Accident: ଦୁର୍ଘଟଣାକୁ ଟାଣୁଛି ‘ସଡ଼କ ସମ୍ମୋହନ’: ଲଗାତାର ଅଢ଼େଇ ଘଣ୍ଟା ଗାଡ଼ି ଚଳାଇଲେ ବିପଦ

Advertisment

ପ୍ରତିବର୍ଷ ପାଖାପାଖି ସାଢ଼େ ୫ ହଜାର ମୃତ୍ୟୁ ହିସାବରେ ବର୍ଷକୁ ଗତ ୫ ବର୍ଷରେ ୨୭ ହଜାରରୁ ଅଧିକ ଲୋକ କେବଳ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଦ୍ୟପାନ, ନିଦ୍ରା, ମୋବାଇଲ୍‌ ଓ ଅନ୍ୟମନସ୍କତାକୁ ଅନେକ ସମୟରେ ଦୁର୍ଘଟଣାର କାରଣ କୁହାଯାଉଥିବା ବେଳେ....

ପ୍ରତିବର୍ଷ ପାଖାପାଖି ସାଢ଼େ ୫ ହଜାର ମୃତ୍ୟୁ ହିସାବରେ ବର୍ଷକୁ ଗତ ୫ ବର୍ଷରେ ୨୭ ହଜାରରୁ ଅଧିକ ଲୋକ କେବଳ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଦ୍ୟପାନ, ନିଦ୍ରା, ମୋବାଇଲ୍‌ ଓ ଅନ୍ୟମନସ୍କତାକୁ ଅନେକ ସମୟରେ ଦୁର୍ଘଟଣାର କାରଣ କୁହାଯାଉଥିବା ବେଳେ....

dgjgjgjdcnb

ଭୁବନେଶ୍ବର: ପ୍ରତିବର୍ଷ ପାଖାପାଖି ସାଢ଼େ ୫ ହଜାର ମୃତ୍ୟୁ ହିସାବରେ ବର୍ଷକୁ ଗତ ୫ ବର୍ଷରେ ୨୭ ହଜାରରୁ ଅଧିକ ଲୋକ କେବଳ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଦ୍ୟପାନ, ନିଦ୍ରା, ମୋବାଇଲ୍‌ ଓ ଅନ୍ୟମନସ୍କତାକୁ ଅନେକ ସମୟରେ ଦୁର୍ଘଟଣାର କାରଣ କୁହାଯାଉଥିବା ବେଳେ ‘ରୋଡ୍‌ ହିପ୍ନୋସିସ୍‌’ ବା ‘ସଡ଼କ ସମ୍ମୋହନ’ ବି ଅନ୍ୟ ଏକ ସମ୍ବେଦନଶୀଳ କାରଣ ହୋଇପାରେ। ବୈଜ୍ଞାନିକ ଭାବେ ଏହା ପ୍ରମାଣିତ ହେବା ପରେ ସଡ଼କ ସମ୍ମୋହନକୁ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଳକ, ଗାଡ଼ି ମାଲିବ ଓ ଯାତ୍ରୀମାନଙ୍କୁ ଏନେଇ ସଚେତନ କରାଯାଉଛି। ତେବେ ସଡ଼କ ସମ୍ମୋହନ ଯୋଗୁଁ ପ୍ରତିବର୍ଷ କେତେ ଲୋକ ଦୁର୍ଘଟଣାର ଶୀକାର ହେଉଛନ୍ତି, ସେ ନେଇ ବାସ୍ତବିକ ତଥ୍ୟ ବାହାରିବା ସମ୍ଭବ ନଥିବା ବେଳେ ବାର୍ଷିକ ପାଖାପାଖି ୧ ହଜାର ଲୋକ କେବଳ ଏଥିଯୋଗୁଁ ଦୁର୍ଘଟଣାର ଶୀକାର ହେଉଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଉଛି।

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

‘ସଡ଼କ ସମ୍ମୋହନ’! ଏହା ପୁଣି କ’ଣ! ବେଳେବେଳେ ଆପଣ ଅନୁଭବ କରିଥିବେ, ଗାଡ଼ି ଚଳାଇବା ବେଳେ ସାଇନ୍‌ବୋର୍ଡରେ ଆପଣ ଗନ୍ତବ୍ୟସ୍ଥଳର ଦୂରତା ୬୨ କିମି ଥିବା ଦେଖିଥିବେ। ହଠାତ୍‌ କିଛି ସମୟ ପରେ ଆପଣ ପଲକ ପକାଇ ଦେଖିବେ ଯେ ଗନ୍ତବ୍ୟସ୍ଥଳକୁ ଆଉ ୪୦ କିମି ଥିବା ସାଇନ୍‌ବୋର୍ଡରେ ଲେଖାହୋଇଛି। ଆପଣ ନିଶ୍ଚିତ ଥିବେ ଯେ ଏହି ସମୟ ମଧ୍ୟରେ ଆପଣ ଶୋଇନାହାନ୍ତି, କିନ୍ତୁ ଏହି ୨୨ କିମି ରାସ୍ତାରେ କ’ଣ ଘଟିଲା, କେମିତି ଏତେ ଦୂରତା ଆପଣ ଅତିକ୍ରମ କଲେ; ସେ ନେଇ ଆପଣ କିଛି ମନେ ପକାଇ ପାରୁନାହାନ୍ତି। ମସ୍ତିଷ୍କର ଏହି ସ୍ଥିତିକୁ ‘ସଡ଼କ ସମ୍ମୋହନ’ ବା ‘ରୋଡ୍‌ ହିପ୍‌ନୋଟାଇଜ୍‌’ କୁହାଯାଇଥାଏ। ଏହି ସ୍ଥିତିରେ ବ୍ୟକ୍ତି ଅବଚେତନ ଅବସ୍ଥାକୁ ଚାଲିଯାଏ ଓ ମସ୍ତିଷ୍କ ବ୍ଲାକ୍‌ଆଉଟ୍‌ ହୋଇଯାଏ। ସାଧାରଣତଃ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ଗାଡ଼ି ଚଲାଇବା ଫଳରେ ଏଭଳି ଘଟିଥାଏ। କେବଳ ଲମ୍ବା ସମୟ ଧରି ଗାଡ଼ି ଚଲାଇବା ଯୋଗୁଁ ନୁହେଁ, ଏକାଭଳି ଦେଖାଯାଉଥିବା ରାସ୍ତାରେ ଗାଡ଼ି ଚଲାଇଲେ ବି ‘ସଡ଼କ ସମ୍ମୋହନ’ ହୋଇଥାଏ। ଏହା ଚାଳକର ଉଭୟ ଶାରୀରିକ ଓ ମାନସିକ ସ୍ଥିତିର ଏକ ଜଟିଳ ସମୀକରଣ। 

Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ

ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ତନ୍ମୟିନୀ ଦାସ କହିଛନ୍ତି, ପର୍ଯ୍ୟାପ୍ତ ନିଦ ନ ନେଇଥିଲେ ବା ମସ୍ତିଷ୍କ କ୍ଳାନ୍ତ ଥିଲେ, ବାହାରର କୌଣସି ସଙ୍କେତକୁ ଗ୍ରହଣ କରିନଥାଏ।ଫଳରେ ଏଭଳି ସ୍ଥିତି ଉପୁଜିଥାଏ। ଏଣୁ ଲମ୍ବା ଯାତ୍ରାରେ ଗାଡ଼ି ଚଲାଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ଜରୁରି। ତେବେ ଯାଇ ଏହି ‘ସଡ଼କ ସମ୍ମୋହନ’ରୁ ରକ୍ଷା ପାଇପାରିବା। 

ସଡ଼କ ସମ୍ମୋହନରୁ ବଞ୍ଚିବାକୁ ଏହି ସବୁ କଥା ଆପଣାନ୍ତୁ :
ଲମ୍ବା ରାସ୍ତାରେ ଯାତ୍ରା କଲା ବେଳେ ପ୍ରତି ୧ କିମ୍ବା ୨ ଘଣ୍ଟାରେ ଥରେ ଗାଡ଼ିରୁ ଓହ୍ଲାଇ ବାହାରେ ବୁଲିବା ବା ଜଗିଂ କରିବା ଦ୍ବାରା ମସ୍ତିଷ୍କ ସକ୍ରିୟ ହୋଇଉଠେ।
ଗାଡ଼ି ଚଳାଇଲା ବେଳେ ନିଦ ଲାଗିଲେ ବା ‌ବିରକ୍ତ ଲାଗିଲେ, ଗାଡ଼ିରୁ ଓହ୍ଲାଇ କିଛି ଚା’, କଫି ସହ ସ୍ନାକ୍ସ ଖାଇପାରିବେ। 
ଗାଡ଼ି ଚଳାଇ‌ଲା ବେଳେ ସହଯାତ୍ରୀଙ୍କ ସହ କଥାବାର୍ତ୍ତା ବା ଉଚ୍ଚସ୍ବରର ଗୀତ ଶୁଣିବା ଦ୍ବାରା ବି ‘ସଡ଼କ ସମ୍ମୋହନ’ରୁ ବର୍ତ୍ତିହେବ। 
କାର୍‌ ବା ବସ୍‌ରେ ଗଲାବେଳେ ମଝିରେ ମଝିରେ ଝରକା ଖୋଲିବା ଦ୍ବାରା ବି ଲାଭ ମିଳିଥାଏ। ବାହାର ପରିବେଶ ସଂସ୍ପର୍ଶରେ ଆସି ମସ୍ତିଷ୍କ ସତେଜ ଅନୁଭବ କରେ।
ଗାଡ଼ି ଚଳାଇଲା ବେଳେ ଗାଡ଼ିର ବେଗ ଓ ମ୍ୟାପ୍‌ ଉପରେ ଦୃଷ୍ଟି ନିକ୍ଷେପ କଲେ ବା ନିୟମିତ ଯାଉଥିବା ରାସ୍ତାରେ ନ ଯାଇ ନୂଆ ରାସ୍ତାରେ ଗଲେ ଲାଭ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe