ଭୁବନେଶ୍ୱର: ମୁଣ୍ଡ ଉପରେ ମାର୍ଚ୍ଚ ମାସ। ଏଣୁ ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଯେନତେନ ପ୍ରକାରେ ସରକାରୀ ଅର୍ଥ ବାଟମାରଣା କରିବାରେ ଲାଗି ପଡ଼ିଛନ୍ତି ଠିକାଦାର ଓ ଯନ୍ତ୍ରୀ। ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ସ୍ବେରେଜ୍‌ କାମରେ ଏଭଳି ମହାଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ବସ୍ତି ଉଚ୍ଛେଦ ହୋଇସାରିଛି ଓ ଉଚ୍ଛେଦ ପାଇଁ ଚୂଡ଼ାନ୍ତ ହୋଇସାରିଛି, ସେଠାରେ ତରବରିଆ ଭାବେ ସ୍ବେରେଜ୍‌ ସଂଯୋଗ ଦିଆଯାଉଛି। ବସ୍ତି ଉଚ୍ଛେଦ ପୂର୍ବରୁ କାମଚଳା ନିର୍ମାଣ କରି ବିଲ୍‌ କରିନେବାକୁ ଷଡ୍‌ଯନ୍ତ୍ର କରାଯାଇଛି। 

Advertisment

Laxmanananda Murder Case: ୧୭ ବର୍ଷ ପରେ ବି ହତ୍ୟାକାରୀଙ୍କୁ ମିଳିପାରିଲା ନାହିଁ ଦଣ୍ଡ

ନିକୋ ପାର୍କ ସହ ୧୦ ନମ୍ବର ଡ୍ରେନ୍‌ର ସୌନ୍ଦର୍ଯ୍ୟୀକରଣ ଯୋଜନା କରିଛନ୍ତି ରାଜ୍ୟ ସରକାର। ଲେକ୍‌ ଜୋନ୍‌ ଯୋଜନାରେ ୧୦ ନମ୍ବର ଡ୍ରେନ୍‌ର ଦୁଇପାର୍ଶ୍ବ ବିକାଶ କରାଯିବ। ଏଣୁ ନାଳ ପାର୍ଶ୍ବରେ ଥିବା ଭଗବତୀ ବସ୍ତି-୧ ଓ ୨ର କେଉଁମାନଙ୍କୁ ଘର ମିଳିବ, ୨୦୨୩ ମସିହାରୁ ଚୂଡ଼ାନ୍ତ ହୋଇସାରିଛି। ବିଡିଏ ଯୁଗ୍ମ କମିସନର୍‌(ଇଷ୍ଟେଟ୍‌-୨) ବିଏମ୍‌ସି ଡେପୁଟି କମିସନର୍‌(ହାଉସିଂ)କୁ କରିଥିବା ଚିଠି ମୁତାବକ, ବିଏମ୍‌ସି ୱାର୍ଡ ନମ୍ବର ୩୫ର ଭଗବତୀ ବସ୍ତି-୧ର ୮୬ଜଣ, ଭଗବତୀ ବସ୍ତି-୨ର ୭୯ଜଣ ଚନ୍ଦ୍ରଶେଖରପୁର ଆଫୋର୍ଡେବଲ୍‌ ହାଉସିଂ ପ୍ରକଳ୍ପରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ହିତାଧିକାରୀଙ୍କ ତାଲିକା ଦେଇ ଆର୍ଫୋଡେବଲ୍‌ ହାଉସିଂ ଯୋଜନା ପାଇଁ ଧାର୍ଯ୍ୟ ଟଙ୍କା ହିତାଧିକାରୀୱାରୀ ଜମା ଦେବାକୁ ଚିଠିରେ କୁହାଯାଇଥିଲା। ଏ ଭିତରେ ପ୍ରାୟ ହିତାଧିକାରୀ ବି ଏହି ଟଙ୍କା ଜମା ଦେଇ ସାରିଛନ୍ତି। ଖୁବଶୀଘ୍ର ଭଗବତୀ ବସ୍ତି ଉଚ୍ଛେଦ ହେବାକୁ ଯାଉଛି। ତଥାପି ଏଠାରେ ରାତିଦିନ ଲାଗି ତରବରିଆ ଭାବେ ସ୍ବେରେଜ୍‌ ନିର୍ମାଣ କାମ ଚାଲିଛି। ପାଇପ ପକା ଓ ଚାମ୍ବର ନିର୍ମାଣ ଜାରି ରହିଛି। ଅପରପକ୍ଷେ ପ୍ରତି ଘରୁ ଏହି ସ୍ବେରେଜ୍‌ ଲାଇନ୍‌କୁ ପାଇପ୍‌ ପଡ଼ୁଛି।

ଚନ୍ଦ୍ରଶେଖରପୁରରେ ଘର ମିଳୁଥିବାରୁ ଉଠିଯିବେ ବସ୍ତିବାସିନ୍ଦା
ତଥାପି ଚାଲିଛି ସ୍ବେରେଜ ସଂଯୋଗ
ନିର୍ମାଣ ଚାଲିଛି ସ୍ବେରେଜ ଲାଇନ୍‌ ଓ ଚାମ୍ବର

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

ନିର୍ମାଣ ପରେ ସଙ୍ଗେ ସଙ୍ଗେ ଶୁଖିନଥିବା ଇଟା, ସିମେଣ୍ଟ ଯୋଡ଼େଇ ଉପରେ ମାଟି ଘୋଡ଼ାଇ ଦିଆଯାଉଛି। କିନ୍ତୁ ପ୍ରକଳ୍ପ ଟଙ୍କା ପଚାରିଲେ, ସେ ଠିକାଦାର ହୁଅନ୍ତୁ କି ଯନ୍ତ୍ରୀ, କେହି ମୁହଁ ଖୋଲୁନାହାନ୍ତି। ଠିକାଦାରଙ୍କ କହିବା କଥା, ଟେଣ୍ଡର ଅନୁସାରେ ଆମେ କାମ କରୁଛୁ। ଏହି ସ୍ବେରେଜ୍‌ ଲାଇନ୍‌ ବଗବତୀ ବସ୍ତିରୁ ଲାଇଫ୍‌ ହୋଟେଲ୍‌ ପର୍ଯ୍ୟନ୍ତ ପଡ଼ିବ। କିନ୍ତୁ ଘରୁ ସ୍ବେରେଜକୁ ସଂଯୋଗ ପାଇଁ ଭିନ୍ନ ଟେଣ୍ଡର ହୋଇଛି ଓ ଅନ୍ୟ ଠିକାଦାର ଏହି କାମ କରୁଛନ୍ତି। ସ୍ବେରେଜ୍‌ ବୋର୍ଡ ଯନ୍ତ୍ରୀ ଦିବ୍ୟଜ୍ୟୋତି କାନୁନ୍‌ଗୋ କହିଛନ୍ତି, ଆମେ କେବଳ ମଙ୍ଗଳାବସ୍ତି ପର୍ଯ୍ୟନ୍ତ ସ୍ବେରେଜ ଲାଇନ୍‌ କରୁଛୁ। ବାକି କାମ ୱାଟ୍‌କୋ ମେଣ୍ଟେନାନ୍ସ ଡିଭିଜନ୍‌ କରୁଛି। ଯେଉଁ ବସ୍ତି ଉଚ୍ଛେଦ ହେବ, ତାର ତାଲିକା ଦେବାକୁ ଆମେ ବିଏମ୍‌ସିକୁ ଚିଠି କରିଥିଲୁ। କିନ୍ତୁ ବିଏମ୍‌ସି ଏହି ତାଲିକା ଦେଉନି। ୱାଟ୍‌କୋ ନିର୍ବାହୀ ଯନ୍ତ୍ରୀ(ମେଣ୍ଟେନାନ୍ସ) ଏସ୍‌ କେ ଅମିନ କହିଛନ୍ତି, ଏଭଳି ଘଟଣା ମୋ ନଜରକୁ ଆସିନି। ଏଭଳି ହୋଇଥିଲେ କାମ ବନ୍ଦ କରାଯିବ। ୱାଟ୍‌କୋ ସହକାରୀ ଯନ୍ତ୍ରୀ(ମେଣ୍ଟୋନାନ୍ସ) ଅମିୟ ରଂଜନ ଦାଶ କହିଛନ୍ତି, ଯେଉଁମାନେ ଘର ପାଇଛନ୍ତି, ସେମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଏହି ସଂଯୋଗ ଦିଆଯାଉଛି। ଅପରପକ୍ଷେ ଶାନ୍ତିପଲ୍ଲୀ ବସ୍ତି ଉଚ୍ଛେଦ ପରେ ବସ୍ତିବାସିନ୍ଦାଙ୍କୁ କେବେଠୁ ଘର ମିଳି ସାରିଲାଣି। ତଥାପି ଶାନ୍ତିପଲ୍ଲୀ ବସ୍ତିରେ ସ୍ବେରେଜ୍‌ ସଂଯୋଗ ଚାଲିଛି।