ଭୁବନେଶ୍ବର: ଆମକୁ ମାନବ ଧର୍ମରେ ବିଶ୍ବାସ କରିବାକୁ ହେବ। ମାନବବାଦ ନଥିଲେ ସାମାଜିକ ନ୍ୟାୟ ମିଳିବା ସମ୍ଭବ ନୁହେଁ। ଯେ ପର୍ଯ୍ୟନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ନହୋଇଛି ଏବଂ ଲୋକଙ୍କର ଦୃଷ୍ଟିଭଙ୍ଗୀ ନ ବଦଳିଛି ସେ ପର୍ଯ୍ୟନ୍ତ ଏହି ସାମାଜିକ ନ୍ୟାୟ ବାସ୍ତବ ରୂପ ନେଇପାରିବ ନାହିଁ। ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୯୭ତମ ଜୟନ୍ତୀ ଉତ୍ସବ ଓ ‘ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ: ସ୍ବପ୍ନ ନା ବାସ୍ତବତା’ ଶୀର୍ଷକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି।
Utkal Women's : ଫେବ୍ରୁଆରି ୧୫ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଉତ୍କଳ ମହିଳା ସମିତି
ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ, ସ୍ବର୍ଗତ ମଲ୍ଲିକଙ୍କ ମାନବବାଦ ଚରିତ୍ର ସଭିଙ୍କ ପାଇଁ ପ୍ରେରଣା ହୋଇରହିବ। ସମ୍ମାନିତ ଅତିଥି ପିସିସି ସଭାପତି ଭକ୍ତଚରଣ ଦାସ କହିଲେ ଯେ ପ୍ରହ୍ଲାଦ ବାବୁ ସାମାଜିକ ନ୍ୟାୟର ପ୍ରତୀକ ଥିଲେ। ସେ ଜଳସେଚନ ମନ୍ତ୍ରୀ ଥିବା ସମୟରେ ରାଜ୍ୟ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାରେ ଅନେକ ସୁଧାର ଆଣିଥିଲେ।
ସ୍ବର୍ଗତ ମଲ୍ଲିକ ତୃଣମୂଳ ସ୍ତରରେ ଥିବା ଗରିବ ନିଷ୍ପେସିତଙ୍କ ସ୍ବର ପାଲଟିଥିଲେ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାକହିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ ସିଂହ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଲେ ଯେ ଦେଶ ସ୍ବାଧୀନତାର ୭୮ବର୍ଷ ପରେ ମଧ୍ୟ ଦେଶରେ ସାମାଜିକ ନ୍ୟାୟ ବିପର୍ଯ୍ୟସ୍ତ। ସମ୍ବିଧାନ ଆମକୁ ଯେଉଁ ସବୁ ମୌଳିକ ଅଧିକାର ଦେଇଛି ତାହା କ୍ଷୁଣ୍ଣ ହେବାକୁ ଲାଗିଛି। ନ୍ୟାୟ ବ୍ୟବସ୍ଥା ଉପରେ ଆଶ୍ରା କରିଥିବା ଲୋକଙ୍କ ପାଇଁ ଆମ ସମ୍ବିଧାନକୁ ବଞ୍ଚାଇବା ଏକାନ୍ତ କାମ୍ୟ ବୋଲି ସେ କହିଥିଲେ। ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫସର୍ ବସନ୍ତ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାମ୍ବାଦିକ ସୁପ୍ରିୟା ଦାଶଙ୍କୁ ‘ପ୍ରହ୍ଲାଦ ମଲ୍ଲିକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହିତ ସୁପ୍ରିୟା ମଲ୍ଲିକଙ୍କ ରଚିତ ବାବାସାହେବ ଆମ୍ବେଦକର ପୁସ୍ତକ ଉନ୍ମୋଚିତ ହୋଇଥିଲା। ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/untitled-12-2026-01-13-06-42-49.jpg)