Advertisment

Rain: ଭୁବନେଶ୍ବରରେ କାଳବୈଶାଖୀ: ହୋର୍ଡିଂ ଭୁଶୁଡ଼ି ଜଣଙ୍କର ମୃତ୍ୟୁ, ଝଡ଼-ବର୍ଷାରେ ଗଛ ଭାଙ୍ଗିଲା

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୁଫାନ ଓ ବର୍ଷା ହୋଇଥିଲା।

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୁଫାନ ଓ ବର୍ଷା ହୋଇଥିଲା।

Untitled-24.jpg

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୋଫାନ ଓ ବର୍ଷା ହୋଇଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି।

ସହରର ବିଭିନ୍ନ ଅଞ୍ଚଳରେ ଜୋରଦାର ପବନ ବହିବା ସହିତ ଗଛ, ବିଦ୍ୟୁତ ଖୁଣ୍ଟ ଓ କିଛି ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମି ଜଳାର୍ଣ୍ଣବ ସୃଷ୍ଟି ହୋଇଥିଲା, ଯାହା ଫଳରେ ଯାତାୟତ ବ୍ୟବସ୍ଥା ବିଘ୍ନିତ ହୋଇଥିଲା।

WhatsApp Image 2026-02-24 at 18.06.48

ଆହୁରି ପଢ଼ନ୍ତୁ: Paddy: ଅଦିନିଆ ବର୍ଷାରେ ଭିଜିଲା ୭ ହଜାର କୁଇଣ୍ଟାଲ ଧାନ

ଜନପଥରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ରସୁଲଗଡ଼, ପଳାଶୁଣୀ, ରାଜମହଲ ଓ କଟକରୋଡ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ବର୍ଷା ହେବାରୁ ସନ୍ଧ୍ୟା ସମୟରେ ଥଣ୍ଡା ପବନ ପ୍ରବାହିତ ହେଉଥିଲା। ପାଗର ଏହି ଅଚାନକ ପରିବର୍ତ୍ତନ ସହରବାସୀଙ୍କୁ ଥଣ୍ଡା ଅନୁଭୂତି ଆଣି ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe