ଭୁବନେଶ୍ବର: ରାଜ୍ୟରେ ଜମି ଜାଲିଆତି ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଯେପରି କେହି ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି କରିପାରିବେନି, ଜମି ଉପରେ କୌଣସି ଆଇନଗତ ବିବାଦ ଥିଲେ ତାକୁ ଯେପରି ବିକ୍ରି କରାଯାଇପାରିବନି, ସେ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା ଅଣାଯାଉଛି। ଏଥିରେ ପ୍ରତି ଜମି ପଟ୍ଟାରେ ଏକ କ୍ୟୁଆର୍ କୋଡ୍ ରହିବ। ଏହି କୋଡ୍କୁ ସ୍କାନ୍ କଲେ ସମ୍ପୃକ୍ତ ଜମିର ସମସ୍ତ ବିବରଣୀ ଯଥା ମାଲିକଙ୍କ ନାମ, କେତେ ଜଣଙ୍କୁ ପୂର୍ବରୁ ବିକ୍ରି ହୋଇଛି, ଏବେ ଜମି ଉପରେ କିଛି ଆଇନଗତ ମାମଲା ଅଛି କି ନାହିଁ ତାହା ମୋବାଇଲ୍ ସ୍କ୍ରିନ୍ରେ ଆସିଯିବ। ଏହାଦ୍ବାରା ଲୋକମାନେ ଜମି ଠକେଇରୁ ବର୍ତ୍ତିପାରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
Horoscope 2026 February 13 : ଜାଣନ୍ତୁ ଆଜିର ରାଶିଫଳ
ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏପରିକି ଜମି ଉପରେ କୌଣସି ବିବାଦ ଥାଇ ଏହାକୁ ବିକ୍ରି କରାଯାଉଥିଲେ ବା ଜମି ମାଲିକଙ୍କ ଅଜାଣତରେ ଜମି କିଣାବିକା ହେଉଥିଲେ ସେଲ୍ଡିଡ୍ ହେବା ପୂର୍ବରୁ ସ୍ଥାନୀୟ ଆର୍ଆଇ ଏବଂ ତହସିଲଦାରଙ୍କ ପାଖକୁ ଏକ ସତର୍କ ସୂଚନା ଯିବ। ଯଦି ଉଭୟ ଅଧିକାରୀ ଏ ସଂକ୍ରାନ୍ତରେ ସବୁଜ ସଂକେତ ଦେବେନି ତେବେ ଜମି କିଣାବିକା ହୋଇପାରିବନି। ଆଉ ଦଲାଲ୍ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହିଭଳି ଜ୍ଞାନକୌଶଳ ସମ୍ପନ୍ନ ଜମି ପଟ୍ଟା ପ୍ରସ୍ତୁତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି
ସେହିପରି ବିଭାଗ ପକ୍ଷରୁ ଖୁବଶୀଘ୍ର ରାଜ୍ୟବ୍ୟାପୀ ଜମି ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ସରକାରୀ ଓ ଘରୋଇ ଜମିର ସୀମା ନିର୍ଦ୍ଧାରଣ କରାଯିବ। ପୂର୍ବରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ସରକାରୀ ଜମିର ବର୍ତ୍ତମାନ ସ୍ଥିତି ଓ ଉପଯୋଗ ସମ୍ପର୍କରେ ମଧ୍ୟ ଡାଟାବେସ୍ ପ୍ରସ୍ତୁତ ହେବ। ଏହାଦ୍ବାରା ବିଭିନ୍ନ ବିଭାଗ ଯେଉଁ ଜମି ନେଉଛନ୍ତି ତା’ର ସଦୁପଯୋଗ କରିବେ, ନଚେତ୍ ଜମି ଫେରାଇ ଅଣାଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଯୋଜନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/13/patta-2026-02-13-00-30-34.jpg)