ଭୁବନେଶ୍ୱର: ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁରକେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ। 

Advertisment

Oyo manager kidnapped: ଓୟୋ ମ୍ୟାନେଜରଙ୍କୁ ଅପହରଣ: ରୁମ୍‌ ନଦେବାରୁ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଭଙ୍ଗାରୁଜା କଲେ, ଟଙ୍କା ନେଇଗଲେ

ଫେବ୍ରୁଆରି ୭ରୁ ୧୨ ତାରିଖ ମଧ୍ୟରେ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ (୬୮୪୪୩/୬୮୪୪୪), ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ମେମୁ (୬୮୪୦୭/୬୮୪୦୮), କେନ୍ଦୁଝରଗଡ଼-ପାରାଦୀପ-କେନ୍ଦୁଝରଗଡ଼ ମେମୁ (୬୮୪୪୭/୬୮୪୪୮) ଅଟକିବ ନାହିଁ। ତେଣୁ ଯାତ୍ରୀମାନେ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

Bird Flu: ବାର୍ଡ ଫ୍ଲୁ ଫେରିଲା! କିପରି ସତର୍କ ରହିବେ?