Selling of nuts : ଅସାଧୁ ଉପାୟରେ ପିଣ୍ଡି ବିକ୍ରି

Advertisment

ରବିବାରଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଆରମ୍ଭ ହେବାକୁ ଯାଉଛି। ତେଣୁ ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ର ବିଭିନ୍ନ ସ୍ଥାନରେ....

ରବିବାରଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଆରମ୍ଭ ହେବାକୁ ଯାଉଛି। ତେଣୁ ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ର ବିଭିନ୍ନ ସ୍ଥାନରେ....

Untitled-25

ଖଣ୍ଡଗିରି: ରବିବାରଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାର ଆରମ୍ଭ ହେବାକୁ ଯାଉଛି। ତେଣୁ ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ସାଧୁସନ୍ଥ ଆସ୍ଥାନ ଜମାଇଲେଣି। ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବାକୁ ପ୍ରସ୍ତୁତ ଚଲାଇଛନ୍ତି। ପ୍ରାଥମିକ ପୂଜାପାଠ ସହ ଅନ୍ୟାନ୍ୟ ବିଧି ଆରମ୍ଭ କରିଛନ୍ତି। ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ସାଧୁସନ୍ଥ ଆସିବେ ବୋଲି ଆକଳନ କରାଯାଇଛି। ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ିୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହେବ। ଅଖଣ୍ଡ ଧୁନି ଜଳିବ। ସେହିପରି ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମଚରିତ ମାନସ ପାରାୟଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

There is immense: ‘ମାଛଚାଷ ଓ ପ୍ରାଣୀପାଳନରେ ଅପାର ସମ୍ଭାବନା ରହିଛି’


ଏହାରି ଭିତରେ ପାହାଡ଼ ପାଦଦେଶରେ ପିଣ୍ଡି ବିକ୍ରିର ଦୃଶ୍ୟ ସାମ୍ନାକୁ ଆସିଛି। କେତେଜଣ ଅସାଧୁ ବ୍ୟକ୍ତିବିଶେଷ ନିଜ ନାମରେ ‌ଦୋକାନ ପିଣ୍ଡି କିଣି ତାହାକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବିଏମ୍‌ସିଠାରୁ ୧୦ ହଜାର ଟଙ୍କାରେ ପିଣ୍ଡି କିଣି ତାହାକୁ ପରବର୍ତ୍ତୀ ସମୟରେ ୨୫ କିମ୍ବା ୩୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବିଏମ୍‌ସି ପକ୍ଷରୁ ଖଣ୍ଡଗିରି ଛକଠାରୁ ପାହାଡ଼ ପାଦଦେଶ ପର୍ଯ୍ୟନ୍ତ ଓ ପାହାଡ଼ ପାଖରୁ ଜୟଦେବ ବାଟିକା ଫାଟକ ପର୍ଯ୍ୟନ୍ତ ୬୫୦ ‌ଦୋକାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ୭ ଫୁଟ‌ରେ ୭ ଫୁଟ୍‌ ସ୍ଥାନ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି। ବ୍ୟବସାୟୀମାନେ ପୁରୁଣା ରସିଦ ଦେଖାଇ ଦୁଇଟି ଦୋକାନ ପିଣ୍ଡି ସ୍ଥାନ ନେଇ ସେଥିରୁ ଗୋଟିଏ ଭଡ଼ାରେ ଲଗାଉଛନ୍ତି। ତ କିଏ ବିକି ଦେଉଛନ୍ତି। ଚଳଚ୍ଚିତ୍ର ଟିକେଟ୍‌ ବ୍ଲାକ୍‌ରେ ବିକ୍ରି ଭଳି ଏଠାରେ ପିଣ୍ଡି ବିକ୍ରି ଚାଲିଛି।

The greenery: ବଢ଼‌ୁନି ସହରର ସବୁଜିମା

ଯେଉଁ ବ୍ୟକ୍ତି ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନାହାନ୍ତି କିମ୍ବା କୌଣସି କାରଣରୁ ଆବେଦନ କରିବାରେ ବିଫଳ ହୋଇଛନ୍ତି ସେମାନେ ଏଭଳି ଉପାୟରେ ‌ଦୋକାନ ହାତେଇବାକୁ ‌ଯେକୌଣସି ମୂଲ୍ୟ ଦେବାକୁ ରାଜି ହେଇଯାଉଛନ୍ତି। ସବୁଠାରୁ ମଜା କଥା ହେଉଛି ବ୍ୟବସାୟୀଙ୍କ ଏଭଳି ଚାଲାକି ଜାଣିବା ପରେ ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜେଡ୍‌ଡିସି କାର୍ଯ୍ୟାଳୟ ପକ୍ଷରୁ ଏବେ ଠକ ଧରା ଅଭିଯାନ ଆରମ୍ଭ ‌ହୋଇଛି। ଜେଡ୍‌ଡିସି ସମାନ ପ୍ଲଟ୍‌ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଡକାଇ ସେମାନଙ୍କ ପୂର୍ବବର୍ଷର ପ୍ରକୃତ ରସିଦ୍‌ ମାଗୁଛନ୍ତି। ଯିଏ ଦେଖାଇବାରେ ଅସମର୍ଥ ହେଉଛନ୍ତି ତାଙ୍କର ଆବେଦନ ଖାରଜ କରାଯାଉଛି। ଏନେଇ ଜେଡ୍‌ଡିସି ରାକେଶ ପାତ୍ର କହିଛନ୍ତି ଯେ ଏଭଳି ପିଣ୍ଡି ବିକାକିଣା ହେଉଥିବା କଥା ଆଗରୁ ନଜରରେ ରହିଛି। ‌ତେଣୁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ସମ୍ମୁଖରେ ସାକ୍ଷାତ କରି ପ୍ରକୃତ ଘଟଣା ଜାଣିବା ପରେ ପିଣ୍ଡି ବଣ୍ଟନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe