Advertisment

Supermarket: ଜଳିଗଲା ସୁପରମାର୍ଟ: ୧୦ କୋଟିର ସମ୍ପତ୍ତି ସ୍ବାହା, ୨୨ ଘଣ୍ଟା ପରେ ଥମିଲା ନିଆଁ

Advertisment

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ସୁପରମାର୍ଟରେ ଗତକାଲି ରାତି ସାଢ଼େ୧୦୧୧ଟାରେ ଲାଗିଥିବା ଭୟଙ୍କର ନିଆଁ ୨୨ ଘଣ୍ଟା ପରେ ଲିଭିଛି। ୧୫ଟି ଦମକଳ, ଶତାଧିକ ଆଗ୍ନିକ ରାତିଦିନ ଅନିଦ୍ରା ରହି ନିଆଁଲିଭା କାମରେ ଲାଗିଥିଲେ ମଧ୍ୟ ନିଆଁର....

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ସୁପରମାର୍ଟରେ ଗତକାଲି ରାତି ସାଢ଼େ୧୦୧୧ଟାରେ ଲାଗିଥିବା ଭୟଙ୍କର ନିଆଁ ୨୨ ଘଣ୍ଟା ପରେ ଲିଭିଛି। ୧୫ଟି ଦମକଳ, ଶତାଧିକ ଆଗ୍ନିକ ରାତିଦିନ ଅନିଦ୍ରା ରହି ନିଆଁଲିଭା କାମରେ ଲାଗିଥିଲେ ମଧ୍ୟ ନିଆଁର....

fhsfhfhxbvb

ଭୁବନେଶ୍ବର/ ଧଉଳି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ସୁପରମାର୍ଟରେ ଗତକାଲି ରାତି ସାଢ଼େ୧୦୧୧ଟାରେ ଲାଗିଥିବା ଭୟଙ୍କର ନିଆଁ ୨୨ ଘଣ୍ଟା ପରେ ଲିଭିଛି। ୧୫ଟି ଦମକଳ, ଶତାଧିକ ଆଗ୍ନିକ ରାତିଦିନ ଅନିଦ୍ରା ରହି ନିଆଁଲିଭା କାମରେ ଲାଗିଥିଲେ ମଧ୍ୟ ନିଆଁର କରାଳ ଆଁ ଭିତରୁ ସୁପରମାର୍ଟକୁ ରକ୍ଷା କରିପାରିନଥିଲେ। ନିଆଁର ଧାସ ଏତେ ତୀବ୍ର ଥିଲା ଯେ ଆଗ୍ନିକମାନେ ଭିତରେ ପଶି ପାରିନଥିଲେ। ଶେଷରେ  ରୋବୋର୍ଟ ଓ ବ୍ରଣ୍ଟ ସ୍କାଏଲିଫ୍ଟ ବ୍ୟବହାର କରାଯାଇଥିଲା।  ୪ ମହଲା ବିଶିଷ୍ଟ ସୁପରମାର୍ଟ କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ କର୍ମଚାରୀ ସଫଳ ହୋଇପାରିନଥିଲେ। ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପାଉଁଶ ହୋଇଗଲାଣି। 

Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର

ପ୍ରଥମେ ମୁଖ୍ୟପ୍ରବେଶ ପଥଦେଇ ପାଣି ପକାଇ ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରିଥିଲେ। ହେଲେ  ନିଆଁ ସମ୍ପୂର୍ଣ୍ଣ ବେକାବୁ ରହିଥିଲା।  ଗୋଟିଏ ପଟେ ନିଆଁ ଲିଭାଇବାକୁ ଉଦ୍ୟମ କଲଶେବେଳେ ଆଉ ଗୋଟିଏ ପଟେ ନିଆଁ ହୁତୁହୁତୁ ହୋଇ ଜଳି ଉଠୁଥିଲା। ନିଆଁର ପ୍ରକୋପ ଧୀରେ ଧୀରେ ତୃତୀୟ ମହଲାରୁ ପ୍ଲାଷ୍ଟିକ୍‌, କାଚ ଓ ଷ୍ଟିଲ୍‌ର ବିଭିନ୍ନ ସାମଗ୍ରୀ ମହଜୁଦ ରହୁଥିବା ଚତୁର୍ଥ ମହଲାର ଗୋଦାମ ଘରକୁ ବ୍ୟାପିଯାଇଥିଲା। ତା ପରେ ସୁପରମାର୍ଟ ନିଆଁ ଅଣାୟତ୍ତ ହୋଇଯାଇଥିଲା। ହାଇଡ୍ରା ଯୋଗେ ତୃତୀୟ ମହଲା ଓ ଚତୁର୍ଥ ମହଲା କାନ୍ଥ ଭଙ୍ଗାଯାଇ ବ୍ରଣ୍ଟ ସ୍କାଏଲିପ୍ଟ କ୍ୟାବିନ୍‌ରେ ୩ ଜଣ କର୍ମଚାରୀ ପାଇପ୍‌ ଧରି ପାଣି ‌ସ୍ପ୍ରେ କରିଥିଲେ। ଗୋଟିଏ ପରେ ଗୋଟିଏ ଗାଡ଼ି ପାଣି ପକାରେ ବ୍ୟବହାର କଲେ ମଧ୍ୟ ନିଆଁ ଥମୁନଥିବାରୁ ଅଗ୍ନିଶମ ବାହିନୀ ନୟାନ୍ତ ହୋଇପଡ଼ିଥିଲେ। ଗାଡ଼ିରୁ ପାଣି ସରିଯିବାରୁ ଲିଙ୍ଗିପୁର କେନାଲ ରୋଡ଼ ନିକଟସ୍ଥ ହ୍ୟାଚେରି ପୋଖରୀରୁ ମୋଟର ଲଗାଇ ପାଣି ବୁହାଯାଇଥିଲା। ଗୋଟିଏ ପୋଖରୀ ପୂରା ଶୁଖି ଯାଇଥିଲା, ହେଲେ ନିଆଁ ଲିଭିନଥିଲା। ତୃତୀୟ ଓ ଚତୁର୍ଥ ମହଲା ଡହଡହ ଜଳୁଥିବାରୁ ଅଶ୍ନିଶମ କର୍ମଚାରୀ ପଦାକୁ ବାହାରି ଆସିବାକୁ ବାଧ୍ୟ ହୋଇଥିଲେ। ଏହାପରେ ରୋବୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା। ଲିପ୍ଟ ନଥିବାରୁ ରୋବୋର୍ଟକୁ ସିଡ଼ି ଚଢ଼ାଇ ନିଆଁ ଲିଭାଇବାକୁ ଆଗ୍ନିକମାନେ ରିମୋର୍ଟରେ ଅପରେଟିଂ କରିଥିଲେ। କିଛି ସମୟ ପାଇଁ ରୋବୋର୍ଟ ନିଆଁ ଲିଭାଇଥିଲେ ମଧ୍ୟ କାନ୍ଥର କଂକ୍ରିଟ ଖସି ରୋବୋର୍ଟ ଉପରେ ପଡ଼ିବାରୁ ତାହା ଆଉ କାମ କରିନଥିଲା। କେବଳ ବ୍ରଣ୍ଟ ସ୍କାଏ ଲିପ୍ଟ କ୍ୟାବିନ ଯୋଗେ ଘର ଭିତରକୁ ପାଣି ପକାଯାଇଥିଲା। ମୁଖ୍ୟ ପ୍ରବେଶ ପଥ ବ୍ୟତୀତ କୋଠାର ଅନ୍ୟ କୌଣସି ପାର୍ଶ୍ବରେ ପ୍ରବେଶ-ପ୍ରସ୍ଥାନ ବାଟ ନଥିବାରୁ ନିଆଁଲିଭାରେ ବାଧକ ସାଜିଥିଲା। ଅପରାହ୍ନ ୩ଟା ବେଳକୁ ଧୀରେ ଧୀରେ ନିଆଁର ପ୍ରକୋପ ଥମିଥିଲେ ମଧ୍ୟ ପୂରା‌ଲିଭି ନଥିବାରୁ ଅପରେସନ୍‌ ଜାରି ରହିଛି।

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟିପଡ଼ିଲା
ସୁପରମାର୍ଟରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ମାଲିକ ଓ କର୍ମଚାରୀଙ୍କ ପରିବାର, ସଂପର୍କୀୟ ପହଞ୍ଚି ଯାଇଥିଲେ। ମାଲିକ ସୁବାସ ଚନ୍ଦ୍ର ଜଗତି, ପତ୍ନୀ ଉର୍ମିଳା ଜଗତି ଓ ଭଉଣୀ ନିର୍ମଳା ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଖି ଆଗରେ କଷ୍ଟ ଅର୍ଜିତ ବହୁକୋଟିର ବ୍ୟବସାୟ ପ୍ରତିଷ୍ଠାନ ଜଳି ଛାରଖାର ହୋଇ ଯାଉଥିବା ଦେଖି ସେମାନଙ୍କ କାନ୍ଦବୋବାଳିରେ ସେ ସ୍ଥାନ ଫାଟିପଡୁଥିଲା। ମାଲିକ ସୁବାସ ମଧ୍ୟ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଂପର୍କୀୟ, ଶୁଭେଚ୍ଛୁ, ବନ୍ଧୁ ତାଙ୍କୁ ସାନ୍ତ୍ବନା ଦେଇଥିଲେ।

କାଟପାଣି ଧରି ପହଞ୍ଚିଲେ ଭଉଣୀ
ସୁପର୍‌ମାର୍ଟ ମାଲିକଙ୍କ ସାନଭଉଣୀ ନିର୍ମଳା ମା’ବନଦୁର୍ଗାଙ୍କ କାଟପାଣି ଧରି ପହଞ୍ଚିଥିଲେ। ବନଦୁର୍ଗାଙ୍କ କାଟପାଣି ଟ୍ୟାଙ୍କର୍‌ ପାଣିରେ ମିଶାଇଲେ ନିଆଁ ଲିଭିଯିବ କହି ଅଗ୍ନିଶମ କର୍ମଚାରୀଙ୍କୁ ନେହୁରା ହୋଇଥିଲେ। ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେବା ପରେ ଟ୍ୟାଙ୍କରରେ ମା’ବନଦୁର୍ଗାଙ୍କ କାଟପାଣି ମିଶିଥିଲା। ମା’ଙ୍କୁ ମୁଣ୍ଡିଆ ମାରି ନିର୍ମଳା ସେଇଠି ଅଧିଆ ପଡ଼ିଥିଲେ।

addagzcvvccv

ଭିତ୍ତିଭୂମି ଅଭାବ ଧରାପଡ଼ିଲା, ଭିତ୍ତିଭୂମି ଅଭାବ ଧରାପଡ଼ିଲା

ଉଚ୍ଚ ଅଟ୍ଟାଳିକାର ଉପର ମହଲାରେ ନିଆଁ ଲାଗିଲେ ନିଆଁକୁ ନିୟନ୍ତ୍ରଣ କରିବା‌ରେ ଫେଲ ମାରିଛି ଅଗ୍ନିଶମ ବିଭାଗ। ଆଜି ସୁପରମାର୍ଟର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର ପାରିବାପଣିଆ ପଦାରେ ପଡ଼ିଛି। କେବଳ ସ୍କାଏ ଲିଫ୍ଟ କ୍ରେନ୍ ସହାୟତାରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ଏହାକ କାମ କରିନଥିଲା। ନିଆଁ ଓ ଧୂଆଁର ‌ପ୍ରକୋପ ଏତେ ଥିଲା‌ ଯେ ‌କ୍ରେନ ସହାୟତାରେ ନିଆଁ ପାଖକୁ ଯାଇ ପାଣି ପକାଇବା ଆଗ୍ନିକମାନଙ୍କ ପାଇଁ କାଠିକର ପାଠ ହୋଇଥିଲା। ନିଆଁ ଲିଭାରେ ରୋବର୍ଟ ମଧ୍ୟ ଫେଲ ମାରିଥିଲା। ଶିଡ଼ିରେ ରୋବର୍ଟକୁ ଉପର ମହଲାକୁ ନେବା ଅଗ୍ନିଶମ ବିଭାଗ ପାଇଁ କାଠିକର ପାଠ ହୋଇଥିଲା। ଅଧାବାଟରେ ରୋବର୍ଟ ମଧ୍ୟ କାମ କରିନଥିଲା। ଦିନକୁ ଦିନ ରାଜଧାନୀରେ ସୁଉଚ୍ଚ ଅଟ୍ଟାଳିକାରେ ବୃଦ୍ଧିପାଉଛି। ପୂର୍ବରୁ ଉଚ୍ଚ ଅଟ୍ଟାଳିକାରେ ବଡ଼ ଡ୍ରୋନ୍‌ ସହାୟତାରେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଯୋଜନା କରାଯାଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ଫଳରେ ଆଜି ଅଗ୍ନିଶମ ବିଭାଗ ୨୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରି ପାରିନାହିଁ। ମାର୍କେଟ କମ୍ପ୍ଲେସ ନିର୍ମାଣ ପୂର୍ବରୁ ଯେଉଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ନିୟମ ରହିଛି। ତାହା ଏହି ସୁପରମାର୍ଟ ପାଖରେ ରହିଛି କି ନାହିଁ ତାହା ଜଣାପଡ଼ି ନାହିଁ। ଯଦି ରହିଥାଏ ତେବେ କେଉଁ ଅଧିକାରୀ ଏହାକୁ ଅନୁମୋଦନ ଦେଇଥିଲେ ତାହାକ ନେଇ ତଦନ୍ତ କରାଯିବା ଆବଶ୍ୟକ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସ୍ବେଚ୍ଛାସେବୀଙ୍କ ଟ୍ରାଫିକ୍‌ ନିୟନ୍ତ୍ରଣ
ସୁପରମାର୍ଟରେ ନିଆଁ ଲାଗିଥିବା ଖବର ପ୍ରଚାର ହେବା ପରେ ଘଟଣାସ୍ଥଳକୁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଥିଲା। ଲୋକେ ଗାଡ଼ିମୋଟର ରଖି ନିଆଁଲିଭା ଦେଖୁଥିଲେ। ଗୋଟିଏ ପଟ ରାସ୍ତା ବନ୍ଦ ସାଙ୍ଗକୁ ଲୋକଙ୍କ ଭିଡ଼ ନେଇ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା ଲାଗିରହିଥିଲା। ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକମାନେ ପହଞ୍ଚି ସୁପରମାର୍ଟ ସମ୍ମୁଖରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲେ।

ତାରିଣୀ ବସ୍ତ୍ରାଳୟ ଖାଲି ହେଲା
ସୁପରମାର୍ଟକୁ ଲାଗି ଥିବା ତାରିଣୀ ବସ୍ତ୍ରାଳୟକୁ ନିଆଁ ବ୍ୟାପିବା ଆଶଙ୍କା କରି କର୍ମଚାରୀମାନେ ସବୁ ଲୁଗାପଟା ସୁରକ୍ଷିତ ସ୍ଥାନକୁ  ସ୍ଥାନାନ୍ତର କରିଥିଲେ। ସମଗ୍ର କୋଠାକୁ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ସୁରକ୍ଷା ଦିଆଯାଇଥିଲା। ସେହିପରି ସୁପରମାର୍ଟ ସମ୍ମୁଖରେ ଥିବା ପ୍ରାୟ ୧୫ଟି ଦୋକାନର ମାଲିକ ଆତଙ୍କିତ ଅବସ୍ଥାରେ ଥିଲେ।

କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଲେ ବିଧାୟକ
ଆଜି ଏକାମ୍ର ବିଧା‌ୟକ ବାବୁ ସିଂ ଉପସ୍ଥିତ ରହି ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାସହିତ ସୁପରମାର୍ଟର ମାଲିକଙ୍କ ସହିତ ମଧ୍ୟ ଆଲୋଚନା କରି ‌ସରକାରଙ୍କ ତରଫରୁ କ୍ଷତିପୂରଣ ଦିଆଯିବ ବୋଲି ବିଧାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe