ନୂଆଦିଲ୍ଲୀ: ଲୋକସଭାରେ ଆଜି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା(ଏସ୍ଆଇଆର୍) ଏବଂ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ସରଗରମ ବିତର୍କ ହୋଇଛି। ଆସନ୍ତାକାଲି ମଧ୍ୟ ଜାରି ରହିବାକୁ ଥିବା ଏହି ବିତର୍କରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ‘ଏସ୍ଆଇଆର୍’କୁ ‘ଭୋଟ୍ ଚୋରି’ର ଅସ୍ତ୍ର ବୋଲି କହି ବିଜେପି ଓ ଆର୍ଏସ୍ଏସ୍କୁ ଟାର୍ଗେଟ୍ କରିଛନ୍ତି। ବିଜେପି ଯୋଜନାବଦ୍ଧ ଭାବେ ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ କବ୍ଜା କରିବା ପ୍ରକ୍ରିୟା ଜାରି ରଖିଛି ଏବଂ ଭୋଟ୍ ଚୋରି ସବୁଠାରୁ ବଡ଼ ଦେଶଦ୍ରୋହ ବୋଲି ରାହୁଲ କହିଛନ୍ତି। ତାଙ୍କରଏହି ବୟାନକୁ ନେଇ ଲୋକସଭାରେ ତୀବ୍ର ବାଦାନୁବାଦ ଦେଖିବାକୁ ମିଳିଥିଲା। ଜୋର୍ଦାର ବିତର୍କ ମଧ୍ୟରେ ଆଜି ଶାସକ ଓ ବିରୋଧୀ ମେଣ୍ଟର ସଦସ୍ୟମାନେ ପରସ୍ପରକୁ କଡ଼ା ସମାଲୋଚନ କରିଥିଲେ।
Arunachal pradesh: ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ରାହୁଲ ତାଙ୍କ ଭାଷଣରେ କହିଥିଲେ, ଦେଶ ଏକତାର ସୂତାରେ ବନ୍ଧା ହୋଇଛି ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତର ଲୋକଙ୍କ କଳ୍ପନା, ଭାବନା ଓ ଶକ୍ତିର ପରିପ୍ରକାଶକୁ ସମ୍ମାନ ଦେଇ କାମ କରିବାକୁ ପଡ଼ିବ। ଯଦି ଭୋଟ୍ ଚୋରି ହେବ ତା’ହେଲେ ଲୋକସଭା, ରାଜ୍ୟସଭା, ବିଧାନସଭା କି ପଞ୍ଚାୟତ, କିଛି ବି ବଞ୍ଚିବ ନାହିଁ। ଦେଶରେ ସଂସ୍ଥାଗତ ଅବକ୍ଷୟ ହୋଇଛି ବୋଲି ଅଭିଯୋଗ କରି ରାହୁଲ ଆର୍ଏସ୍ଏସ୍ ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେପି ଓ ଆର୍ଏସ୍ଏସ୍ର ପ୍ରଥମ ଶିକାର ହୋଇଛି ନିର୍ବାଚନ କମିସନ। ଆଜି ଅନେକ ସଂସ୍ଥା ଆର୍ଏସ୍ଏସ୍-ବିଜେପି ହାତରେ ବନ୍ଦୀ। ନିର୍ବାଚନ କମିସନ କ୍ଷମତାସୀନ ଦଳ ସହ ମିଶି ନିର୍ବାଚନ ପରିଚାଳନା କରୁଛି।’ ହରିୟାଣା ନିର୍ବାଚନରେ ଭୋଟ୍ ଚୋରି ହୋଇଥିଲା ବୋଲି ଅଭିଯୋଗ କରି ସେ କହିଛନ୍ତି, ‘ଲକ୍ଷ ଲକ୍ଷ ନକଲି ଭୋଟର ରହିଥିବା ପ୍ରମାଣ ମିଳିଛି। ଜଣେ ବ୍ରାଜିଲ୍ ମହିଳାଙ୍କ ନାଁ ୨୨ ଥର ତାଲିକାରେ ରହିଛି ଉତ୍ତରପ୍ରଦେଶର ଜଣେ ବିଜେପି ନେତା ହରିୟାଣାରେ ଭୋଟ୍ ଦେଇଛନ୍ତି।
Laughing gas: ଅବସାଦ ଦୂର କରିବ ଲାଫିଂ ଗ୍ୟାସ
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସାଂସଦ ନିଶିକାନ୍ତ ଦୁବେ ରାହୁଲଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ‘୯୫ଥର ହାରିବା ପରେ ଇଭିଏମ୍କୁ ଦୋଷ ଦେବା ଅତି ସହଜ। କିନ୍ତୁ ମୁସଲମାନ ଭୋଟ୍ ପାଇଁ କଂଗ୍ରେସ୍ ସ୍ୱାଧୀନତା ସଂଗ୍ରାମରୁ ନେଇ ନେହରୁ ଯୁଗ ପର୍ଯ୍ୟନ୍ତ ଦେଶକୁ ବିକ୍ରି କରିଛି। ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ନିର୍ବାଚନ କିଏ ବାତିଲ କରାଇଥିଲା ବୋଲି ଦୁବେ ପ୍ରଶ୍ନ କରିଛନ୍ତି। କେବଳ ତୁଷ୍ଟୀକରଣ ରାଜନୀତିରେ ସୀମିତ ରହିଥିବା କଂଗ୍ରେସ ବିଭ୍ରାନ୍ତିକୁ ମୁଖ୍ୟ ଅସ୍ତ୍ର କରି ଦେଶବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚାହୁଛି। ଗଣତନ୍ତ୍ରକୁ ସର୍ବଦା ଦଳିମକଚି କଂଗ୍ରେସ ଆଗକୁ ବଢ଼ିବାକୁ ଚାହୁଥିବା ଅନେକ ନଜିର ରହିଛି ବୋଲି ଦୁବେ କହିଥିଲେ। ଶାସକ ଦଳର ଅନ୍ୟ ବରିଷ୍ଠ ସାଂସଦମାନେ ମଧ୍ୟ ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଦେଶରେ ନିର୍ବାଚନୀ ସଂସ୍କାର ଓ ଭୋଟର ତାଲିକାରେ ସଂଶୋଧନକୁ ରୋକିବା ପାଇଁ ବାରମ୍ବାର ଅନର୍ଥକାରୀ ବୟାନ ଦେଉଛନ୍ତି ଏବଂ ଏଥିରେ ତାଙ୍କୁ ସଫଳତା ମିଳିବାର ନାହିଁ ବୋଲି ବିଜେପି ନେତାମାନେ କହିଛନ୍ତି।
‘ବନ୍ଦେ ମାତରମ୍’କୁ ନେଇ ରାଜ୍ୟସଭାରେ ବାକ୍ଯୁଦ୍ଧ
ରାଜ୍ୟସଭାରେ ଆଜି ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଉପରେ ବିଶେଷ ଆଲୋଚନା ହୋଇଛି। ତେବେ ଏହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧରେ ପରିଣତ ହୋଇଥିଲା। ଏହି ଆଲୋଚନାରେ ଐତିହାସିକ ତଥ୍ୟ ଏବଂ ଜାତୀୟ ଅସ୍ମିତା ଉପରେ ଉଭୟ ପକ୍ଷ ପରସ୍ପର ବିରୋଧୀ ମତ ରଖିଥିଲେ।
/filters:format(webp)/sambad/media/media_files/2025/12/01/modi-2025-12-01-19-11-15.png)
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା ଆରମ୍ଭ କରି ‘ବନ୍ଦେ ମାତରମ’କୁ ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତର ସାଂସ୍କୃତିକ ଜାତୀୟତାବାଦକୁ ଜାଗ୍ରତ କରୁଥିବା ଏକ ‘ମନ୍ତ୍ର’ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ ଏହି ଗୀତ ଆଜି ବି ସେତିକି ପ୍ରାସଙ୍ଗିକ ଅଟେ, ଯେତିକି ସେତେବେଳେ ଥିଲା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ‘ବିକଶିତ ରାଷ୍ଟ୍ର’ କରିବାରେ ମଧ୍ୟ ଏହା ସହାୟକ ହେବ। ସେ କଂଗ୍ରେସ ଦଳ ଉପରେ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଥିଲେ ଯେ ‘ତୁଷ୍ଟୀକରଣ ରାଜନୀତି’ ପାଇଁ ଗୀତର ‘ବିଭାଜନ’ ଶେଷରେ ‘ଭାରତ ବିଭାଜନ’ର କାରଣ ହୋଇଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ୧୯୭୫ ମସିହାରେ ଯେତେବେଳେ ଏହି ଗୀତର ଶତବାର୍ଷିକୀ ପାଳନ ହେଉଥିଲା, ସେତେବେଳେ କଂଗ୍ରେସ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଏହାକୁ ଗାନ କରୁଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରିଥିଲା।
ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହାର ଜବାବରେ କହିଥିଲେ ଯେ ବିଜେପି ଏହି ଆଲୋଚନାକୁ ଦେଶ ସମ୍ମୁଖରେ ଥିବା ଜରୁରୀ ପ୍ରସଙ୍ଗଗୁଡ଼ିକରୁ ଦୃଷ୍ଟି ହଟାଇବା ପାଇଁ ଏକ ଚାଲ୍ ଭାବରେ ବ୍ୟବହାର କରୁଛି। ସେ କଂଗ୍ରେସର ଐତିହାସିକ ଆଭିମୁଖ୍ୟକୁ ସମର୍ଥନ କରି କହିଥିଲେ ଯେ ଗୀତକୁ କେବଳ ପ୍ରଥମ ଦୁଇଟି ‘ପଦ’ ମଧ୍ୟରେ ସୀମିତ ରଖିବା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ମହାନ ନେତାମାନଙ୍କୁ ନେଇ ଗଠିତ କଂଗ୍ରେସ କାର୍ଯ୍ୟକାରିଣୀର ଏକ ସାମୂହିକ ନିଷ୍ପତ୍ତି ଥିଲା। ଖଡ଼ଗେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଜାତୀୟ ନାୟକମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି କ୍ଷମା ମାଗିବାକୁ ଦାବି କରିଥିଲେ। ତାଙ୍କର ଏହି ବୟାନକୁ ଗୃହର ରେକର୍ଡରୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/untitled-20-2025-12-10-07-48-00.jpg)