Advertisment

Abhimanyu's: ଅଭିମନ୍ୟୁଙ୍କ ବୀରତ୍ବ ଦେଖିଲେ ଦର୍ଶକ

Advertisment

ପେସ୍‌ ଫାଉଣ୍ଡେସନ୍‌ ଓ ପିଙ୍କଉଡ୍‌ ଦ୍ବାରା ପ୍ରଯୋଜିତ ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ସରକାରୀ ଉଚ୍ଚବିଦ୍ୟାଳୟ ଖଣ୍ଡଗିରି, ଜାଗମରା ଓ ସରକାରୀ...

ପେସ୍‌ ଫାଉଣ୍ଡେସନ୍‌ ଓ ପିଙ୍କଉଡ୍‌ ଦ୍ବାରା ପ୍ରଯୋଜିତ ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ସରକାରୀ ଉଚ୍ଚବିଦ୍ୟାଳୟ ଖଣ୍ଡଗିରି, ଜାଗମରା ଓ ସରକାରୀ...

Untitled-13

ଭୁବନେଶ୍ବର: ପେସ୍‌ ଫାଉଣ୍ଡେସନ୍‌ ଓ ପିଙ୍କଉଡ୍‌ ଦ୍ବାରା ପ୍ରଯୋଜିତ ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ସରକାରୀ ଉଚ୍ଚବିଦ୍ୟାଳୟ ଖଣ୍ଡଗିରି, ଜାଗମରା ଓ ସରକାରୀ ଉଚ୍ଚବିଦ୍ୟାଳୟ ବ୍ରହ୍ମେଶ୍ୱରର କୁନି କୁନି ବିଦ୍ୟାର୍ଥୀମାନେ ନିଖୁଣ ଅଭିନୟ କରିଥିଲେ। ସପ୍ତରଥୀଙ୍କ ଚକ୍ରବ୍ୟୁହରେ ଅଭିମନ୍ୟୁର ବୀରତ୍ବର ଗାଥାକୁ ଛୋଟଛୋଟ ପିଲାମାନେ ମନଭରି ଉପଭୋଗ କରିଥିଲେ।

Gulf states: ଫସିଲେ ଉପସାଗରୀୟ ରାଷ୍ଟ୍ର: ସାଉଦି, ଜୋର୍ଡାନ ଓ କତର ପାଇଁ ବିପଦ ଅଧିକ

130 Naxals: ୧୨୪ ବନ୍ଧୁକ ସହ ୧୩୦ ନକ୍ସଲଙ୍କ ଆତ୍ମସମର୍ପଣ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଯେ ଆମ ସମୃଦ୍ଧ ପରମ୍ପରାକୁ ଭୁଲି ଯାଉଥିବା ଯୁବପିଢ଼ିକୁ ନାଟକ ମାଧ୍ୟମରେ ପୁରୁଣା ସମୟ ସହିତ ଯୋଡ଼ିବାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ଉଦ୍ୟୋଗୀ ସୁରେଶ ପାଣିଗ୍ରାହୀ, ଗାଳ୍ପିକ ଦେବପ୍ରସାଦ ଦାଶ, ନିଶିକାନ୍ତ ମିଶ୍ର, ଅଭିନେତ୍ରୀ ରାଖି ଦାଶ ଓ ସରକାରୀ ଉଚ୍ଚବିଦ୍ୟାଳୟ ଖଣ୍ଡଗିରିର ପ୍ରଧାନ ଶିକ୍ଷୟିତ୍ରୀ କବିତା ଦଣ୍ଡପାଟ ଯୋଗଦେଇଥିଲେ। ପିଙ୍କଉଡ୍‌ର ପ୍ରତିଷ୍ଠାତା ତଥା ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ମାର୍ଗଦର୍ଶନରେ ନାଟକ ମଞ୍ଚସ୍ଥ ହୋଇଥିଲା। ସାତ୍ତ୍ବିକ ରାଜା ଓ ରାଜେଶ ମଲ୍ଲିଆ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଅଜୟ ଚୌଧୁରୀ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ପୁଷ୍ପାଞ୍ଜଳି ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe