ଭୁବନେଶ୍ବର: ନୂଆବର୍ଷର ଧୁମ୍ଧାମ୍ ମଧ୍ୟରେ ଗତକାଲି ରାତିରୁ ହିଁ ରାଜଧାନୀ ପରିବେଶର ମିଜାଜ୍ ବଦଳି ଯାଇଥିଲା। ରାତି ୧୨ଟାରୁ କୁହୁଡ଼ି ଘେରକୁ ଆସିଯାଇଥିଲା ପୂରା ଭୁବନେଶ୍ବର। ସକାଳୁ ସକାଳୁ ପାଗ ସମ୍ପୂର୍ଣ୍ଣ ଭାବେ ଧଳା ଚାଦରରେ ଘୋଡ଼ାଇ ହୋଇଯାଇଥିଲା। ଏଥିସହ ବିଭିନ୍ନ ସ୍ଥାନରେ ଶିଶିରପାତ ବି ହୋଇଥିଲା। ବାହାରକୁ ଗଲେ କୋହଲା ପବନରେ ଦେହ ଶୀତେଇ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁ ଶରୀର ଓଦା ବି ହୋଇଯାଉଥିଲା। ମୋଟ୍ ଉପରେ ଘନକୁହୁଡ଼ି ଯୋଗୁ ଆଜି ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ କାହାକୁ ଅବକାଶ ମିଳିନଥିଲା। ସକାଳେ ଏଭଳି ଅଜବ ପାଗ ରାଜଧାନୀବାସୀଙ୍କୁ ବିଳମ୍ବରେ ଦିନ ଆରମ୍ଭ କରିବାକୁ ବାଧ୍ୟ କରିଥିଲା। ପାଖାପାଖି ପୂର୍ବାହ୍ନ ସାଢ଼େ ୧୧ଟାରେ କୁହୁଡ଼ିର ପ୍ରଭାବ କମିବା ସହ ଖରା ପଡ଼ିଥିଲା। ଫଳରେ ଲୋକ ଆଶ୍ବସ୍ତ ହୋଇଥିଲେ।
Flight: ୪ ଘଣ୍ଟା ବିମାନ ଚଳାଚଳ ବନ୍ଦ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳେ ଭୁବନେଶ୍ବରରେ ଘନକୁହୁଡ଼ି ପଡ଼ିଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା। ଏଥିସହ ଶୀତ ବି କିଛି କମ୍ ନଥିଲା। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରର ପାରଦ ୩ ଡିଗ୍ରି ପର୍ଯ୍ୟନ୍ତ ଖସି ୧୨.୭ ଡିଗ୍ରିରେ ପହଞ୍ଚିଥିଲା। ଉତ୍ତରା ପବନ ବି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ଘନକୁହୁଡ଼ି ଯୋଗୁ ଆଜି ଗାଡ଼ି ଚଳାଚଳ ସହ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି। ଆଗକୁ କୁହୁଡ଼ି ଜାରି ରହିବ। ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରି ବାହାରିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/untitled-5-2026-01-02-05-38-13.jpg)