଼ା ଓ କଣ୍ଟାବାଡ଼ର ୩ଟି, ରଘୁନାଥପୁର, ଶିଶୁପାଳ ଓ ଲିଙ୍ଗିପୁରର ୨ଟି ଲେଖାଏ ଗ୍ରାମକୁ ଜଳ ଯୋଗାଣ ହେଉଛି।

‘ଜେଡ୍ ୱାନ୍ ଭ୍ୟୋମ୍’ରେ ଶୀତ ଉତ୍ସବ

ନିଟି ବ୍ଲକ୍‌ର ବାକି ରହିଥିବା ଗ୍ରାମକୁ ଜଳ ଯୋଗାଣ କରିବାକୁ  ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ୨୦୨୬ ଡିସେମ୍ବର ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦେବାକୁ ‌ରୂପରେଖ ପ୍ରସ୍ତୁତ ହୋଇଛି। ନିର୍ମାଣଧୀନ ଥିବା ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅଗଷ୍ଟ ୨ ସୁଦ୍ଧା ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ବ୍ଲକ୍‌ ପ୍ରକଳ୍ପ କାମ ସରିବ। ଭୁବନେଶ୍ବର ବ୍ଲକ୍‌ ଅଧୀନ ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ଦୁଇଟି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି। ବ୍ଳକ୍‌ର ୯ ପଞ୍ଚାୟତ ପାଇଁ ନିର୍ମାଣ ଚାଲିଥିବା ପ୍ରକଳ୍ପ ୨୦୨୬ ମସିହା ଅଗଷ୍ଟ ୩୧ ସୁଦ୍ଧା ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ୬ ପଞ୍ଚାୟତ ପାଇଁ ଜାରି ରହିଥିବା ପ୍ରକଳ୍ପ କାମ ୨୦୨୬ ମସିହା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।