ଭୁବନେଶ୍ୱର: ସହିଦନଗରରେ ଥିବା ସ୍ମାର୍ଟ ପାର୍କ ଏବେ ଆଉ ସ୍ମାର୍ଟ ହୋଇ ରହିନାହିଁ। ପାର୍କରେ ପ୍ରବେଶପଥରେ ଆବର୍ଜନା ଓ ଅଚଳ ଶୌଚାଳୟ ଲୋକଙ୍କୁ ସ୍ୱାଗତ କରୁଛି। ପାର୍କରେ ଥିବା ଚାରିଟି ଶୌଚାଳୟ ମଧ୍ୟରୁ କାହାର ଗେଟ୍ର କୁଣ୍ଡି ଭାଙ୍ଗିଯାଇଛି ତ କେଉଁଥିରେ ପାଣି ଆସୁନି। ଶିଶୁଙ୍କ ମନୋରଂଜନ ପାଇଁ ଥିବା ଅଧିକାଂଶ ସାମଗ୍ରୀ ଭାଙ୍ଗିଯାଇଛି। ମୁକ୍ତାକାଶ ଥିଏଟର, ନିରୀକ୍ଷଣ ଟାଵାରର ମଧ୍ୟ ସମାନ ସ୍ଥିତି। ଟାଵାରର ସିଡ଼ିଠାରୁ ଆରମ୍ଭ କରି ଛାତ ପର୍ଯ୍ୟନ୍ତ ସବୁଥିରେ କଳଙ୍କି ଲାଗିଗଲାଣି। ମୁକ୍ତାକାଶ ଥିଏଟରର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ କିଛି ଅଂଶର ରଙ୍ଗ ଛାଡ଼ି ଅସୁନ୍ଦର ଦେଖାଯାଉଛି। ପାର୍କର ପ୍ରମୁଖ ଆକର୍ଷଣ ସାଜିଥିବା ସ୍ଲାବ୍ ପୁଲ୍ରେ ଭଙ୍ଗା ବୋତଲରୁ ଆରମ୍ଭ କରି ଗୁଟ୍ଖା, ଖଇନି ଆଦି ଜରିରେ ଭର୍ତ୍ତି ହୋଇଗଲାଣି। ପାଣି ଜମା ହୋଇ ରହିଥିବାରୁ ସେଠାରେ ମଶାଙ୍କ ଉପଦ୍ରବ ସାଂଘାତିକ ଭାବେ ବଢ଼ୁଛି। ପାର୍କରେ ପିଇବା ପାଣି ପାଇଁ କୌଣସି ସୁବିଧା ନାହିଁ। କେବଳ ସେତିକି ନୁହେଁ, କାନ୍ଥ ମଧ୍ୟ ଫାଟିଲାଣି। ଭିତରେ ବୁଲା ଜୀବଜନ୍ତୁଙ୍କ ରାଜ୍ ଚାଲିଛି।
New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର
ସହରର ସ୍ମାର୍ଟ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଶିଶୁ ଅନୁକୁଳ ସୁବିଧା ଓ ଭିନ୍ନକ୍ଷମଙ୍କୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ବିନା ମୂଲ୍ୟରେ ଏକା ଧାଡ଼ିରେ ଥିବା ଏହି ଚାରିଟି ପାର୍କକୁ ବ୍ୟବହାର କରି ସ୍ମାର୍ଟ ପାର୍କ ସମୂହ ପ୍ରତିଷ୍ଠା କରାଯାଇଥିଲା। ଅଞ୍ଚଳରେ ଥିବା ୬ଟି କଲୋନି ପାର୍କର ପୁନର୍ବିନ୍ୟାସ ଯୋଜନାରେ ଗୋଟିଏ ଧାଡ଼ିରେ ରହିଥିବା ୪ଟି ପାର୍କକୁ ଏକାଠି କରି ଅର୍ବାନ ନଲେଜ ସେଣ୍ଟର ୪ଟି ଥିମ୍ ଯଥା: ଗେଟ୍ କ୍ରିଏଟିଭ୍, ଗେଟ୍ ରେଷ୍ଟ୍, ଗେଟ୍ ସ୍ମାର୍ଟ ଓ ଗେଟ୍ ୱେଟ୍ ଅନୁସାରେ ଏଗୁଡ଼ିକର ବିକାଶ କରିଥିଲା। ୨୦୧୮ ଜୁଲାଇ ୯ରେ ଏହା ଉଦ୍ଘାଟିତ ହୋଇଥିଲା। ପ୍ରଥମ କରି ଏଭଳି ସ୍ମାର୍ଟ ପାର୍କ ରାଜଧାନୀର ମଧ୍ୟଭାଗରେ ସ୍ଥାପନ ହୋଇଥିବାରୁ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା। କିନ୍ତୁ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବରୁ ପାର୍କ ଶୋଚନୀୟ ହୋଇପଡ଼ିଛି। ୬ ମାସ ତଳୁ ଏହି ପାର୍କର ବିକାଶ ଦାୟିତ୍ୱ ବିଏମ୍ସିକୁ ଦିଆଯାଇଛି। ଏପରିକି ବିଏମ୍ସି କମିସନର ଚଞ୍ଚଳ ରାଣା ୪ ମାସ ତଳେ ଏହି ପାର୍କଗୁଡ଼ିକୁ ପରିଦର୍ଶନ କରିବା ସହ ଖୁବ୍ଶୀଘ୍ର ପାର୍କର ସ୍ଥିତି ସୁଧୁରିବ ବୋଲି କହିଥିଲେ। ହେଲେ ଏଯାବତ୍ ସ୍ଥିତି ସୁଧୁରିଲା ନାହିଁ। ଏନେଇ କର୍ପୋରେଟର ରାଜକିଶୋର ଦାସଙ୍କ କହିଛନ୍ତି ପିପିପି ମୋଡରେ ପାର୍କର ବିକାଶ କରିବା ପାଇଁ ସେ ଆଲୋଚନା କରିଛନ୍ତି। ଖୁବ୍ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
Follow Us