କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କଫି ଓ ଚା’ ଚାଷ ପରେ ଏବେ ପାମ୍‌ ଚାଷକୁ ନେଇ ଆରମ୍ଭ ହୋଇଛି ପରୀକ୍ଷାନିରୀକ୍ଷା। କେନ୍ଦୁଝର ଜଳବାୟୁରେ କିଭଳି ପାମ୍‌ ଚାଷ ହୋଇପାରିବ ଏବଂ ଏହାର ଲାଭ ଚାଷୀ ପାଇପାରିବେ, ସେଥିପାଇଁ ଦୁଇବର୍ଷ ଧରି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଯୋଜନା। ଜିଲ୍ଲାରେ ପ୍ରଥମଥର ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୋଟ ୨୦୦ ହେକ୍ଟର ଚାଷ ଜମିରେ ପାମ୍‌ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ୧୬.୪ ହେକ୍ଟର ଜମିରେ ଚାଷ ହୋଇଥିଲା। 

Advertisment

Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍‌ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍‌ଷ୍ଟିନ୍‌ଙ୍କ ପ୍ରସ୍ତାବ

୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୦୦ ହେକ୍ଟର ଜମିରେ ପାମ୍‌ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୫୪.୫ ହେକ୍ଟର ଜମିରେ ଚାଷ ହୋଇଛି। ସବୁଠୁ ଅଧିକ ଚମ୍ପୁଆ ବ୍ଲକ୍‌ରେ ୧୭.୨ ହେକ୍ଟର ଜମିରେ ୧୮ ଜଣ ଚାଷୀ ଓ ବାଂଶପାଳ ବ୍ଲକ୍‌ରେ ୧୨ ଜଣ ଚାଷୀ ୧୨.୫ ହେକ୍ଟର ଜମିରେ ପାମ୍‌ ଗଛ ଲଗାଇଛନ୍ତି। ଆନନ୍ଦପୁର ବ୍ଲକ୍‌ରେ ୪.୬ ହେକ୍ଟର, କେନ୍ଦୁଝର ସଦର ବ୍ଲକ୍‌ରେ ୧ ହେକ୍ଟର, ପାଟଣା ବ୍ଲକ୍‌ରେ ୧ ହେକ୍ଟର, ସାହାରପଡ଼ା ବ୍ଲକ୍‌ରେ ୪.୨ ହେକ୍ଟର, ହରିଚନ୍ଦନପୁର ବ୍ଲକ୍‌ରେ ୨.୪ ହେକ୍ଟର, ଘଟଗାଁ ବ୍ଲକ୍‌ରେ ୦.୪ ହେକ୍ଟର, ତେଲକୋଇ ବ୍ଲକ୍‌ରେ ୧ ହେକ୍ଟର, ଘସିପୁରା ବ୍ଲକ୍‌ରେ ୨.୪ ହେକ୍ଟର, ହାଟଡିହି ବ୍ଲକ୍‌ରେ ୦.୪ ହେକ୍ଟର, ଯୋଡ଼ା ବ୍ଲକ୍‌ରେ ୧.୨ ହେକ୍ଟର ଓ ଝୁମ୍ପୁରା ବ୍ଲକ୍‌ରେ ୪ ହେକ୍ଟର ଜମିରେ ପାମ୍‌ଚାଷ ହୋଇଛି। 

ଚାଷ ପାଇଁ ଚିହ୍ନଟ ହୋଇଥିବା ଅଞ୍ଚଳରେ ମୋଟ ୭୩ଟି ଗଭୀର ନଳକୂପ ଖନନ କରିବାକୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଛି। ସୁରକ୍ଷାବାଡ଼କୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଯଦିଓ ଦୁଇବର୍ଷ ଧରି ଧାର୍ଯ୍ୟଲକ୍ଷ୍ୟ ତୁଳନାରେ କମ୍‌ ଜାଗାରେ ଚାଷ ହୋଇଛି, କିନ୍ତୁ ଆସନ୍ତାବର୍ଷଠାରୁ ବ୍ୟାପକ ଅଞ୍ଚଳରେ ପାମ୍‌ ଚାଷ କରିବାକୁ ଉଦ୍ୟମ କରାଯାଉଛି। ସାଧାରଣତଃ ସୋରିଷ ତେଲର ବିକଳ୍ପ ଭାବେ ପାମ୍‌ ତେଲକୁ ବ୍ୟବହାର କରାଯାଉଥିବାରୁ ଏଥିରୁ ବ୍ୟାପକ ରୋଜଗାର ସୁଯୋଗ ରହିଛି। ତେଣୁ କେନ୍ଦୁଝରକୁ ଏହି ଚାଷର ହବ୍‌ କରିବାକୁ ଉଦ୍ୟାନକୃଷି ବିଭାଗ ଲକ୍ଷ୍ୟ ରଖିଛି।

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

ଉଲ୍ଲେଖଯୋଗ୍ୟ ଯେ ୨୦୦୫ ମସିହାରେ ବାଂଶପାଳ ଉପରକାଇପୁରରେ ପ୍ରୀତମ କୁମାର ରାଠୋର ୧୩ ଏକର ଜମିରେ କୋରାପୁଟ କଫି ବୋର୍ଡରୁ ୮୦୦୦ ଚାରା ଆଣି ଚାଷ କରି ବେଶ୍‌ ସଫଳତା ପାଇଛନ୍ତି। ଏହାପରେ କଫି ବୋର୍ଡର ପରାମର୍ଶକ୍ରମେ ବାଂଶପାଳ, ତେଲକୋଇ ଓ ସଦର ବ୍ଲକ୍‌ରେ କଫି ଚାଷ ଆରମ୍ଭ ହୋଇଛି। ସେହିପରି ତରମାକାନ୍ତ ଚା’ ବଗିଚାର ପୁନରୁଦ୍ଧାର କରାଯାଇ ଆସନ୍ତା ଜୁନ୍‌ ମାସରୁ ଚା’ ଚାରା ରୋପଣ କରାଯିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।