ଭୁବନେଶ୍ୱର: ଆର୍ଯ୍ୟସମାଜ ଭୁବନେଶ୍ୱରର ପ୍ରତିଷ୍ଠାତା ପ୍ରିୟବ୍ରତ ଦାସ ଥିଲେ ଜଣେ ‘ବେଦ ପୁରୁଷ’। ବେଦ ଓ ବୈଦିକ ସାହିତ୍ୟ ହିଁ ଥିଲା ତାଙ୍କ ଜୀବନର ବ୍ରତ। ୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ଆର୍ଯ୍ୟସମାଜ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଦାନ। ସ୍ବର୍ଗତ ଦାସଙ୍କ ବିୟୋଗରେ ଆର୍ଯ୍ୟସମାଳରେ ଆୟୋଜିତ ଶାନ୍ତିଯଜ୍ଞ ଓ ସ୍ମୃତିସଭାରେ ଯୋଗଦେଇ ବକ୍ତାମାନେ ଏଭଳି କହିଛନ୍ତି।
ସ୍ମୃତିସଭାରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ବୈଦିକ ସାହିତ୍ୟକୁ ପ୍ରିୟବ୍ରତ ଦାସଙ୍କ ଅମୂଲ୍ୟ ଦାନ ଯୁଗଯୁଗ ଧରି ଅମ୍ଳାନ ହୋଇ ରହିବ ବୋଲି କହିଥିଲେ। ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ କହିଥିଲେ ପ୍ରିୟବ୍ରତ ଦାସ ଯଦି କେବଳ ଇଞ୍ଜିନିୟରିଂ ବୃତ୍ତି ଭିତରେ ରହିଯାଇଥାନ୍ତେ, ତେବେ ବେଦ ଓ ଆର୍ଯ୍ୟସମାଜ ସମ୍ପର୍କରେ ଓଡ଼ିଶାବାସୀ ବିଶେଷ କିଛି ଜାଣିବାର ଅବକାଶ ପାଇନଥା’ନ୍ତେ। ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଥିଲେ ଓଡ଼ିଶାରେ ବେଦ ଓ ଆର୍ଯ୍ୟସମାଜ କ’ଣ ତାହା ଶ୍ରୀବସ୍ଥ ପଣ୍ଡାଙ୍କ ପରେ ସମସ୍ତ ଶ୍ରେୟ ସ୍ବର୍ଗତ ଦାସଙ୍କୁ ଯିବ। ସ୍ବର୍ଗତ ଦାସଙ୍କ ସହଧର୍ମିଣୀ ତଥା ଆର୍ଯ୍ୟ ସମାଜର ସହ ସମ୍ପାଦିକା ଶନ୍ନୋଦେବୀ ସ୍ମୃତିଚାରଣ କରି କହିଥିଲେ ଯେ, ଅଥର୍ବ ବେଦରେ କୁହାଯାଇଛି ମୃତ ବ୍ୟକ୍ତିଙ୍କ ପାଇଁ ଶୋକ କରନାହିଁ କିମ୍ବା ରୋଦନ କରନାହିଁ, ଆମେ ତାହା ହିଁ କରିବା।
Gold worth 1.5 lakh rupees: ସୁନା ଦେଢ଼ଲକ୍ଷ ମୁହାଁ: ରୁପା ୩.୩ ଲକ୍ଷ ଟଙ୍କା
ଏହି ଅବସରରେ ପ୍ରିୟବ୍ରତ ଦାସଙ୍କ ରଚିତ ଭଜନକୁ ଜଗନ୍ନାଥ ପାଣିଗ୍ରାହୀ ପରିବେଷଣ କରିଥିଲେ। ଶାନ୍ତିଯଜ୍ଞରେ ଯଜ୍ଞପ୍ରକାଶ ଦାସ ଓ ସୁଶ୍ରୀତା ଦାସ ଯଜମାନଭାବେ ବସିଥିଲେ। ଆମସେନା ଗୁରୁକୁଳର ବ୍ରହ୍ମଚାରୀମାନେ ଯଜ୍ଞ ପରିଚାଳନା କରିଥିଲେ। ଆର୍ଯ୍ୟ ସମାଜ ପକ୍ଷରୁ ପ୍ରକାଶିତ ‘ବେଦ ପୁରୁଷ’ ସ୍ମରଣିକାକୁ ଉପସଭାପତି ବ୍ରଜବନ୍ଧୁ ପଣ୍ଡା, ସମ୍ପାଦକ ବୀରେନ୍ଦ୍ର କର ଉନ୍ମୋଚନ କରିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସଭାପତି ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, କୋଲକତାର ବ୍ରହ୍ମଦତ୍ତ ଜୀ, ବେଦଧାମର ମୁଖ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ, ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ଅରୁନ୍ଧତୀ ଦେବୀ, ସାହିତ୍ୟିକା ଶକୁନ୍ତଳା ବଳିୟାର ସିଂହ, ଡିଏଭି ଅନୁଷ୍ଠାନର କେଶବ ଚନ୍ଦ୍ର ଶତପଥୀ, ପ୍ରଫେସର ନଳିନୀ ମହାନ୍ତି, ଅଧ୍ୟାପିକା ପ୍ରତିଭା ମହାରଥୀ, ବେଦ ବିଦ୍ୱାନ ବ୍ରହ୍ମଦତ୍ତ, ଲକ୍ଷ୍ମଣ କୁମାର ଶାସ୍ତ୍ରୀ ଓ ମନୁଦେବ ବାଗ୍ମୀଙ୍କ ସମେତ ବହୁ ସନ୍ନ୍ୟାସୀ, ଶିକ୍ଷାବିତ, ସାହିତ୍ୟିକ, ସମାଜସେବୀ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମହାଶ୍ୱେତା ଦାସ, ପ୍ରଜ୍ଞା ଦାସ, ଋତିକ ଦାସ, ନିଷ୍ଠା ଋତମ୍, ସୁମେଧା ଦାଶ ଓ ଦୀକ୍ଷା ଦାସ ସାମୁହିକ ଶାନ୍ତଯଜ୍ଞ ସହ ଶାନ୍ତିପାଠ କରିଥିଲେ। ବରିଷ୍ଠ ସଦସ୍ୟ ଗୋପାଳ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Follow Us