The flower : ନୂଆବର୍ଷରେ ହସୁଛି ଫୁଲବଜାର

Advertisment

ଆଉ ମାତ୍ର ଦିନକ ପରେ ବଦଳିଯିବ କ୍ୟାଲେଣ୍ଡର। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ‌‌ବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷ ୨୦୨୬କୁ ସ୍ବାଗତ କରିବାକୁ ସମସ୍ତେ ଚଳାଇଛନ୍ତି ପ୍ରସ୍ତୁତି।  ନୂଆ...

ଆଉ ମାତ୍ର ଦିନକ ପରେ ବଦଳିଯିବ କ୍ୟାଲେଣ୍ଡର। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ‌‌ବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷ ୨୦୨୬କୁ ସ୍ବାଗତ କରିବାକୁ ସମସ୍ତେ ଚଳାଇଛନ୍ତି ପ୍ରସ୍ତୁତି।  ନୂଆ...

Untitled-20

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ବଦଳିଯିବ କ୍ୟାଲେଣ୍ଡର। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ‌‌ବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷ ୨୦୨୬କୁ ସ୍ବାଗତ କରିବାକୁ ସମସ୍ତେ ଚଳାଇଛନ୍ତି ପ୍ରସ୍ତୁତି।  ନୂଆ ବର୍ଷକୁ କେମିତି କ‘ଣ ପାଳିବେ ସେଥିପାଇଁ ନା ନା ଯୋଜନା ହେଉଛି। ସହରର ପ୍ଲାନେଟାରିୟମ୍‌, ସଂଗ୍ରହାଳୟ ସମେତ ମନ୍ଦିରଗୁଡ଼ିକ ମଧ୍ୟ ଏବେ ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ନୂଆବର୍ଷ ପାଇଁ କିଏ ସାଙ୍ଗ ଓ ପ୍ରିୟଜନଙ୍କ ପାଇଁ କଷ୍ଟମାଇଜଡ୍‌ ଉପହାରଟିଏ ବରାଦ କରିଛନ୍ତି ତ ପୁଣି କିଏ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଫଟୋକୁ ଏକାଠି କରି ଫ୍ରେମ୍‌ ସଜାଡ଼ୁଛନ୍ତି।  ଏଥିସହ ନୂଆବର୍ଷକୁ ସ୍ବାଗତ ପାଇଁ ହୋଟେଲଠାରୁ ରେସ୍ତୋଁରା, ଉପହାର ଦୋକାନରୁ ଫୁଲ ଓ କେକ୍‌ ଦୋକାନୀ ସମସ୍ତେ ପ୍ରସ୍ତୁତ।

All Odisha Lawyers Conference: ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦ୍‌ଯାପିତ; ଓକିଲଙ୍କ ସିଙ୍ଗଲ୍‌ ଇଞ୍ଜିନ୍‌ ଚାଲିଲା: ନ୍ୟାୟମୂର୍ତ୍ତି ଭି.ନରସିଂହ

ନୂଆବର୍ଷରେ ଶୁଭେଚ୍ଛା ଜଣାଇବାର ପ୍ରଥମ ମାଧ୍ୟମ ଓ ସୁନ୍ଦର ଉପହାର ହେଉଛି ଫୁଲ। ତେଣୁ ପ୍ରତିବର୍ଷ ନୂଆବର୍ଷରେ ଫୁଲର ଚାହିଦା ଓ ଦର ବଢ଼ିଯାଏ। ଚଳିତ ବର୍ଷ ଗୋଲାପ, ଅର୍କିଡ, ଜର୍‌ବେରାର ବେଶ୍‌ ଚାହିଦା ରହିଛି। ସେହିପରି ଲିଲି, ସେବତୀ, ଡାଲିଆ, କିସାନ କିମାମ୍‌, ଗ୍ଲାରିଏଲ, ଡେଜି, ସ୍ନୋବଲ ଏଲୋଷ୍ଟାର, ହ୍ୱାଇଟ୍‌ ଷ୍ଟାର ଆଦିକୁ ମଧ୍ୟ ଲୋକ କିଣୁଛନ୍ତି। ଫୁଲ ଓ ଫୁଲତୋଡ଼ାର ଆକାର ନେଇ ଦାମ୍‌ ରହିଛି ବୋଲି ବାଣୀବିହାର ଛକ ବ୍ୟବସାୟୀ କମଲ ଦାସ କହିଛନ୍ତି। ଆକାର ଅନୁସାରେ ଫୁଲତୋଡ଼ାର ସର୍ବନିମ୍ନ ଦର ୧୦୦ଟଙ୍କାରୁ ଆରମ୍ଭ ହୋଇ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସହରର ପ୍ରମୁଖ ଛକଗୁଡ଼ିକରେ ବ୍ୟବସାୟ ଆରମ୍ଭ ହେଲାଣି।

All Odisha Lawyers Conference: ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦ୍‌ଯାପିତ; ଓକିଲଙ୍କ ସିଙ୍ଗଲ୍‌ ଇଞ୍ଜିନ୍‌ ଚାଲିଲା: ନ୍ୟାୟମୂର୍ତ୍ତି ଭି.ନରସିଂହ

ଚାହିଦାରେ ଲାଇଟିଂ ସାମଗ୍ରୀ ଓ ଫ୍ରୁଟ୍‌ କେକ୍‌

ନୂଆବର୍ଷରେ ଯୁବ ପିଢ଼ି ପରସ୍ପରକୁ ଉପହାର ପ୍ରଦାନ କରନ୍ତି। ଏଥିପାଇଁ ବଜାରକୁ ଆସିଛି ଲାଇଟିଂ ଫ୍ରେମ୍ ଓ ଅନ୍ୟାନ୍ୟ ସାମଗ୍ରୀ। ଫ୍ରେମ୍‌ରେ ଫଟୋ ସହିତ ଏକ ସୁନ୍ଦର ଭଲପାଇବା ବାର୍ତ୍ତା ମଧ୍ୟ ରହୁଛି। ବିଭିନ୍ନ ଡିଜାଇନର ହାଙ୍ଗିଙ୍ଗ୍‌ ଲାଇଟ୍‌, ମେଟାଲ୍‌ ଫ୍ରେମ୍‌ କିଣିବାକୁ ଗିଫ୍ଟ ସପ୍‌ଗୁଡ଼ିକରେ ୧୫ଦିନ ଆଗରୁ ବୁକିଂ ହୋଇଛି ବୋଲି ବ୍ୟବସାୟୀ କହିଛନ୍ତି। ଏଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନୂଆବର୍ଷକୁ ଅଧିକ ସ୍ମରଣୀୟ କରିବା ପାଇଁ କେକ୍‌ପ୍ରେମୀ ଆଗୁଆ ବରାଦ ଦେଇସାରିଛନ୍ତି। କେକ୍‌ ଦୋକାନୀମାନେ ମଧ୍ୟ ଗ୍ରାହକଙ୍କ ବରାଦ ଓ ସମୟର ଚାହିଦା ଅନୁସାରେ କେକ୍‌ ଡିଜାଇନ୍‌ ଓ ଫ୍ଲେଭର୍‌ ଅର୍ଡର କଲେଣି। ଏଥର ରାଜଧାନୀର ନୂଆବର୍ଷ ବଜାରରେ କଫି କେକ୍, ଫ୍ରୁଟ୍‌ କେକ୍‌ ଓ କଷ୍ଟମାଇଜ୍‌ କେକ୍‌ର ଅଧିକ ଚାହିଦା ଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଚିତ୍ର, ନିଜ ପରିବାର, ପ୍ରିୟଜନ ଓ ନିଜ ଫଟୋ ସହ ନୂଆବର୍ଷର ବାର୍ତା କଷ୍ଟମାଇଜ୍‌ କେକ୍‌ରେ ରହୁଥିବାବେଳେ, କଫି କେ‌କ୍‌ରେ ମିଠା ସହିତ ସ୍ବତନ୍ତ୍ର କଫି ଫ୍ଲେଭର୍‌ ପାଟିକୁ ଅଧିକ ସୁଆଦିଆ ଲାଗିବ। ରେଡ୍‌ ଭେଲ୍‌ଭେଟ୍‌, ବ୍ଲୁ-ବେରି ଓ ବ୍ଲାକ୍‌ ଫରେଷ୍ଟ୍‌ ଫ୍ଲେଭର୍‌, ପାଇନ୍‌ଆପଲ୍‌, ବ୍ଲାକ୍‌-ହ୍ବାଇଟ୍‌ ଫରେଷ୍ଟ୍‌ କେକ୍‌, ଆଇସ୍‌ କେକ୍‌ ସହ ଚକୋଲେଟ୍‌ କେକ୍‌ର ଚାହିଦା ସବୁବେଳେ ରହିଛି ବୋଲି କେକ୍‌ ବ୍ୟବସାୟୀ ସୁରଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe