ଚନ୍ଦ୍ରଶେଖରପୁର: ଟ୍ରାଫିକ୍ଛକରେ ଆଉ ଭିଡ଼ରେ ଫସିବନି ଆମ୍ବୁଲାନ୍ସ। ଛକର ବାମ ପାର୍ଶ୍ବ ରାସ୍ତା ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇଁ ବ୍ୟବହାର ହେବ। ଗାଡ଼ିଚାଳକ ଯେପରି ବାମପାର୍ଶ୍ବ ରାସ୍ତା ଅବରୋଧ ନ କରନ୍ତି ସେଥିପାଇଁ ସଚେତନ କରାଯିବ। ତାହାକୁ ନଜରରେ ରଖି ଟ୍ରାଫିକ୍ ଛକ ବାମପାର୍ଶ୍ବରେ ଟ୍ରାଫିକ୍ ଡେଲିନେଟୋର ପୋଷ୍ଟ(ପ୍ଲାଷ୍ଟିକ୍ ବାରିକେଡ୍) ନିର୍ମାଣ ହୋଇଛି। ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଲାଗି ଲାଗି ବାରିକେଡ୍ଗୁଡ଼ିକ ଲଗାଯାଇଛି। ଦୁଇଟି ବାରିକେଡ୍ ମଧ୍ୟରେ ଯେପରି କୌଣସି ଗାଡ଼ି ପଶି ନ ଯାଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଜି ଛକରେ ଏହି ନିର୍ମାଣ ହୋଇଥିବା ବେଳେ ଏବେ ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍ ଛକଗୁଡ଼ିକରେ ଲାଗିଛି। ଜୟଦେବବିହାର ସମେତ ନାଲକୋ ଛକ, ଡମଣା ଛକରେ ଏବେ ବ୍ୟାରିକେଡ୍ ଲାଗିଛି। ଜରୁରୀକାଳୀନ ସେବାରେ ଥିବା ଗାଡ଼ିଗୁଡ଼ିକ ଯେପରି ସୁରୁଖୁରରେ ଯାଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରାଫିକ୍ ପୁଲିସର ଜଣେ ଅଧିକାରୀ କହିଛନ୍ତି।
Hoarding collapses: ହୋର୍ଡିଂ ଖସି ୨ ମୃତ୍ୟୁ ଘଟଣା, ପରିବାର ଲୋକଙ୍କ ଧାରଣା
ତେବେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଏଲ୍ପି ଟିମ୍ର ସମ୍ପାଦକ ଅନିରୁଦ୍ଧ ଲେଙ୍କା କହିଛନ୍ତି ଯେ ଟ୍ରାଫିକ୍ ଛକରେ ବାମପାର୍ଶ୍ବ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବାକୁ ଟ୍ରାଫିକ୍ ଛକର ବାମ ପାର୍ଶ୍ବକୁ ଅବରୋଧମୁକ୍ତ ରଖିବାକୁ କମିସନରେଟ୍ ପୁଲିସ ନିୟମ କରିଥିଲା। ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ସହ ଛକରେ ଅଯଥା ଭିଡ଼ ନ କରିବାକୁ ତିନିବର୍ଷ ତଳେ ଏଭଳି ପଦକ୍ଷେପ ନିଆଯାଇଥିଲା। ମାତ୍ର ଟ୍ରାଫିକ୍ ପୁଲିସର ସବୁ କଡ଼ା ଚେତାବନୀକୁ ଲୋକେ ଫୁ’ କରି ଉଡ଼ାଇବାରେ ଲାଗିଛନ୍ତି। ଟ୍ରାଫିକ୍ ପୁଲିସର ଲୋକଦେଖାଣିଆ ତଥା ନିଷ୍ଠାହୀନ ପଦକ୍ଷେପକୁ ଲୋକେ ବୁଝି ସାରିଥିବାରୁ କଟକଣାଗୁଡ଼ିକୁ ଆଉ ମାନୁନାହାନ୍ତି। ପୁଲିସ କମିସନର୍, ଡେପୁଟି କମିସନର ଓ ଟ୍ରାଫିକ୍ ଡିସିପି ବଦଳୁଛନ୍ତି ସତ, ହେଲେ ଟ୍ରାଫିକ୍ ପରିଚାଳନାରେ କୌଣସି ଆଖିଦୃଶିଆ ସୁଧାର ଦେଖିବାକୁ ମିଳୁ ନାହିଁ। ଟ୍ରାଫିକ୍ ପୁଲିସର କାର୍ଯ୍ୟାନୁଷ୍ଠାନ ଚେତାବନୀ ଏବେ କେବଳ କଥାରେ ରହିଯାଇଥିବା ବାରମ୍ବାର ପ୍ରମାଣିତ ହେଉଛି। ଏଥର ଯେଉଁ ବ୍ୟାରିକେଡ୍ ଲଗାଇଛନ୍ତି ତାହାର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଲୋକଙ୍କୁ ସଚେତନ କରାଯାଉ ବୋଲି ସେ କହିଛନ୍ତି।
Tirumala Temple: ତିରୁମାଳା ମନ୍ଦିରରେ ପ୍ରସାଦ ଯାଞ୍ଚ କରିବ ‘ଇ-ନାକ’ ଓ ‘ଇ-ଜିଭ’
ଜୟଦେବବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ଭିଡ଼ ଭିତରେ ଦୈନିକ ଶତାଧିକ ଆମ୍ବୁଲାନ୍ସ ଯିବା ଆସିବା କରୁଛି। ସାଇରନ୍ ଦେଇ ଆମ୍ବୁଲାନ୍ସଗୁଡ଼ିକ ଆଗକୁ ବଢ଼ୁଥିଲେ ମଧ୍ୟ କେହି ରାସ୍ତା ଛାଡୁନାହାନ୍ତି। ଏମିତିକି ଆଜି ଜାଭିଅର ଛକରେ ଟ୍ରାଫିକ୍ରେ ଏକାଧିକ ଆମ୍ବୁଲାନ୍ସ ଫସିଥିବା ନଜରକୁ ଆସିଛି। ସପ୍ତାହେ ହେଲା ଜନତା ମଇଦାନରେ ଚାଲିଥିବା ତୋଷାଳୀ ମେଳାରେ ପ୍ରବଳ ଭିଡ଼ ହେଉଥିବାରୁ ଜାଭିଅର ଛକରୁ ଜୟଦେବବିହାର ଛକ ମଧ୍ୟରେ ଟ୍ରାଫିକ୍ ସମସ୍ୟା ଚିନ୍ତାର କାରଣ ପାଲଟିଛି। ଶତାଧିକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହିଁ। ପ୍ରଶାସନ ଏଦିଗରେ ପଦକ୍ଷେପ ନେବା ସହ ଗାଡ଼ିଗୁଡ଼ିକ ଯେପରି ସୁବିଧାରେ ଯିବା ଆସିବା କରିପାରିବେ ସେଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/untitled-24-2026-02-26-08-19-46.jpg)