ରଣକ୍ଷେତ୍ର ପାଲଟିଲା ବାଲିଘାଟ: ପୁଲିସ ଭ୍ୟାନ୍‌ ଭାଙ୍ଗିଦେଲେ ମାଫିଆ, ୪ ପୁଲିସ କର୍ମଚାରୀ ଆହତ

Advertisment

ରବିବାର ଭୋର୍‌ ୪ଟାରେ ଭାର୍ଗବୀ ନଦୀ ମଧୁପୁର ନିକଟ ଚୋରା ବାଲିଘାଟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ବାଲିମାଫିଆ ଗ୍ୟାଙ୍ଗ୍‌ ଓ ଚଢ଼ଉ କରିବାକୁ ଯାଇଥିବା ସ୍କ୍ବାଡ୍‌ ମଧ୍ୟରେ ଘଟିଥିବା ତୁମୁଳ ସଂଘର୍ଷରେ ୪ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ରବିବାର ଭୋର୍‌ ୪ଟାରେ ଭାର୍ଗବୀ ନଦୀ ମଧୁପୁର ନିକଟ ଚୋରା ବାଲିଘାଟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ବାଲିମାଫିଆ ଗ୍ୟାଙ୍ଗ୍‌ ଓ ଚଢ଼ଉ କରିବାକୁ ଯାଇଥିବା ସ୍କ୍ବାଡ୍‌ ମଧ୍ୟରେ ଘଟିଥିବା ତୁମୁଳ ସଂଘର୍ଷରେ ୪ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

dgjgdjgjdcnb

ବାଲିଅନ୍ତା: ରବିବାର ଭୋର୍‌ ୪ଟାରେ ଭାର୍ଗବୀ ନଦୀ ମଧୁପୁର ନିକଟ ଚୋରା ବାଲିଘାଟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ବାଲିମାଫିଆ ଗ୍ୟାଙ୍ଗ୍‌ ଓ ଚଢ଼ଉ କରିବାକୁ ଯାଇଥିବା ସ୍କ୍ବାଡ୍‌ ମଧ୍ୟରେ ଘଟିଥିବା ତୁମୁଳ ସଂଘର୍ଷରେ ୪ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମାଫିଆମାନଙ୍କ ଗୁଣ୍ଡାବାହିନୀର ଆକ୍ରମଣରେ ପୁଲିସ ଭ୍ୟାନ୍‌ ଭାଙ୍ଗିଛି। ତଥାପି ପୁଲିସ ମାଫିଆ ଗ୍ୟାଙ୍ଗ୍‌କୁ ମୁକାବିଲା କରି ୨ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ଏବଂ ମାରଣାସ୍ତ୍ର ସହ ବାଲି ଖୋଳୁଥିବା ଜେସିବି ଓ ଚାଲାଣ ପାଇଁ ବ୍ୟବହୃତ ହାଇୱା ଜବତ କରିଛି। 

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

ପୁଲିସ ଭ୍ୟାନ୍‌ ଭାଙ୍ଗିଦେଲେ ମାଫିଆ
୪ ପୁଲିସ କର୍ମଚାରୀ ଆହତ
୨ କାବୁ, ମାରଣାସ୍ତ୍ର ସହ ଜେସିବି, ହାଇୱା ଜବତ

କୌଶଲ୍ୟାଗଙ୍ଗ ଫାଣ୍ଡି ମଧୁପୁର ନିକଟରେ ଭାର୍ଗବୀ ନଦୀରେ ବହୁ ଦିନ ହେଲା ଚୋରା ବାଲିଘାଟ ଚାଲିଥିବା ନେଇ ପିପିଲି ଥାନା ଓ ପୁରୀ ଜିଲ୍ଲା ଲଘୁ ଖଣିଜ ବିଭାଗରେ ଅଭିଯୋଗ ହୋଇଆସୁଥିଲା। ତେଣୁ ଆଜି ଲଘୁ ଖଣିଜ ବିଭାଗର ଅଧିକାରୀମାନେ ପୁରୀ ପୁଲିସର ସ୍ପେସାଲ୍‌ ସ୍କ୍ୱାଡ୍‌ ଓ ପିପିଲି ଥାନା ପୁଲିସ ସହଯୋଗରେ ଭୋର୍‌ ପ୍ରାୟ ୪ଟା ବେଳେ ବାଲିଘାଟରେ ଚଢ଼ଉ କରିଥିଲେ। ମିଳିତ ସ୍କ୍ବାଡ୍‌ର ଅତର୍କିତ ଚଢ଼ଉ ଦେଖି ବାଲିମାଫିଆମାନେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ। ମାତ୍ର କିଛି ମିନିଟ୍‌ ମଧ୍ୟରେ ମାଫିଆମାନଙ୍କ ଗୁଣ୍ଡାବାହିନୀ ବିଭିନ୍ନ ମାରାଣାସ୍ତ୍ରରେ ସଜ୍ଜିତ ହୋଇ ମାଡ଼ିଆସିଥିଲେ। ପ୍ରାୟ ୧୨ଜଣ ଗୁଣ୍ଡା ବାଲିଘାଟରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ମିଳିତ ସ୍କ୍ବାଡ୍‌ର ଚେତାବନୀ ସତ୍ତ୍ବେ ମାଫିଆବାହିନୀ ଆକ୍ରମଣ ଆରମ୍ଭ କରିଦେଇଥିଲେ।

Raid on mine: ରଥୀପୁର ଚୋରା ଖଣିରେ ଚଢ଼ଉ: ୩ ହାଇୱା, ୨ ଜେସିବି ଜବତ, ଅନ୍ଧାରରେ ଦୌଡ଼ିଲେ ମାଫିଆ

ଖଣ୍ଡା, ଲୁହାରଡ୍‌ରେ ପୁଲିସ ଭ୍ୟାନ୍‌କୁ ପିଟି ଭାଙ୍ଗି ପକାଇଥିଲେ। ଭ୍ୟାନ୍‌ରେ ଥିବା ୪ଜଣ ପୁଲିସ କର୍ମଚାରୀ ଗୁଣ୍ଡାମାନଙ୍କ ମାଡ଼ରେ ଆହତ ହୋଇଥିଲେ। ପ୍ରଥମେ ଚେତାବନୀ ଦେଇ ମାଫିଆମାନଙ୍କୁ ଚୁପ୍‌ କରିବାକୁ ଉଦ୍ୟମ କରୁଥିବା ପୁଲିସ ଭ୍ୟାନ୍‌ ଭାଙ୍ଗିବା ଓ ପୁଲିସ କର୍ମଚାରୀ ଆହତ ହେବା ଦେଖି ପାଲଟା ଜବାବ ଦେବା ଆରମ୍ଭ କରିଥିଲା। ପୁଲିସର ପ୍ରତିଆକ୍ରମଣ ଦେଖି ମାଫିଆମାନେ ମାରଣାସ୍ତ୍ର ଫୋପାଡ଼ି ଛତ୍ରଭଙ୍ଗ ଦେଲେ। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ୨ଜଣଙ୍କୁ କାବୁ କଲା। ଧରାପଡ଼ିଥିବା ୨ ଦୁର୍ବୃତ୍ତଙ୍କୁ ପିପିଲି ଥାନାରେ ଅଟକ ରଖାଯାଇଛି ଏବଂ ଜବତ ଗାଡ଼ି ଦୁଇଟି ଉପରେ ୨ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ସୂଚନା ମିଳିଛି। ଅଟକ ଦୁଇ ଦୁର୍ବୃତ୍ତଙ୍କୁ ମାରାଥନ୍‌ ଜେରା ଚାଲିଛି ଏବଂ ଫେରାର ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe