ଭୁବନେଶ୍ବର: କେତେବେଳେ ରାଜପଥ ଦେଇ ତ କେତେବେଳେ ରେଳ ମାଧ୍ୟମରେ ଓଡ଼ିଶାରୁ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। ପୁଣି କେତେବେଳେ ବାହାରୁ ଓଡ଼ିଶାକୁ ବ୍ରାଉନ୍ସୁଗାର୍ ଆସୁଛି। ନିଶାକାରବାର ଉପରେ ରୋକ ଲଗାଇବା ସହ ନିଶା ମାଫିଆଙ୍କୁ ସାବାଡ଼ ପାଇ ଏସ୍ଟିଏଫ୍ ଅଣ୍ଟା ଭିଡ଼ିଛି। ତେଣୁ ଆଜି ଏସ୍ଟିଏଫ୍ ଏସ୍ପିଙ୍କ ନେତୃତ୍ବରେ ଏକ ଟିମ୍ ଅତର୍କିତ ଭାବେ ଭୁବନେଶ୍ବର ରେଳଷ୍ଟେସନ୍ରେ ଚଢ଼ାଉ କରିଥିଲା। ଡଗ୍ ସ୍କ୍ବାଡ୍କୁ ନେଇ ଏସ୍ଟିଏଫ୍ ଟିମ୍ ତନତନ କରି ଷ୍ଟେସନ୍ର ବିଭିନ୍ନ ଅଞ୍ଚଳ ସହ ରେଳ ବଗିକୁ ଯାଞ୍ଚ କରିଥିଲା। ପୂର୍ବରୁ ଅନେକ ସମୟରେ ନିଶାମାଫିଆ ଟ୍ରେନ୍ ମାଧ୍ୟମରେ ଗଞ୍ଜେଇ ଚାଲାଣ କରୁଥିବାରୁ ଏଭଳି ଅଚାନକ ଚଢ଼ଉ କରାଯାଇଥିଲା। ତେବେ ଆଗକୁ ସାରା ଓଡ଼ିଶାରେ ଏଭଳି ଚଢ଼ଉ କରାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି।
୧୨୫୦ ବହି ଚୋରି, ଜଣେ ଗିରଫ
Railway station: ରେଳଷ୍ଟେସନ ଉପରେ ଏସ୍ଟିଏଫ୍ର ନଜର: ନିଶାକାରବାର ରୋକିବାକୁ ଚଢ଼ଉ
Tahsildar Attacked: ବାଲି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ: ତହସିଲଦାର ଆହତ, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଓଡ଼ିଶା ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସ୍ରୁ ପୁସ୍ତକ ଚୋରି କରି ଅନତ୍ର ବିକ୍ରି କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ପୁରୀ ଅସ୍ତରଙ୍ଗ ମେରାଇନ୍ ଅଞ୍ଚଳର ବାପି ବେହେରା(୪୩)। ଓଡ଼ିଶା ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସ୍ର ସୁପରଭାଇଜର ଦିଲୀପ ସେଠୀଙ୍କ ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୨୯ ତାରିଖରେ ବାଙ୍କିର ବିଇଓ କାର୍ଯ୍ୟାଳୟରେ ଡେଲିଭରି ପାଇଁ ସତ୍ୟନଗରସ୍ଥିତ ଓଡ଼ିଶା ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସରେ ମୋଟ୍ ୮,୪୫୦ଟି ବହି ଓଡ଼ିଶା ସରକାରୀ ପାଠ୍ୟ ପୁସ୍ତକ ଡେଲିଭରି ଗାଡ଼ିରେ ଲୋଡ୍ କରାଯାଇଥିଲା। ଅଭିଯୁକ୍ତ ଗାଡ଼ିର ଡ୍ରାଇଭର ହୋଇଥିବାରୁ ସେଥିରୁ ୭୨୦୦ଟି ପୁସ୍ତକ ବିଇଓ କାର୍ଯ୍ୟାଳୟରେ ଦେଇ ବାକି ୧୨୫୦ ପୁସ୍ତକ ପ୍ରେସକୁ ଫେରାଇ ଦେବ ବୋଲି କହି ପୁସ୍ତକଗୁଡ଼ିକୁ ରଖିଦେଇଥିଲେ। କିନ୍ତୁ ଅଭିଯୁକ୍ତ ପୁସ୍ତକ ନ ଫେରାଇ ସେଗୁଡ଼ିକୁ ଅନ୍ୟ ପୁସ୍ତକ ଦୋକାନମାନଙ୍କରେ ବିକ୍ରି କରିଦେଇଥିଲେ। ଏନେଇ ପ୍ରେସର ସୁପରଭାଇଜର ତାକୁ ପଚାରିବାରୁ ସେ ସେଠାରୁ ଖସି ପଳାଇଥିଲା। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
Follow Us