Advertisment

AIIMS Bhubaneswar: ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ପ୍ରଫେସର ଲକ୍ଷ୍ମୀବାଈ: ସ୍ତ୍ରୀରୋଗ କର୍କଟ ନିରାକରଣ କ୍ଷେତ୍ରରେ ଗବେଷଣା କରିବ ଏମ୍‌ସ

Advertisment

ପ୍ରସିଦ୍ଧ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀବାଈଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ନିଜ ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍‌ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଉତ୍ତମ ଚିକିତ୍ସା, ଗବେଷଣା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ସଫଳତା....

ପ୍ରସିଦ୍ଧ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀବାଈଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ନିଜ ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍‌ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଉତ୍ତମ ଚିକିତ୍ସା, ଗବେଷଣା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ସଫଳତା....

dgdagdaczvvc

ଭୁବନେଶ୍ୱର: ପ୍ରସିଦ୍ଧ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀବାଈଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ନିଜ ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍‌ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଉତ୍ତମ ଚିକିତ୍ସା, ଗବେଷଣା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ସଫଳତା ପାଇଁ ସେ ଏମ୍‌ସକୁ ଏହି ଟଙ୍କା ପ୍ରଦାନ କରିଥିବା କହିଛନ୍ତି। ତାଙ୍କର ଏହି ଟଙ୍କା ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗକୁ ଅଧିକ ସଶକ୍ତ କରିବାରେ ସହାୟ ହେବ। ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଏହି ମହାନ କାର୍ଯ୍ୟ ପାଇଁ ପ୍ରଫେସର କେ. ଲକ୍ଷ୍ମୀବାଈଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି। ‘ପ୍ରଫେସର କେ. ଲକ୍ଷ୍ମୀବାଈଙ୍କ ଅସାଧାରଣ ଆଗ୍ରହ କେବଳ ଏକ ଆଶୀର୍ବାଦ ନୁହେଁ ବରଂ ଉଚ୍ଚମାନର ରୋଗୀସେବା, ଚିକିତ୍ସା ଶିକ୍ଷା ଏବଂ ଉନ୍ନତ ଗବେଷଣାରେ ଏମ୍‌ସ ଭୁବନେଶ୍ୱରର ନିରନ୍ତର ପ୍ରୟାସର ଏକ ଶକ୍ତିଶାଳୀ ସ୍ୱୀକୃତି’ ବୋଲି ସେ କହିଛନ୍ତି। 

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ପ୍ରଫେସର ଲକ୍ଷ୍ମୀବାଈଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାଶିକୁ ଏମ୍‌ସ ପକ୍ଷରୁ ଏକ କର୍ପସ ପାଣ୍ଠି ଭାବରେ ପ୍ରତିଷ୍ଠା କରାଯିବ। ଏହା ସହାୟତାରେ ସ୍ତ୍ରୀରୋଗ ସମ୍ବନ୍ଧୀୟ କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଗବେଷଣା ହେବ। ଅସହାୟ ଏବଂ ଗରିବ ଲୋକଙ୍କୁ ସାମଗ୍ରୀକ କର୍କଟ ସେବା ପ୍ରଦାନ, ପ୍ରତିରୋଧକ ଅଙ୍କୋଲୋଜି ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ଏହା ବ୍ୟବହାର କରାଯିବ। କର୍ପସ ଫଣ୍ଡ୍‌ର ସର୍ବୋତ୍ତମ ଓ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରିବା ପାଇଁ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ପର୍ଯ୍ୟବେକ୍ଷକ କମିଟି ଗଠନ କରାଯାଇଛି। 

ତାଙ୍କ ଜନ୍ମଦିନ ଅବସରରେ ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ାଙ୍କ ନେତୃତ୍ୱରେ ଏଫ୍ଏମ୍‌ଟି ବିଭାଗୀୟ ମୁଖ୍ୟ ଡା. ମନୋଜ କୁମାର ମହାନ୍ତି, ସ୍ତ୍ରୀରୋଗ ବିଭାଗୀୟ ମୁଖ୍ୟ ଡା. ସୌଭାଗ୍ୟ କୁମାର ଜେନା, ଡ‌ା. ପୃଥ୍ବୀରାଜ ସେଠୀ, ଡା. ଦିବ୍ୟରଞ୍ଜନ ପଟ୍ଟନାୟକ ଓ ଡା.କମଳ କିଶୋର ମହାପାତ୍ର ପ୍ରମୁଖ ତାଙ୍କ ବ୍ରହ୍ମପୁର ଭାବନଗରସ୍ଥିତ ବାସଭବନରେ ପ୍ରଫେସର ଲକ୍ଷ୍ମୀବାଈଙ୍କୁ କୃତଜ୍ଞତା ପ୍ରଦାନପୂର୍ବକ ଶୁଭେଚ୍ଛା ଜଣାଇଥିଲେ।

Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

ପ୍ରଶଂସା କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର କେ. ଲକ୍ଷ୍ମୀବାଈଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କର ସ୍ୱଅର୍ଜିତ ସଞ୍ଚୟ ଦାନ କରିବାର ଅସାଧାରଣ ଭାବନାକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପ୍ରଫେସର ଲକ୍ଷ୍ମୀବାଈଙ୍କୁ ସମ୍ବୋଧିତ କରି ଏକଚିଠିରେ ତାଙ୍କର ମହାନ ଅବଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏମସ୍ ଭୁବନେଶ୍ୱର କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ତାଙ୍କ ଉଦାରତାର ସର୍ବୋତ୍ତମ ଓ ପ୍ରଭାବଶାଳୀ ବ୍ୟବହାର କରିବ। ପ୍ରଫେସର ଲକ୍ଷ୍ମୀବାଈଙ୍କ ପରି ଦୟାଳୁ ଓ ଦାୟିତ୍ୱବାନ ନାଗରିକଙ୍କ ଅଂଶଗ୍ରହଣ ସାରା ଦେଶର ଅନ୍ୟମାନଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣରେ ସରକାରଙ୍କ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ରାଷ୍ଟ୍ରପତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe