ଭୁବନେଶ୍ବର: ଡାକ୍ତର ଜାଣୁନାହାନ୍ତି, କିଏ ବିଷଧର ଓ କିଏ ବିଷହୀନ ସାପ। ଜାଣିନାହାନ୍ତି ବିଷଧର ସାପ କାମୁଡ଼ା ପରେ ଶରୀରରେ ଦେଖାଯାଉଥିବା ପାର୍ଶ୍ବ ପ୍ରତିକ୍ରିୟା। ଅଜ୍ଞ ଥାଇ ବି ଏମାନେ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି। ବିନା ଅନୁଧ୍ୟାନରେ ବିରଳ ତଥା ଜୀବନରକ୍ଷାକାରୀ ଆଣ୍ଟି ସ୍ନେକ୍ ଭେନମ୍(ଏଏସଭି) ଇଞ୍ଜେକ୍ସନ୍ ଦେଇ ରୋଗୀଙ୍କ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀଜିଲ୍ଲା କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଜଣେ ନାବାଳକର ଜୀବନ ସହ ଖେଳ ଖେଳିଛନ୍ତି ଏହି ଡାକ୍ତରଖାନାର ଡାକ୍ତର। ଏକ ବିଷହୀନ କଉଡ଼ିଆ ସାପ କାମୁଡ଼ିଥିଲେ ବି ଆଣ୍ଟି ସ୍ନେକ୍ ଭେନମ୍(ବିଷାକ୍ତ ସାପ କାମୁଡ଼ା) ଇଞ୍ଜେକ୍ସନ୍ ଦେଇଛନ୍ତି। ଗୁରୁତର କହି କ୍ୟାପିଟାଲ୍ ହସ୍ପିଟାଲ୍ ରେଫର୍ କରିଛନ୍ତି। ପରିବାର ଲୋକେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଦେଖାଇବା ପରେ କାମୁଡ଼ିଥିବା ସାପ ବିଷହୀନ ବୋଲି ଜାଣିପାରି ଡାକ୍ତରଖାନା କର୍ତ୍ତୃପକ୍ଷ କିଛି ଔଷଧ ଲେଖି ସଂପୃକ୍ତ ନାବାଳକକୁ ଘରକୁ ଫେରାଇଛନ୍ତି।
Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ହେଉନି ୯୪୨ ଶିକ୍ଷକ ପଦବି
ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଞ୍ଚଳର ଜଣେ ନାବାଳକ ହାତକୁ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ମୋବାଇଲରେ କାମୁଡ଼ିଥିବା ସାପର ଫଟୋ ଉଠେଇଥିଲେ। ନାବାଳକଙ୍କୁ ତୁରନ୍ତ ନିକଟସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେତେବେଳକୁ ସନ୍ତୋଷଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିଲା। ତଥାପି ଡ୍ୟୁଟିରେ ଥିବା ଡାକ୍ତର ସାପ ଫଟୋକୁ ଦେଖିବା ପରେ ନିଜ ପ୍ରେସ୍କ୍ରିପସନ୍ରେ ଏହାକୁ ବୁଙ୍ଗାରସ୍ କାଏରୁଲିୟସ୍(ଚିତି ସାପର ବୈଜ୍ଞାନିକ ନାମ) ସାପ କାମୁଡ଼ିଥିବା ଉଲ୍ଲେଖ କରି ୨୦ ଭାଏଲ୍ ଆଣ୍ଟି ସ୍ନେକ ଭେନମ୍ ଇଞ୍ଜେକ୍ସନ୍ ଦେଇଥିଲେ। ଇଞ୍ଜେକ୍ସନ୍ ନେବା ପରେ ସନ୍ତୋଷଙ୍କ ପେଟ କାଟିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ରେଫର୍ କରି ଦେଇଥିଲେ। କିନ୍ତୁ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ସାପର ଫଟୋ ଦେଖି ଏହା ବିଷାକ୍ତ ନୁହେଁ ବୋଲି ଜାଣିପାରି କିଛି ସମୟ ସନ୍ତୋଷଙ୍କୁ ଅନୁଧ୍ୟାନରେ ରଖି ଘରକୁ ପଠାଇ ଦେଇଥିଲେ। ସନ୍ତୋଷଙ୍କ ଚିକିତ୍ସା କରିଥିବା କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ରାଜୀବ ଜେନା କହିଛନ୍ତି, କାମୁଡ଼ିଥିବା ସାପକୁ କଉଡ଼ିଆ ସାପ କୁହନ୍ତି। ଏହାର ବିଷ ନ ଥାଏ।
Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା
ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସନ୍ତୋଷ ଠିକ୍ ଥିବା ଜାଣିପାରି ତାଙ୍କୁ ପରିବାର ସହ ଘରକୁ ପଠାଇ ଦିଆଯାଇଛି। ଏମ୍ସ ଭୁବନେଶ୍ବର ଫରେନ୍ସିକ୍ ମେଡିସିନ୍ ଆଣ୍ଡ୍ ଟକ୍ସିକୋଲୋଜି ବିଭାଗର ପ୍ରଫେସର ଡାକ୍ତର ସୁଦୀପ୍ତ ରଂଜନ ସିଂହ କହିଛନ୍ତି, ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ର ପାର୍ଶ୍ବ ପ୍ରତିକ୍ରିୟା ରହିଛି। ବିଷାକ୍ତ ସାପ ନ କାମୁଡ଼ି ଏହାକୁ ଦେଲେ, ଦେହ କୁଣ୍ଡାଇ ହେବା ସହ ଫଳିଯିବ। ସବୁଠୁ ବଡ଼କଥା, ଏହା ଜୀବନରକ୍ଷାକାରୀ ଇଞ୍ଜେକ୍ସନ୍। ଏହାର ପ୍ରସ୍ତୁତି ଓ ସଂରକ୍ଷଣ ପାଇଁ ସରକାର ବହୁତ ଖର୍ଚ୍ଚ କରୁଛନ୍ତି। ସବୁ ଡାକ୍ତରଖାନାରେ ବି ଏହା ଉପଲବ୍ଧ ନାହିଁ। ଏଣୁ ସାପ କାମୁଡ଼ାର ଲକ୍ଷଣ ନଦେଖି ଏଭଳି ମନଇଛା ଇଞ୍ଜେକ୍ସନ୍ ଦେବା ଆଦୌ ଠିକ୍ ନୁହେଁ। ସ୍ନେକ୍ ହେଲ୍ପଲାଇନ୍ ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କଉଡ଼ିଆ ସାପର ବୈଜ୍ଞାନିକ ନାମ ହେଉଛି କମ୍ନ୍ ୱଲ୍ଫ ସ୍ନେକ୍। ଏହି ବିଷହୀନ ସାପ ପାଇଁ ୨୦ ଭାଏଲ ଆଣ୍ଟି ସ୍ନେକ୍ ଭେନମ୍ ଦେଇ ରୋଗୀଙ୍କ ଜୀବନ ସହ ଖେଳାଯାଇଛି।ଘରକୁ ଫେରିବାର ୭ରୁ ୨୧ ଦିନ ଭିତରେ ସେରମ ସିକନେସ ରୋଗର ଲକ୍ଷଣ ମଧ୍ୟ ଅନେକ ରୋଗୀଙ୍କ ପାଖରେ ଦେଖାଯାଏ। ଏହି ମୂଲ୍ୟବାନ ଜୀବନ ରକ୍ଷାକାରୀ ଔଷଧକୁ ଏଭଳି ନଷ୍ଟ କରା ନଯାଉ। ନଚେତ୍ ବିଷାକ୍ତ ସାପ କାମୁଡ଼ାରେ ଆସିଥିବା ରୋଗୀଙ୍କ ପାଇଁ ଏହା ମିଳିବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/fhfshfsxbv-2025-12-09-02-41-36.jpg)