ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଅଧୀନ ସବୁ ପାର୍କ ଖୋଲିବା ସମୟରେ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ସପ୍ତାହର ପ୍ରତି ଶନିବାର ଓ ରବିବାର ସାରା ଦିନ ବିଡିଏ ଅଧୀନ ପାର୍କ ଖୋଲା ରହିବ। କିନ୍ତୁ ଅନ୍ୟଦିନ ପୂର୍ବ ସମୟାନୁସାରେ ଖୋଲାଯିବ। ଅପରପକ୍ଷେ ଇନ୍ଦିରା ଗାନ୍ଧୀ ପାର୍କ ସପ୍ତାହକୁ ୭ ଦିନ ସାରା ଦିନ ଖୋଲା ରହିବ। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ମଧ୍ୟାହ୍ନ ପରେ ଏହିସବୁ ପାର୍କ ସାଢ଼େ ଚାରି ଘଣ୍ଟା ବନ୍ଦ ରହୁଥିଲା। ଆସନ୍ତା ଶନିବାର ଅର୍ଥାତ୍ ଡିସେମ୍ବର ୧୩ରୁ ପାର୍କ ଖୋଲିବା ଓ ବନ୍ଦ ହେବା ସମୟ ନେଇ ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ହେବ।
Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା
ବିଡିଏ ପକ୍ଷରୁ କୁହାଯାଇଛି, ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଓ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ ପରିଚାଳିତ ପାର୍କ(ଆଇଜି ପାର୍କକୁ ଛାଡ଼ି) ଶନିବାର ଓ ରବିବାର ଭୋର ୫ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଅନ୍ୟ ଦିନ ପାର୍କଗୁଡ଼ିକ ପୂର୍ବଭଳି ସକାଳେ ଭୋର ୫ଟାରୁ ପୂର୍ବାହ୍ଣ ସାଢ଼େ ୧୧ଟା ଓ ଅପରାହ୍ଣରେ ଅପରାହ୍ଣ ସାଢ଼େ ୩ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଖୁବ୍ ଶୀଘ୍ର ନୂତନ ସମୟ ସୂଚୀ ସମୟ ବୋର୍ଡରେ ପ୍ରଦର୍ଶିତ ହେବ। ଫଳରେ ଯେଉଁମାନେ ସାପ୍ତାହ ଶେଷରେ ଛୁଟି ସମୟ କାଟିବାକୁ ପାର୍କ ଆସିବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ସୁବିଧା ଆଣିଦେବ। ଏହି ପରିବର୍ତ୍ତନ ଚିତ୍ତବିନୋଦନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହ ନାଗରିକଙ୍କୁ ସହରର ପ୍ରାକୃତିକ ପରିବେଶରେ ବିଶ୍ରାମ, ଫିଟନେସ୍ ଓ ଏକାଠି ହେବାର ସୁଯୋଗ ଆଣିଦେବ।
Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ
ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ଏହା ଦ୍ବାରା ଲୋକେ ପାର୍କରେ ଅବସର ବିନୋଦନ ପାଇଁ ଅଧିକ ସମୟ ଓ ସୁବିଧା ପାଇବେ। ସମସ୍ତ ପରିଦର୍ଶକଙ୍କୁ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଓ ପାର୍କ ନିୟମ ପାଳନ କରିବାକୁ ଶ୍ରୀ ରାଣା ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ବିଡିଏ ଭୁବନେଶ୍ୱରରେ ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଏପିଜେ ଅବଦୁଲ କଲାମ ପାର୍କ, ମଧୁସୂଦନ ପାର୍କ, ଗୁରୁ କେଳୁ ଚରଣ ମହାପାତ୍ର ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ ସମେତ ୫୦ଟି ପାର୍କ ପରିଚାଳନା କରୁଛି। ପ୍ରତିଦିନ ପ୍ରାୟ ୩୫,୦୦୦ ଲୋକ ଏହି ପାର୍କଗୁଡ଼ିକୁ ଆସନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/11/fhfhfxvvbxvb-2025-12-11-03-05-30.jpg)