Sainik Schools Entrance: ଆପଣଙ୍କ ପିଲାଙ୍କୁ ସୈନିକ ସ୍କୁଲରେ ପଢ଼ାଇବାକୁ ଚାହୁଁଛନ୍ତି କି? ଅନ୍‌ଲାଇନ୍‌ ଆବେଦନ ଜାରି

Advertisment

ଶିକ୍ଷା ବର୍ଷ ୨୦୨୬-୨୭ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଚଳିତ ଅକ୍ଟୋବର ୧୦ ତାରିଖ ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଶିକ୍ଷା ବର୍ଷ ୨୦୨୬-୨୭ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଚଳିତ ଅକ୍ଟୋବର ୧୦ ତାରିଖ ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Untitled-24

Application invites for admission into Sainik School. Photograph: (sambad.in)

ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୨୬-୨୭ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଚଳିତ ଅକ୍ଟୋବର ୧୦ ତାରିଖ ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ  ଅକ୍ଟୋବର ୩୦ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ନଭେମ୍ବର ୨ରୁ ୪ ମଧ୍ୟରେ ଆବେଦନ ସଂଶୋଧନ କରାଯାଇପାରିବ। ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଶୁଳ୍କ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ଜମା କରାଯିବା ଆବଶ୍ୟକ। ସାଧାରଣ, ଓବିସି, ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ୮୫୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାଜି ପିଲାଙ୍କ ନିମନ୍ତେ ୭୦୦ ଟଙ୍କା ପରୀକ୍ଷା ଶୁଳ୍କ ଧାର୍ଯ୍ୟ କରାଯାଇଛି।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ୨୦୨୬ ଜାନୁଆରି ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପରୀକ୍ଷାର ତାରିଖ ଓ ଆଡମିଟ କାର୍ଡ ଡାଉନଲୋଡ୍‌ ସମ୍ପର୍କରେ ଏନଟିଏ ୱେବସାଇଟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ। ଭାଷା, ଗଣିତ, ବୌଦ୍ଧିକ ଜ୍ଞାନ, ସାଧାରଣ ଜ୍ଞାନ ଆଦି ଚାରୋଟି ବିଷୟକୁ ନେଇ ମୋଟ୍‌ ୩୦୦ ନମ୍ବରର ପରୀକ୍ଷା ହେବ।

ଆଠଟି ସହରରେ ପ୍ରବେଶିକା ପରୀକ୍ଷା

ଓଡ଼ିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ଚଳିତ ବର୍ଷ ଭୁବନେଶ୍ୱର ସୈନିକ ସ୍କୁଲରେ ୮୦ ଜଣ ପୁଅ ଏବଂ ୧୦ ଜଣ ଝିଅଙ୍କୁ ମିଶାଇ ମୋଟ୍‌ ୯୦ଟି ଆସନରେ ନାମଲେଖା ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଓ ଅଭିଭାବକମାନେ ଏନଟିଏ ୱେବସାଇଟ୍‌ https://exams.nta.nic.in/sainik-school-society/ ଏବଂ https://nta.ac.in/ ଆବେଦନ କରିପାରିବେ।  

ଆହୁରି ପଢ଼ନ୍ତୁ: Global Hub: ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

କେତେ ବର୍ଷ ବୟସର ପିଲା କରିପାରିବେ ଆବେଦନ?

ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ୧ ଏପ୍ରିଲ ୨୦୧୪ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ଜନ୍ମ ନେଇଥିବା ଉଚିତ୍‌। ଏଠାରେ ପାଠପଢ଼ାର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଭାରତ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ଏନଡିଏ ଏବଂ ଆଇଏନଏରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ମିଳିବ। ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିଥିବା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ସୁଦ୍ଧା ସେନାବାହିନୀରେ ଯୋଗ ଦେଇସାରିଛନ୍ତି। 

ଆହୁରି ପଢ଼ନ୍ତୁ: Bureaucrat-Petrol Pump Staff Fight: ପେଟ୍ରୋଲ୍‌ ପମ୍ପ୍‌ରେ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ହାତାହାତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe