ଭୁବନେଶ୍ୱର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଟେକ୍ନୋଲୋଜି ପରିସରରେ ‘ଟାଇ ଡିପ୍ସ୍ପେୟାର ଆଣ୍ଡ୍ ଓପନ୍ ମିକ୍-କନେକ୍ଟ’ ଅନୁଷ୍ଠିତ ହୋଇଯାଇଛି। ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଆୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇ ଉଦ୍ୟମିତାର ଆବଶ୍ୟକତା ଓ ଏହାର ବିକାଶ ପ୍ରତି ଟାଇର ଅବଦାନ ବିଷୟରେ ଆଲୋକପାତ କରିଥିଲେ।
Pediatric doctor: ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍ ଜରି
Iran revenge: ଇରାନ ଆଖିରେ ପ୍ରତିଶୋଧ ନିଆଁ: ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ସୃଷ୍ଟି ଏକାଡେମିର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବଚିନ୍ତନ ଓ ଉଦ୍ୟମୀ ମନୋଭାବ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସ୍ମୃତି ନାୟକ, ପ୍ରଭାତ ପଣ୍ଡା, ପୁନୀତ ଅଗ୍ରୱାଲ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରବର୍ତ୍ତୀ ଅଧିବେଶନରେ ଜେଡ୍ ଇଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତିଙ୍କ ସହ ଏକ ଫାୟାରସାଇଡ୍ ଚାଟ୍ ଆୟୋଜିତ ହୋଇଥିଲା, ଯେଉଁଠାରେ ଉଦ୍ୟଗୀ ଜୀବନର ଅନୁଭବ ଓ ସଫଳତାର ମନ୍ତ୍ର ଆଲୋଚିତ ହୋଇଥିଲା। ଏସ୍ଆର୍ବି ଆସୋସିଏଟ୍ର ରାଜୀବ ଶେଖର ସାହୁଙ୍କ ଦ୍ୱାରା ଏକ ମାଷ୍ଟର କ୍ଲାସ୍ ଅନୁଷ୍ଠିତ ହୋଇଥିଲା। ସୃଷ୍ଟି ଏକାଡେମି ଅଧ୍ୟକ୍ଷ ପ୍ରଫେସର ୟୁ କେ ଦାଶ ଛାତ୍ରଛାତ୍ରୀଙ୍କୁ ନୂତନ ଭାବନା ସହିତ ଆଗେଇବାକୁ ପ୍ରେରିତ କରିଥିଲେ। ରାକେଶ ଗୁପ୍ତା ଧନ୍ୟବାଦ ଦେଇଥିଲେ। ପ୍ରଫେସର ଗଙ୍ଗାଧର ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/untitled-2-2026-03-03-06-25-17.jpg)