Advertisment

Pradyumna Bala's memorial: ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତି ଉତ୍ସବ: ‘ସାଧାରଣ ଲୋକର ଅଧିକାର ପାଇଁ କାର୍ଯ୍ୟ କରୁଥିଲେ ସ୍ବର୍ଗତ ବଳ’

Advertisment

ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଟି କିପରି ସାମ୍ବିଧାନିକ ଅଧିକାର ପାଇବ ଏ କଥା ଚିନ୍ତା କରି ବିଶିଷ୍ଟ ଜନନେତା ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ ବଳ ରାଜନୀତିକୁ ଆସିଥିଲେ। ସେ ଏକାଧାରରେ ଜଣେ ରାଜନେତା, ସାରସ୍ବତ ସାଧକ ଓ ସାମ୍ବାଦିକ ଥିଲେ।

ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଟି କିପରି ସାମ୍ବିଧାନିକ ଅଧିକାର ପାଇବ ଏ କଥା ଚିନ୍ତା କରି ବିଶିଷ୍ଟ ଜନନେତା ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ ବଳ ରାଜନୀତିକୁ ଆସିଥିଲେ। ସେ ଏକାଧାରରେ ଜଣେ ରାଜନେତା, ସାରସ୍ବତ ସାଧକ ଓ ସାମ୍ବାଦିକ ଥିଲେ।

sfhsffhhh

କଟକ: ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଟି କିପରି ସାମ୍ବିଧାନିକ ଅଧିକାର ପାଇବ ଏ କଥା ଚିନ୍ତା କରି ବିଶିଷ୍ଟ ଜନନେତା ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ ବଳ ରାଜନୀତିକୁ ଆସିଥିଲେ। ସେ ଏକାଧାରରେ ଜଣେ ରାଜନେତା, ସାରସ୍ବତ ସାଧକ ଓ ସାମ୍ବାଦିକ ଥିଲେ। ପ୍ରଦ୍ୟୁମ୍ନ ବଳ ସ୍ମୃତି କମିଟି ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ସ୍ମତି ଉତ୍ସବ ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ କୁମାର ପରିଡ଼ା। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାରସ୍ବତ ସାଧକ ଦାଶ ବେନହୁର ଯୋଗଦେଇ ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ ବଳ ରାଷ୍ଟ୍ର ଓ ଲୋକଙ୍କ ସମସ୍ୟା ସହିତ ‌ଯୋଡ଼ି ହୋଇ କାମ କରିଥିଲେ ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ସମ୍ମାଜନକ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନ ଗ୍ରହଣ କରି ଶ୍ରୀମତୀ ପଟ୍ଟନାୟକ କହିଲେ ଯେ, ସଂପ୍ରତି ଗଣମାଧ୍ୟମ ସେମାନଙ୍କ ପୃଷ୍ଠପୋଷକ ଓ ସରକାରଙ୍କ ଚାପରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଯେତେବେଳେ ଗଣମାଧ୍ୟମର ପାଠକ ଓ ଦର୍ଶକ ଭଲ, ସତ୍ୟ ଓ ନିଡର ଖବର ପାଇଁ ଉପଯୁକ୍ତ ମୂଲ୍ୟ ଦେବାକୁ ପଛେଇବେ ନାହିଁ ସେହିଦିନ ଗଣମାଧ୍ୟମ ସ୍ବାଧୀନ ଭାବେ ତା’ର କାର୍ଯ୍ୟ କରିପାରିବ ବୋଲି ଶ୍ରୀମତି ପଟ୍ଟନାୟକ କହିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି କଳାବିକାଶ କେନ୍ଦ୍ର ସଭାପତି ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ପ୍ରଦ୍ୟୁମ୍ନ ବଳଙ୍କୁ ସମାଜ ସଂସ୍କାରକ ଭାବେ ବର୍ଣ୍ଣନା କରିଥିଲେ। ନାରୀଜାତିର ସ୍ବାଧୀନତା ଓ ସଶକ୍ତୀକରଣ ପାଇଁ ସେ ସର୍ବଦା ଉଦ୍ୟମ କରିଥିଲେ ବୋଲି କହିଥିଲେ।

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ତନୟା ପଟ୍ଟନାୟକଙ୍କୁ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’

‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଜଣେ ପ୍ରଗତିଶୀଳ ମହିଳା ଓ ‌ସେ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’ ପାଇବା ଅନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି ପ୍ରଫେସର ଶ୍ରୀ ସିଂହ କହିଥିଲେ। ପ୍ରଭାତ କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁକାନ୍ତ ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଦ୍ୟୁମ୍ନ ବାରିକ ମାନପତ୍ର ପାଠ କରିଥି‌ଲେ। ଆଇନଜୀବୀ ଦୀପକ କୁମାର ମହାନ୍ତି, ସଂଗ୍ରାମ କେଶରୀ ସାମଲ, ସେକ୍‌ ସୌକତ୍‌ ଅଲ୍ଲୀ, ଗୌରବ କର, ସରୋଜିନୀ ମିଶ୍ର, ନଳିନୀକାନ୍ତ ନାୟକ ପ୍ରମୁଖ ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ସଂପାଦକ ସେକ୍‌ ମସୁଦ୍‌ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାବାସୀଙ୍କୁ ପରିବେଶ ସମ୍ପର୍କରେ ସଚେତନ କରାଇବା ଓ ‘ପ୍ରଥମ ସ୍ତମ୍ଭ’ରେ ଅତି ସରଳ ଭାଷାରେ ଓଡ଼ିଆଙ୍କୁ ଜୀବନର ଅର୍ଥ ବୁଝାଇବା ଦିଗରେ ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରୟାସକୁ ସମ୍ମାନ ଜଣାଇ ଉତ୍ସବରେ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ, ଆଚାର୍ଯ୍ୟ ପ୍ୟାରୀମୋହନ ସ୍ମୃତି ସଂସଦ, ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ, ପଲ୍ଲୀକବି ନନ୍ଦକିଶୋର ବଳ ସ୍ମୃତି କମିଟି ଆଦି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe