ଭୁବନେଶ୍ବର: ବିଧାନସଭା ଚାଲିଥିବା ବେଳେ ଲୋୟର୍ ପିଏମ୍ଜି ଜାମ୍। ଗୋଟିଏ କି ଯୋଡ଼ିଏ ନୁହେଁ, ବରଂ ଏକାଥରେ ୮ରୁ ଅଧିକ ସଙ୍ଗଠନ ରାଜରାସ୍ତାରେ। ୫ ଦିନ ହେଲା ହଜାର ହଜାର ଶିକ୍ଷକଶିକ୍ଷୟିତ୍ରୀ ରାଜରାସ୍ତା ମାଡ଼ି ବସିଥିବା ବେଳେ ଗତକାଲି ପାଚିକା ଓ ଆଦର୍ଶ ବିଦ୍ୟାଳୟ ଶିକ୍ଷକମାନେ ସାମିଲ ହୋଇଥିଲେ। ପରିଣାମ ସ୍ବରୂପ ରାସ୍ତାଘାଟ ଅଚଳ ହୋଇଯାଇଥିଲା। ରାମମନ୍ଦିର ଛକରୁ ରାଜମହଲ ଛକ ହେଉ ଅଥବା ରାଜମହଲରୁ ରାମମନ୍ଦିର, ରାସ୍ତାର ଉଭୟ ପାର୍ଶ୍ବ ସହ ଜନପଥ ସମ୍ପୂର୍ଣ୍ଣ ଜାମ୍ ହୋଇଥିଲା। ପୃଥକ ପୃଥକ ସଂଗଠନକୁ ଅଲଗା ଅଲଗା ସମୟ ଦିଆଯାଇଥିଲେ ହେଁ ଦୂରଦୁରାନ୍ତରୁ ଆସିଥିବା ବିକ୍ଷୋଭକାରୀମାନେ ସକାଳୁ ଭିଡ଼ ଜମାଇବାକୁ ଆରମ୍ଭ କରିଦେଇଥିଲେ। ଆଜି ମଧ୍ୟ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ପିଏମ୍ଜି ପର୍ଯ୍ୟନ୍ତ ଜନସମୁଦ୍ର ହୋଇଯାଇଥିଲା। ଏଥର ମଧ୍ୟ ପୁଲିସଠାରୁ ଅନୁମତି ମିଳିଥିବା ସଂଖ୍ୟାଠାରୁ ବହୁ ଗୁଣରେ ଅଧିକ ଆନ୍ଦୋଳନକାରୀ ଲୋୟର୍ ପିଏମ୍ଜିରେ ମେଳି ବାନ୍ଧିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ସାଧାରଣ ଜନତା ସନ୍ଧ୍ୟା ପର୍ଯ୍ୟନ୍ତ କଲବଲ ହେଉଛନ୍ତି। ଏବେ ରାତିରେ ହଜାର ହଜାର ଆନ୍ଦୋଳନକାରୀ ଶୀତ କାକରରେ ରାସ୍ତାରେ ଶୋଇଥିବା ବେଳେ ଆସନ୍ତାକାଲି(ବୁଧବାର) ଶିକ୍ଷକମାନଙ୍କ ବିଶାଳ ସମାବେଶ ହେବାକୁ ଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇଛି।
/filters:format(webp)/sambad/media/media_files/2025/12/10/untitled-22-2025-12-10-07-54-01.jpg)
S I R Debate: ଲୋକସଭାରେ ଏସ୍ଆଇଆର୍ ତାତି
Arunachal pradesh: ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ଦୁଇ ଦିନ ହେଲା ଲୋୟର ପିଏମ୍ଜିରେ ଏମିତି ପରିସ୍ଥିତି ଉପୁଜିଛି ଯେ ଆନ୍ଦୋଳନକାରୀଙ୍କୁ ଖାଇବାକୁ ମିଳୁ ନାହିଁ। ଯିଏ ଯାହା ସାଙ୍ଗରେ ନେଇ ଆସିଥିଲେ ତାହା ସରିଯାଇଥିଲା। ମଧ୍ୟାହ୍ନଭୋଜନ ସମୟରେ ଆନ୍ଦୋଳନକାରୀ ଖାଇବାକୁ ଖୋଜିଲା ବେଳକୁ ନିକଟରେ କିଛି ମିଳି ନଥିଲା। ଏହାର ସୁଯୋଗ ନେଇ ଯେଉଁ ଉଠାଦୋକାନୀ ବିରିୟାନୀ ପ୍ଲେଟ୍ ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି କରୁଥିଲେ ତାହାକୁ ହଠାତ୍ ୧୫୦ ଟଙ୍କାରେ ବିକ୍ରି କରିଥିଲେ। ଅନେକ ବ୍ୟବସାୟୀଙ୍କ ପାଖରେ ଖାଦ୍ୟ ସରିଯାଇଥିଲା। କେତେକ ଚାଳି ହୋଟେଲ ଭିଡ଼ ହେବାରୁ ଦୁଆର ବନ୍ଦ କରି ଦେଇଥିଲେ। ଜଳଖିଆ ବି ଯଥେଷ୍ଟ ନଥିଲା। ଫଳରେ ହଜାର ହଜାର ଆନ୍ଦୋଳନକାରୀ ଖାଇବାକୁ ପାଇ ନଥିଲେ। କେବଳ ଖାଦ୍ୟରେ ସରି ନ ଥିଲା ଆନ୍ଦୋଳନକାରୀଙ୍କ ନିର୍ଯାତନା, ଶୌଚାଳୟ ସମସ୍ୟା, ପିଲାଛୁଆ ଧରି ଆସିଥିବା ମହିଳାମାନେ ବହୁତ ହଇରାଣ ହୋଇଥିଲେ। କେଉଁଠି ପିଲାଙ୍କୁ ରଖିବେ ସେନେଇ ଦିନତମାମ ଚିନ୍ତାରେ ଥିଲେ। ଆନ୍ଦୋଳନ ଭିତରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରୁ ଲୋୟରପିଏମ୍ଜି ପର୍ଯ୍ୟନ୍ତ ରାସ୍ତା ଏବେ ମିନି ମାର୍କେଟ୍ ସୃଷ୍ଟି ହୋଇଯାଇଛି। ଭଳିକି ଭଳି ସାମଗ୍ରୀ ବିକ୍ରି ହେଉଛି। ଶାଢ଼ୀ ସମେତ ଘରକରଣା ଓ ହର୍କେ ମାଲ ବିକ୍ରି ହେଉଥିବାରୁ ଆନ୍ଦୋଳନକାରୀ ତାହାର ମଜା ନେଉଛନ୍ତି। ବ୍ୟବସାୟୀମାନେ ନିଜର ପସରା ମେଲାଇଥିବା ବେଳେ ବିଡିଏ ସ୍କ୍ବାଡ୍ ସେମାନଙ୍କୁ ଘଉଡ଼ାଇବାର ଭିନ୍ନ ଚିତ୍ର ଆଜି ସାମ୍ନାକୁ ଆସିଥିଲା। ବିଡିଏ ସ୍କ୍ବାଡ୍ ଆସିବା କ୍ଷଣି ବ୍ୟବସାୟୀମାନେ ସେମାନଙ୍କ ସାମଗ୍ରୀ ବାନ୍ଧି ରଖି ଦେଉଥିଲେ। ସ୍କ୍ବାଡ୍ ସମସ୍ୟମାନେ ସ୍ଥାନ ଛାଡ଼ି ଯିବା ପରେ ପୁଣି ପସରା ମେଲାଉଥିଲେ। ଦିନତମାମ ଏମିତି ଛକାପଞ୍ଝା ଚାଲିଥିଲା।
/filters:format(webp)/sambad/media/media_files/2025/12/10/untitled-21-2025-12-10-07-54-32.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/new-project-1-2025-12-10-08-46-08.jpg)