ଖଣ୍ଡଗିରି: ପବିତ୍ର ମାଘ ସପ୍ତମୀର ୫ମ ଦିନରେ ଭକ୍ତମୟ ହୋଇଯାଇଛି ତପୋଭୂମୀ ଖଣ୍ଡଗିରି। ବାବାଙ୍କ ଆଶିଷ ପାଇବାକୁ ଛୁଟି ଆସିଛନ୍ତି ଭକ୍ତ। ପାହାଡ଼ ଉପରୁ ଖଣ୍ଡଗିରି ଛକ ସମସ୍ତ ସ୍ଥାନ ହୋଇ ଯାଇଛି ଲୋକାରଣ୍ୟ। ପାହାଡ଼ ଉପରେ ଓ ପାଦଦେଶରେ ମନ୍ତ୍ରପାଠ, ହୋମଯଜ୍ଞରେ ଫାଟି ପଡ଼ୁଥିବାବେଳେ ଖଣ୍ଡଗିରି ଛକଠାରୁ ପାନ୍ଥିକା ପର୍ଯ୍ୟନ୍ତ ମେଳା ବୁଲି ଖାଇପିଇ ମଉଜ କରିବାକୁ ଜମିଛି ଲୋକଙ୍କ ଭିଡ଼। ଖଣ୍ଡଗିରିର ସମସ୍ତ ଅଞ୍ଚଳରେ ହୋଇଛି ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ମହାମିଳନ।
Economic rights: ‘ଅର୍ଥନୈତିକ ଅଧିକାର ମଧ୍ୟ ମୌଳିକ ଅଧିକାର’
ଘରେ ଘରେ କୁଣିଆ
ଖଣ୍ଡଗିରି ମେଳା ଖଣ୍ଡଗିରି ଅଞ୍ଚଳ ସହିତ ଆଖପାଖ ଅଞ୍ଚଳ ପାଇଁ ମଧ୍ୟ ଏକ ମହୋତ୍ସବ। ତେଣୁ ପ୍ରତି ଘରେ ଏବେ କୁଣିଆ। ବାହା ହେଇ ଯାଇଥିବା ଝିଅଠାରୁ ଜ୍ଞାତି କୁଟୁମ୍ବ ସମସ୍ତେ ଏକାଠି ହୋଇଛନ୍ତି। ଯାତ୍ରା ଆରମ୍ଭ ହେଉଥିବାରୁ ପରିବାର ସହିତ କେଉଁ ଯାତ୍ରା କେଉଁଦିନ ଦେଖିବେ ଯୋଜନା ହେଉଛି। ଖଣ୍ଡଗିରି, ଯାଗମରା, ଘାଟିକିଆ ସହିତ ଆଖପାଖର ୨୩ଗ୍ରାମର ଏହା ବଡ଼ ମହୋତ୍ସବ ହୋଇଥିବାରୁ ସମସ୍ତଙ୍କ ଘରେ ଏବେ କୁଣିଆଙ୍କୁ ଦେଖିବାକୁ ମିଳୁଛି l
Supreme Court reserves verdict: ବୁଲା କୁକୁର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍କୋର୍ଟ
ଭବିଷ୍ୟତ ଜାଣିବାକୁ ବେଶି ଭିଡ଼
ମେଳା ଆରମ୍ଭ ହେବା ୨ ଦିନ ଆଗରୁ ଉଜ୍ଜୟିନୀରୁ ଖଣ୍ଡଗିରି ଆସିଛନ୍ତି ଦିଗମ୍ବର ବମ୍ବମ୍ ପୁରୀ ମହାରାଜ। ନାଗା ସାଧୁ ହୋଇ ଥିବାରୁ ଦେହରେ ବିଭୂତି ବୋଳି ଲମ୍ବା ଜଟା ରଖିଛନ୍ତି। ଗତ ୬ ବର୍ଷ ହେଲା ସେ ପ୍ରତି ବର୍ଷ ମେଳାକୁ ଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ତାଙ୍କ ରୁକ୍ଷ କଥା ଓ ରୋକ୍ଠୋକ୍ ବ୍ୟବହାର ପାଇଁ ଭକ୍ତ ପ୍ରଥମେ ଭୟ କରୁଥିଲେବି ତାଙ୍କ ପାଖକୁ ଯାଉଛନ୍ତି। କିଏ ବାବାଙ୍କୁ ପାଇଁ ଚା’ ମଗେଇ ଦେଉଛି ତ କିଏ ଜଳଖିଆ। ହେଲେ ବାବା ନିର୍ମାଣ କରିଥିବା ମାଟି ଲିଙ୍ଗର ବିଭୂତି ନେବାକୁ ଗହଳି ଜମୁଛି।
ବାବା ମହନ୍ତ ପ୍ରହ୍ଲାଦ
ଖଣ୍ଡଗିରି ପାହାଡ଼ରେ ଦୋଳି ସହାୟତାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ଷ୍ଟାଣ୍ଡିଂ ବାବା ବା ମହନ୍ତ ନାଗା ଚନ୍ଦନ ଗିରି କହନ୍ତି ଉତ୍ତରପ୍ରଦେଶର ଚିତ୍ରକୂଟରେ ତାଙ୍କ ଜନ୍ମ। ଜନ୍ମ ସମୟରୁ ମା’ଙ୍କ ଦେହାନ୍ତ ହୋଇଛି, ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ବାପା ଚାଲିଗଲେ। ସପ୍ତମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଲା। ସେହି ଅବସରରେ କେତେବେଳେ ବୈରାଗ୍ୟ ଭାବନା ଆସିଲା, ନାଗା ସାଧୁଙ୍କ ମେଳକୁ ଚାଲିଗଲେ। ଏହାପରେ ପରିବାର ପକ୍ଷରୁ ତାଙ୍କର ପିଣ୍ଡଦାନ କରିଦିଆଯାଇ ଥିଲା। ପ୍ରେମ ଯେମିତି କେତେବେଳେ ହୁଏ ଜଣାପଡ଼େନି, ପ୍ରେମରେ ପଡ଼ିଥିବା ବ୍ୟକ୍ତି ସବୁ କିଛି ଭୁଲି ଯାଏ ସେହିଭଳି ବୈରାଗ୍ୟ ଆସିଥିବା ମୁହୂର୍ତ୍ତ ବିଷୟରେ ବର୍ଣ୍ଣନା କରିବା କଷ୍ଟକର।
ଚୁଡ଼ି ଆଉ ଟାଟୁ ମାନିଆ
ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ବିକ୍ରି ହେଉଛି। ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ବିକ୍ରି ହେଉଛି। ଚୁଡ଼ିବାଲାଙ୍କ ଠେଲାଗାଡ଼ି ଲାଇନ୍ ହୋଇ ରହୁଛି ଓ ସେଠାରେ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ୧୦୦ ଟଙ୍କିଆ ହରେକ ମାଲ, ୫ଟଙ୍କିଆ ହରେକ୍ମାଲ ଓ ରାଜସ୍ଥାନୀ ଚୁଡି କିଣିବାକୁ ମହିଳାମାନେ ପସନ୍ଦ କରୁଛନ୍ତି। ଏଥିସହିତ ତାଳ ଦେଇ ବହୁ ଅଣଓଡ଼ିଆ ଟାଟୁବାଲା ବି ଭଲ ବେପାର କରୁଛନ୍ତି। କଲିକତାରୁ ଆସିଛନ୍ତି ୧୨ ଟାଟୁ ବ୍ୟବସାୟୀ। ଇଞ୍ଚକୁ ୨୦୦ଟଙ୍କା ହିସାବରେ ବିଭିନ୍ନ ପ୍ରକାର ଟାଟୁ କରୁଛନ୍ତି। ତେବେ ଘରକରଣା ଜିନିଷ ଦୋକାନ ଆଗରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ବାଉଁଶ ତିଆରି ଜିନିଷ ସାଙ୍ଗକୁ ଖଜୁରି ଝାଡ଼ୁ ବେପାର ବଢ଼ୁଥିବା ଦେଖାଯାଉଛି। ଜିନିଷ କିଣି ଭଳିକି ଭଳି ଖାଦ୍ୟ ଖାଇବାକୁ ଲୋକେ ଗହଳି ଯମଉଛନ୍ତି।
Follow Us