ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠର ସୌନ୍ଦର୍ଯ୍ୟୀକରଣ ଆରମ୍ଭରୁ ଝୁଣ୍ଟିଲାଣି। ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ଏହି ପ୍ରତୀକ୍ଷିତ ପ୍ରକଳ୍ପ ଆରମ୍ଭ ହୋଇପାରୁନାହିଁ। ଜମି ମାଲିକଙ୍କ ସହ ବାରମ୍ବାର ବୈଠକ ହେଉଥିଲେ ହେଁ କୌଣସି ନିଷ୍କର୍ଷ ବାହାରିପାରୁନାହିଁ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛି। ଗତବର୍ଷ ଡିସେମ୍ବର ୨୩ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ପୀଠ ପରିଦର୍ଶନ କରିବା ଅବସରରେ ଏହି ପ୍ରକଳ୍ପ ବାବଦରେ ଘୋଷଣା କରିଥିଲେ। ପୀଠର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଯୋଗିନୀ ପ୍ରତିମୂର୍ତ୍ତିମାନଙ୍କର ରକ୍ଷଣାବେକ୍ଷଣ, ପୀଠକୁ ଯାତାୟାତ କରିବା ପାଇଁ ପ୍ରଶସ୍ତ ରାସ୍ତା, ପୁରୀ ମୁଖ୍ୟ କେନାଲ ଉପରେ ଓସାରିଆ ବ୍ରିଜ୍ ନିର୍ମାଣ, ମନୋରମ ପାର୍କ, ଗାଡ଼ି ପାର୍କିଂସ୍ଥଳ, କଳାମଣ୍ଡପ, ଅତିଥି ଭବନ, ଐତିହ୍ୟ ସାମଗ୍ରୀ ମ୍ୟୁଜିୟମ୍, ଆଲୋକୀକରଣ, ୧୦୦ ଫୁଟ୍ ଚଉଡ଼ାର କାରୁକାର୍ଯ୍ୟପୂର୍ଣ୍ଣ ତୋରଣ, ମହାମାୟା ପୁଷ୍କରଣୀରେ ବୋଟିଂ ଆଦି କରାଯିବ ବୋଲି ପ୍ରସ୍ତୁତ ନକ୍ସା ବିଷୟରେ କୁହାଯାଇଥିଲା।
Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ
ମାତ୍ର ଦୀର୍ଘ ଦେଢ଼ମାସ ସମୟ ବିତିଯାଇଥିଲେ ମଧ୍ୟ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅନ୍ତରାୟ ସୃଷ୍ଟି କରିଛି ଜମି ଅଧିଗ୍ରହଣ। ପୀଠ ଚାରିପାଖରେ କିଛି ଲୋକଙ୍କ ନିଜସ୍ବ ଜମିବାଡ଼ି ରହିଛି। କିଛି ଜମିରେ ପ୍ଲଟିଂ ସ୍କିମ୍ କରାଯାଇଛି ଏବଂ ଆଉ କିଛି ଜମିରେ ବଡ଼ବଡ଼ କୋଠା ନିର୍ମାଣ ହୋଇଛି।ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିବାକୁ ୧୧ଜଣ ଜମି ମାଲିକଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଥିଲା। ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଅଭିଯୋଗ ଶୁଣାଣି କକ୍ଷରେ ଜମି ମାଲିକମାନେ ହାଜର ହୋଇ ସେମାନଙ୍କର ପକ୍ଷ ରଖିଥିଲେ। ତହସିଲଦାର ଲିଲନ ପ୍ରସାଦ ସାହୁ ସେମାନଙ୍କ ସହ ଆଲୋଚନା କରିଥିଲେ। ଜମି ମାଲିକମାନେ ଜମି ବଦଳରେ ଜମି ଦେବା ପାଇଁ ଦାବି କରିଥିଲେ।
Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍
ମାତ୍ର ତହସିଲଦାର ସିଧାସଳଖ କିଣାବିକା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ଜମି ମାଲିକମାନେ ରାଜି ହେଲେ ନାହିଁ। ଫଳରେ ବୈଠକ ବିଫଳ ହୋଇଛି। ଜମି ମାଲିକମାନଙ୍କ କହିବା କଥା ଜମି କିଣାବିକା ପ୍ରକ୍ରିୟାରେ ସେମାନେ ବିପୁଳ କ୍ଷତି ସହିବେ। ସରକାରୀ ଦରରେ ସେମାନେ ଯେଉଁ ଅର୍ଥ ପାଇବେ, ସେଥିରେ ସେମାନେ ହରାଉଥିବା ପରିମାଣର ଜମି ଆଉ କିଣି ପାରିବେ ନାହିଁ। ଫଳରେ ସବୁଦିନ ପାଇଁ ସେମାନେ କ୍ଷତିରେ ରହିବେ। ତେଣୁ ସରକାର ଯେତିକି ଜମି ଅଧିଗ୍ରହଣ କରିବେ, ବଦଳରେ ସମପରିମାଣର ଜମି ଦିଅନ୍ତୁ। ତହସିଲଦାର ଶ୍ରୀ ସାହୁଙ୍କ କହିବା କଥା ଜମି ମାଲିକମାନଙ୍କ ସହ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/09/dagdgdczcvcv-2026-02-09-01-19-44.jpg)