Small gangs are active in the capital: ରାଜଧାନୀରେ ମାତିଲେଣି ଛୋଟଛୋଟ ଗ୍ୟାଙ୍ଗ: ସାଇନ୍ସପାର୍କ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ୪ ଗିରଫ

Advertisment

ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ବିିଭିନ୍ନ ବସ୍ତିରୁ ‌ଛୋଟଛୋଟ ଆପରାଧିକ ଗୋଷ୍ଠୀ ବାହାରି ଏବେ ରାଜଧାନୀରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ନୂଆପଲ୍ଲୀ ହତ୍ୟାକାଣ୍ଡ ହେଉ କିମ୍ବା କଳ୍ପନା ବୋମାମାଡ଼, ଖଣ୍ଡଗିରି....

ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ବିିଭିନ୍ନ ବସ୍ତିରୁ ‌ଛୋଟଛୋଟ ଆପରାଧିକ ଗୋଷ୍ଠୀ ବାହାରି ଏବେ ରାଜଧାନୀରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ନୂଆପଲ୍ଲୀ ହତ୍ୟାକାଣ୍ଡ ହେଉ କିମ୍ବା କଳ୍ପନା ବୋମାମାଡ଼, ଖଣ୍ଡଗିରି....

sfhhsfhfsxbbvbv

ଭୁବନେଶ୍ବର: ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ବିିଭିନ୍ନ ବସ୍ତିରୁ ‌ଛୋଟଛୋଟ ଆପରାଧିକ ଗୋଷ୍ଠୀ ବାହାରି ଏବେ ରାଜଧାନୀରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ନୂଆପଲ୍ଲୀ ହତ୍ୟାକାଣ୍ଡ ହେଉ କିମ୍ବା କଳ୍ପନା ବୋମାମାଡ଼, ଖଣ୍ଡଗିରି ଗୋଷ୍ଠୀ ସଂଘର୍ଷ ତଥା ଆଜି ସାଇନ୍ସପାର୍କ ବସ୍ତିରେ ଘଟିଥିବା ଗଣ୍ଡଗୋଳ ସବୁଥିରେ ଏହି ବସ୍ତିଗ୍ୟାଙ୍ଗ ସଂପୃକ୍ତ ରହୁଛନ୍ତି। ଏପରିକି ପତିଆରା ଦେଖାଇବାକୁ ଯାଇ ଖଣ୍ଡାରେ କେକ୍‌ କାଟି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ପ୍ରତିପକ୍ଷକୁ ଧମକ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏମାନଙ୍କ ପଛରେ ରାଜନୈତିକ ଦଳର ସମର୍ଥନ ରହୁଥିବାରୁ ପୁଲିସ ବି ଏମାନଙ୍କ ଦେହରେ ହାତ ମାରିବା ପୂର୍ବରୁ ଭାବୁଛି। ପୁଲିସ ଏବେଠାରୁ ଏହି ଗ୍ୟାଙ୍ଗକୁ କାବୁ ନକଲେ ଏମାନଙ୍କ ପତିଆରା ଲଢ଼େଇ ବଢ଼ିଗଲେ ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। 

Marathon: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ

ସୂଚନା ଅନୁସାରେ ସହିଦନଗର ଥାନା ସାଇନ୍ସପାର୍କ ବସ୍ତିରେ ଆଜି ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏକାଧିକ ଆହତ ହୋଇଛନ୍ତି। ଏହି ମାମଲାରେ ସହିଦନଗର ଥାନା ପୁଲିସ ସାଇନ୍ସପାର୍କ ବସ୍ତିର ଲିଙ୍ଗରାଜ ନାୟକ(୪୪), ଦୀପକ ବାରିକ(୩୪), ପି ମଧୁସୂଦନ ରାଓ ଦୋରା(୪୮) ଓ ଅଜୟ ରାଜ ନାୟକ ଓରଫ ଜଗନ(୨୦)କୁ ଗିରଫ କରିଛି। ସୂଚନା ଅନୁସାରେ ସାଇନ୍ସପାର୍କ ବସ୍ତି‌ରେ ବହୁଦିନ ଧରି କମ୍ୟୁନିଟି ହଲ ଦଖଲକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ‌ରେ ଛକାପଞ୍ଝା ଲାଗି ରହିଥିଲା। ଏମାନଙ୍କ ପଛରେ ଦୁଇ ରାଜନୈତିକ ଗୋଷ୍ଠୀଙ୍କ ସମର୍ଥନ ମଧ୍ୟ ରହିଥିଲା। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟ‌ରେ ଅଭିଯୁକ୍ତ ଲିଙ୍ଗରାଜ ନାୟକ ଗୋଟିଏ କୁରାଢ଼ି ଧରି କମ୍ୟୁନିଟି ପାର୍କ ନିକଟରେ ପହଞ୍ଚି ଅଜୟ ନାୟକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ଧମକ ସହ ଖଣ୍ଡାରେ କେକ୍‌ କାଟିଲେ

ଅଭିଯୋଗକାରୀ ଦୀପକ କୁମାର ବାରିକ ଆକ୍ରମଣକୁ ରୋକିବା ପାଇଁ ହସ୍ତକ୍ଷେପ କରିବା ସମୟରେ ତାଙ୍କ ମୁହଁ ଓ ହାତରେ ଆଘାତ ଲାଗିଥିଲା। ପରେ ଉଭୟ ପକ୍ଷର ସମର୍ଥକମାନେ ଘଟଣାସ୍ଥଳରେ ଏକାଠି ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। କିଛି ସମୟ ପରେ ଲିଙ୍ଗରାଜଙ୍କ ସହିତ ସେକ ଅବଦୁଲ କଲାମ ଆଜାଦ କମ୍ୟୁନିଟି ହଲ ସମ୍ପର୍କିତ ବିବାଦର ସମାଧାନ ପାଇଁ ସାଇନ୍ସ ପାର୍କ ବସ୍ତିକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ, ଅଭିଯୁକ୍ତ ଦୀପକ ବାରିକ, ପି. ମଧୁସୂଦନ ରାଓ ଦୋରା ଓ ଅଜୟ ରାଜ ନାୟକ ସେମାନଙ୍କ ସହଯୋଗୀମାନଙ୍କ ସହିତ ଉଭୟଙ୍କୁ ଅଟକାଇ ଆକ୍ରମଣ କରିଥି‌ଲେ। ଏନେଇ ଉଭୟ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରିଛି। 

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଗୋଷ୍ଠୀ ଖଣ୍ଡାରେ କେକ୍‌ କାଟିବା ସହିତ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ ଓ ପ୍ରତିପକ୍ଷ ଗ୍ୟାଙ୍ଗକୁ ଉତ୍ତେଜିତ କରିବା ଭଳି ଧମକପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ମଣ୍ଡପସାହିର ନିରଞ୍ଜନ ନାୟକ (୩୮), ଗଗନ ନାୟକ (୩୨), ବଡ଼ଗଡ଼ ଗ୍ରାମର ସୋମନାଥ ସିଂହ (୨୫) ଓ ପ୍ରତ୍ୟୁଷ ପାଟ୍ଟସାହାଣୀ (୨୬)। ଅଭିଯୁକ୍ତମାନେ ଏକ ଲମ୍ବା ଖଣ୍ଡାରେ ‌କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ। ଧମକପୂର୍ଣ୍ଣ ଭାବରେ ଖଣ୍ଡା ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁୂ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ପିସିଆର୍‌କୁ ଡାକିବା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପିସିଆର୍‌ ୪ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ‌ସେମାନଙ୍କର ହେପାଜତରୁ ଏକ ଖଣ୍ଡା ଜବତ କରାଯାଇଥିଲା। ନିରଞ୍ଜନ ନାୟକ ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ତିନିଟି ଆପରାଧିକ ମାମଲାରେ ଜଡ଼ିତ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe